ଆମେରିକା ଗସ୍ତ ଶେଷ କରିବା ପରେ ଏକ ସ୍ବତନ୍ତ୍ର ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଓ୍ବାଶିଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଆମେରିକାର ରାଜକୀୟ ଗସ୍ତ ଶେଷ କରିବା ପରେ ଇଜିପ୍ଟ ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଅନେକ କ୍ଷେତ୍ରରେଐତିହାସିକ ଥିଲା। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଯାତ୍ରା ଶେଷରେ ଏକ ସ୍ବତନ୍ତ୍ର ଟୁଇଟ ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଆମେରିକୀୟ ଗସ୍ତର ବିଶେଷ ମୂହୁର୍ତ୍ତଗୁଡିକର ଭିଡିଓ ଶେୟାର କରି ଲେଖିଛନ୍ତି ଯେ, ଏକ ବିଶେଷ ସ୍ବତନ୍ତ୍ର ଆମେରିକା ଗସ୍ତ ସମାପ୍ତ, ଯେଉଁଠାରେ ମୁଁ ଭାରତ-ଆମେରିକା ବନ୍ଧୁତାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ଏବଂ ପାରସ୍ପରିକ ଯୋଗଦାନରେ ସାମିଲ ହେବାକୁ ସୁଯୋଗ ପାଇଛି। ଆମ ଦେଶକୁ ଆଗାମୀ ପିଢିଙ୍କ ପାଇଁ ଏକ ଉତ୍ତମ ସ୍ଥାନ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ ଜାରି ରଖିବୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିଥିଲେ ଏବଂ ଆମେରିକା କଂଗ୍ରେସ(ସଂସଦ)ର ମିଳିତ ଅଧିବେଶନରେ ସମ୍ବୋଧିତ କରିଥିଲେ। ବର୍ତ୍ତମାନ ରାଷ୍ଟ୍ରପତି ଅବଦେଲ ଫତାହ ଅଲ-ସିସିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ଅଛନ୍ତି। ୧୯୯୭ରୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସରକାରୀ ଗସ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ ନିର୍ବାଚନ ପୂର୍ବରୁ ଯୋଗୀଙ୍କୁ ହଟାଇବାକୁ ହୋଇଥିଲା ପ୍ରସ୍ତୁତି! ଏଠାରେ କରାଯାଇଛି ଦାବି

ନୂଆଦିଲ୍ଲୀ,୧୬।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ଭାଜପାକୁ ଏକ ବଡ ଝଟକା ଦେଇଛି। ଦେଶକୁ ସର୍ବାଧିକ ଏମପି ପ୍ରଦାନ କରୁଥିବା ଉତ୍ତରପ୍ରଦେଶରେ ଭାଜପାର ପ୍ରଦର୍ଶନ...

ଚିରାଗ ପାସଓ୍ବାନଙ୍କୁ ନିଜର କ୍ରସ ବୋଲି କହିଲେ ଏହି ଭୋଜପୁରୀ ଅଭିନେତ୍ରୀ

ନୂଆଦିଲ୍ଲୀ,୧୬।୬: ବଲିଉଡ ଅଭିନେତା ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୋସିଆଲ ମିଡିଆରେ ଚିରାଗ ପାସୱାନଙ୍କ ଭିଡିଓଗୁଡ଼ିକ ଭାଇରାଲ ହେବାରେ...

ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ

ରିୟାଦ,୧୬।୬: ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ତେବେ ସୌଦି ଆରବରେ ପ୍ରବଳ ଉତ୍ତାପ ହଜ ତୀର୍ଥଯାତ୍ରୀଙ୍କ...

ତେହରିକ-ଏ-ତାଲିବାନର କମାଣ୍ଡର ନିହତ

ଇସଲାମାବାଦ,୧୬।୬: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ର ଶୀର୍ଷ କମାଣ୍ଡରଙ୍କୁ ଖାଇବର-ପଖତୁନୱା ପ୍ରଦେଶରେ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଛି...

କିଏ ହେବେ ବାଚସ୍ପତି: ରାଜନାଥଙ୍କ ଘରେ ଚାଲିଲା ମନ୍ଥନ

ନୂଆଦିଲ୍ଲୀ,୧୬।୬:ଜୁନ ୨୬ ରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ ୨୪ରୁ ଲୋକ ସଭାର ଅଧିବେଶନ...

ଆକ୍ସନ ମୁଡ୍‌ରେ ଅମିତ ଶାହା: ଡାକିଲେ ଉଚ୍ଚସ୍ତରୀୟ ବୈଠକ

ଶ୍ରୀନଗର,୧୬।୬: ନିକଟରେ ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

‘ଜଷ୍ଟିସ କେଉଁଠି?’ ଆଇଏଏସଙ୍କ ଏମିତି ପ୍ରଶ୍ନର ଉତ୍ତର ହସି ହସି ଦେଇଥିଲେ ସିଜେଆଇ, କହିଥିଲେ, ପଛରୁ ଆସୁଛନ୍ତି

ନୂଆଦିଲ୍ଲୀ,୧୬।୬: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ତାଙ୍କ ସରଳତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ତାଙ୍କ ମୁହଁରେ ଅନେକ ସମୟରେ ହସ ଦେଖଇବାକୁ ମିଳିଥାଏ। ସିଜେଆଇଙ୍କ ସହିତ...

ନିଟ୍‌ ପ୍ରସଙ୍ଗରେ ଖୋଲାଖୋଲି ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୬।୬: ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri