Posted inଖେଳ

୩ ମାସ ବାସନ୍ଦ ମେସି

ବୁଏନସ ଏରିଜ,୩।୮- ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଜାତୀୟ ଦଳରୁ ୩ ମାସ ପାଇଁ ବାସନ୍ଦ ହୋଇଛନ୍ତି। ଏଥିସହ ତାଙ୍କୁ ଜରିମାନା ବାବଦକୁ ୫୦ ହଜାର ଆମେରିକୀୟ ଡଲାର ଦେବାକୁ ଦକ୍ଷିଣ ଆମେରିକାନ ଫୁଟ୍‌ବଲ ପରିଚାଳନା ସଂସ୍ଥା ପକ୍ଷରୁ କୁହାଯାଇଛି। କୋପା ଆମେରିକା ଟୁର୍ନାମେଣ୍ଟର ୩ୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍‌ରେ ୩୨ ବର୍ଷୀୟ ଷ୍ଟାର ଆୟୋଜକଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହି ଟୁର୍ନାମେଣ୍ଟର ଚିରପ୍ରତିଦ୍ୱନ୍ଦ୍ୱୀ ବ୍ରାଜିଲ ବିପକ୍ଷ ସେମିଫାଇନାଲରେ ଆର୍ଜେଣ୍ଟିନାକୁ ଦୁଇ ଥର ପେନାଲ୍ଟି ଦିଆଯାଇ ନ ଥିଲା। ଫଳରେ ବ୍ରାଜିଲ ୨-୦ ବ୍ୟବଧାନରେ ମ୍ୟାଚ୍‌ ଜିତି ନେଇଥିଲା। ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ରେଡ୍‌ କାର୍ଡ ମିଳିବା ପରେ ମେସି ଆୟୋଜକଙ୍କୁ ସମାଲୋଚନା କରିବା ସହ ପକ୍ଷପାତିତା ଅଭିଯୋଗ କରିଥିଲେ। ଦକ୍ଷିଣ ଆମେରିକା ଫୁଟ୍‌ବଲ ପରିଚାଳନା ସଂସ୍ଥା ତା’ର ଓ୍ବେବସାଇଟ୍‌ରେ ମେସିଙ୍କ ଦଣ୍ଡାଦେଶ ସମ୍ପର୍କରେ ଉଲ୍ଲେଖ କରିଛି। ହେଲେ କେଉଁ କାରଣ ପାଇଁ ଦଣ୍ଡି ବିଧାନ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ବ୍ୟାନ ହେବା ଫଳରେ ମେସି କିଛି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଏହି ଦିନଠୁ ଆରମ୍ଭ ହେବ IPL 2026: ଆସିଗଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ ୨୬ ମାର୍ଚ୍ଚରୁ ମେ ୩୧ (ଟୁର୍ନାମେଣ୍ଟ ପାଇଁ ନିର୍ଦ୍ଧାରିତ ସମୟ) ମଧ୍ୟରେ ଅନୁଷ୍ଠିତ ହେବ। ରୟାଲ ଚ୍ୟାଲେଞ୍ଜର୍ସ...

IPL ନିଲାମ ତାଲିକାରେ ୨ ଓଡ଼ିଆ: ବେସ ପ୍ରାଇସ ରହିଛି…

ନୂଆଦିଲ୍ଲୀ,୧୬।୧୨: ଆଜି ଆବୁଧାବିରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ପାଇଁ ମିନି-ନିଲାମ ଉପରେ ସମସ୍ତଙ୍କ ନଜର ରହିଛି। କୋଲକାତା ନାଇଟ ରାଇଡର୍ସ ଏବଂ...

IPL 2026 Mini Auction: ୩୫୦ରୁ ଅଧିକ ଖେଳାଳି, ୭୭ସ୍ଲଟ, KKR-CSK ନିକଟରେ ସବୁଠାରୁ ବଡ଼ ବଜେଟ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅପରାହ୍ନ ୨ଟା ୩୦ ସମୟରେ ହେବାକୁ ଥିବା ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ...

IPL 2026 ନିଲାମିର ଠିକ ପୂର୍ବରୁ BCCI କଲା ଫାଇନାଲ ଲିଷ୍ଟ, ସାମିଲ କଲା ଏହି ୧୯ ଖେଳାଳିଙ୍କୁ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର IPL 2026 ନିଲାମ, ବା ମିନି-ନିଲାମ, ବହୁତ ରୋମାଞ୍ଚକର ହେବାକୁ ଯାଉଛି। କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସର ମିଳିତ...

ଜେଲ ଯିବେ ୧୯୯୬ ବିଶ୍ୱ କପ ବିଜେତା, ଭାରତର ପଡ଼ୋଶୀ ଦେଶ କରିବ…

କଲମ୍ବୋ,୧୬।୧୨: ସୋମବାର ଏକ କୋର୍ଟକୁ ସୂଚନା ଦିଆଯାଇଛି ଯେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ବିଶ୍ୱକପ ବିଜୟୀ କ୍ରିକେଟ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ତାଙ୍କ...

ଭାରତୀୟ ଟିମକୁ ବଡ଼ ଝଟକା, ଟି-୨୦ ସିରିଜରୁ ବାହାରି ଗଲେ ଅକ୍ଷର ପଟେଲ, ବୁମରାହଙ୍କୁ ନେଇ କ’ଣ ରହିଛି ଅପଡେଟ ଜାଣନ୍ତୁ

ନୂଆଦିଲ୍ଲୀ, ୧୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ରବିବାର, ଡିସେମ୍ବର ୧୪, ୨୦୨୫ରେ...

ମେସିଙ୍କ ଗସ୍ତକୁ ନେଇ ଅସହଜ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା; କହିଲେ ଅଯଥା ଖର୍ଚ୍ଚ ହେଲା “କୋଟି କୋଟି ଟଙ୍କା…”

ନୂଆଦିଲ୍ଲୀ,୧୫ା୧୨: ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ନିକଟରେ ଶେଷ ହୋଇଥିବା ଭାରତ ଗସ୍ତର ପରିଚାଳନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri