୫ ମାସରେ ୧୧୨ ଦୁର୍ଘଟଣା: ୪୩ ମୃତ, ୫୮ ଗୁରୁତର

ଜଗତ୍‌ସିଂହପୁର,୨୩ା୬(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଗାଡି ଚାଳକମାନଙ୍କ ମନମୁଖି ଓ ଦ୍ରୁତ ଗାଡି ଚାଳନା ଚିନ୍ତାର କାରଣ ପାଲଟିଛି। କାରଣ ଗତ ଜାନୁୟାରୀରୁ ମେ ମାସ ମଧ୍ୟରେ ଜିଲାରେ ୧୧୨ଟି ଦୁର୍ଘଟଣା ଘଟିଥିବା ବେଳେ ୪୩ ଜଣଙ୍କର ମୃତ୍ୟୁ ଘଟିଛି । ୫୮ଜଣ ଗୁରୁତର ହୋଇଛନ୍ତି । ଏହାବାଦ୍‌ ପ୍ରତ୍ୟହ କେଉଁଠି ନା କେଉଁଠି ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ପରିବହନ ବିଭାଗ, ପୋଲିସ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକ ଏ ଦିଗରେ ଅଧିକ ଦାୟିତ୍ୱବାନ ନ ହେଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, କଟକ-ଜଗତ୍‌ସିଂହପୁର-ବାଲିକୁଦା ଏବଂ କଟକ-ପାରାଦୀପ ମୁଖ୍ୟ ରାସ୍ତା ଦ୍ୱୟରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଏହି ରାସ୍ତାରେ ଭାରିଯାନଗୁଡ଼ିକ ଚିନ୍ତା ବଢ଼ାଇ ଦେଉଛି । ଜିଲାର ବାଲି ଘାଟଗୁଡ଼ିକରୁ ପ୍ରତ୍ୟହ ସହସ୍ରାଧିକ ଟ୍ରିପ୍‌ ବାଲି ବିଭିନ୍ନ ଅଞ୍ଚଳକୁ ପରିବହନ କରାଯାଉଛି। ଏହି କାମରେ ଅଧିକାଂଶ ହାଇୱା ଲାଗିଛି। ଏସବୁ ଗାଡି ଚାଳକମାନେ ଲୋକଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତି। ଆବଶ୍ୟକଠାରୁ ଅଧିକ ବାଲି ଲୋଡ୍‌ କରିବା ସହ ଡାଲା ଉପରେ ପାଲ ଭିଡୁ ନାହାନ୍ତି । ଦ୍ରୁତ ଗତିରେ ହାଇୱାଗୁଡ଼ିକ ଯାଉଥିବାବେଳେ ବାଲି ଉଡି ପଛରେ ଆସୁଥିବା ବାଇକ୍‌ ଚାଳକଙ୍କୁ ଅସୁବିଧାରେ ପକାଉଛି । ରାସ୍ତାରେ ମଧ୍ୟ ବାଲି ଜମି ରହିବାରୁ ଦୁର୍ଘଟଣାର କାରଣ ହେଉଛି । ଜିଲାର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ଠିକ୍‌ ଭାବେ ହେଉନାହିଁ । ବଜାରଗୁଡିକରେ ଦୋକାନୀମାନେ ରାସ୍ତା ଆଡକୁ ସେମାନଙ୍କ ସାମଗ୍ରୀ ରଖି ବେପାର କରୁଛନ୍ତି । ଶପିଂ ମଲ୍‌ ତଥା ବଡ ଶୋ-ରୁମ୍‌ଗୁଡିକ ଖୋଲିବା ପୂର୍ବରୁ ପାର୍କିଂ ସୁବିଧା ସୁନିଶ୍ଚିତ କରିବା କଥା । କିନ୍ତୁ ଏଥିପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ଏହି ମଲ୍‌ଗୁଡିକ ଆଗରେ ଅର୍ଥାତ୍‌ ରାସ୍ତା ପାର୍ଶ୍ୱରେ ଅବୈଧ ଗାଡି ପାର୍କିଂ କରାଯାଉଛି। ଫଳରେ ସମସ୍ୟା ବଢ଼ୁଛି । ରାସ୍ତାର କେଉଁ ସ୍ଥାନ ସମ୍ବେଦନଶୀଳ ତାହା ଚିହ୍ନଟ କରାଯାଇ ସେଠାରେ ଲୋକେ ଧୀରେ ଗାଡି ଚଳାଇବା ପାଇଁ ସଚେତନତା ଉଦ୍ଦେଶ୍ୟରେ ନାନା ପଦକ୍ଷେପ ଗ୍ରହଣ କରାଯିବା କଥା, ତାହା ହେଉନାହିଁ । ଏହାଛଡ଼ା ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ଗାଡିଚାଳନା ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି। ଏସବୁ ଉପରେ ଯଦିଓ ସରକାରୀ ଭାବେ ଇ-ଚାଲାଣ କରାଯିବା ସହ ଜରିମାନା ଆଦାୟ ହେଉଛି କିନ୍ତୁ ତାହା ଯଥେଷ୍ଟ ହେଉନାହିଁ। ତେଣୁ ପୋଲିସ ଓ ପରିବହନ ବିଭାଗ ଏହା ଉପରେ ଗୁରୁତ୍ୱ ଦେଇ କଡା ଆଭିମୁଖ୍ୟ ଗ୍ରହଣ କଲେ ଦୁର୍ଘଟଣା କମାଯାଇପାରେ ବୋଲି ଅନେକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ଶାହରୁଖ ଖାନ ଜଣେ ବିଶ୍ୱାସଘାତକ: ଭାଜପା ନେତାଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ,୧।୧: ଉତ୍ତର ପ୍ରଦେଶର ମିରଟରେ ଭାରତୀୟ ଜନତା ପାର୍ଟିର ଫାୟାରବ୍ରାଣ୍ଡ ନେତା ସଙ୍ଗୀତ ସୋମ ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri