Odisha Elections 2024

ପୁରୀ ରଥଯାତ୍ରା ଉପଲକ୍ଷେ ଜେଏସ୍‌ପି ଫାଉଣ୍ଡେଶନର ସେବା କାର୍ଯ୍ୟ

ଭୁବନେଶ୍ୱର,୨୩।୬ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସମାଜ କଲ୍ୟାଣ ସଂସ୍ଥା ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଉପଲକ୍ଷେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟର ଆୟୋଜନ କରାଯାଇଛି। ବିଶେଷକରି ଫାଉଣ୍ଡେଶନର ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ସୁଦ୍ଧା ୩,୦୦,୦୦୦ରୁ ଅଧିକ ଭକ୍ତଙ୍କୁ ସତେଜ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ଏପରିକି ଫାଉଣ୍ଡେଶନର ଚେୟାରପର୍ସନ୍‌ ଶାଲୁ ଜିନ୍ଦଲଙ୍କ ମାର୍ଗଦର୍ଶନରେ ଫାଉଣ୍ଡେଶନ ପକ୍ଷରୁ ଭକ୍ତମାନଙ୍କୁ ଥଣ୍ଡା ପାନୀୟ ଜଳ ଏବଂ ଗ୍ଲୁକୋଜ ପ୍ୟାକେଟ୍‌ ମଧ୍ୟ ଯୋଗାଇ ଦିଆଯାଇଥିଲା। ସେହିଭଳି ଜିଲା ପ୍ରଶାସନ ସହ ସମନ୍ବୟ ରକ୍ଷା କରି ଜେଏସ୍‌ପି ଫାଉଣ୍ଡେଶନ ୨୦୨୩ ଜୁନ୍‌ ୧୯ ନେତ୍ରୋତ୍ସବରେ ଏହାର ସେବା କାର୍ଯ୍ୟ ଆରମ୍ଭ କରିଥିଲା। ଅପରପକ୍ଷରେ ପୁରୀ ବସ୍‌ଷ୍ଟାଣ୍ଡ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ କରାଯାଇଥିବା ସ୍ବତନ୍ତ୍ର ଷ୍ଟଲ ଜରିଆରେ ୧୦୦ଜଣ ସ୍ବେଚ୍ଛାସେବୀଙ୍କ ଏକ ଟିମ୍‌ ଭକ୍ତମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି, ଭକ୍ତମାନଙ୍କୁ ସଦ୍ୟ ପ୍ରସ୍ତୁତ କରାଯାଇଥିବା ପାରମ୍ପରିକ ଓଡ଼ିଆ ଭୋଜନ, ଯେଉଁଥିରେ ଅନ୍ନ, ଡାଲମା ଏବଂ ଖଟା ଭଳି ସୁଷମ ଖାଦ୍ୟ ପ୍ରଦାନ କରାଯାଉଛି। ଏହି ସେବା କାର୍ଯ୍ୟ ୨୦୨୩ ଜୁନ୍‌ ୨୯ ସୁନାବେଶ ପର୍ଯ୍ୟନ୍ତ ଚାଲୁ ରହିବ।
ଏ ସମ୍ପର୍କରେ ଜେଏସ୍‌ପି ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି, ଆମ ପାଇଁ ମାନବ ସେବା ହିଁ ଈଶ୍ବର ସେବା । ଏପରିକି ଭକ୍ତମାନଙ୍କର ସେବା କରିବାକୁ ସୁଯୋଗ ପ୍ରଦାନ କରିଥିବାରୁ ଆମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କୃତଜ୍ଞ। ଆମର ମିଶନ୍‌ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଜରିଆରେ ଆମେ ଯଥା ସମ୍ଭବ ଆର୍ଥିକ ଦୁର୍ବଳ ଲୋକମାନଙ୍କୁ ଖାଦ୍ୟ ଯୋଗାଇବାକୁ ଚେଷ୍ଟା କରୁଛୁ। ଆମର ଲକ୍ଷ୍ୟ ହେଉଛି, ରଥଯାତ୍ରାରେ ଭାଗନେବାକୁ ଆସି କେହି ଭୋକିଲା କିମ୍ବା ଶୋଷିଲା ନ ରୁହନ୍ତୁ। ରଥଯାତ୍ରା ଦିନ ବଡ଼ଦାଣ୍ଡରେ ଫାଉଣ୍ଡେଶନ ପକ୍ଷରୁ ୫୦୦୦ଗ୍ଲୁକୋଜ୍‌ ପ୍ୟାକେଟ୍‌ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଶ୍ରୀଲଙ୍କାରେ ବି ଚାଲିବ UPI

ନୂଆଦିଲ୍ଲୀ,୧୬।୫: ଏଣିକି ଶ୍ରୀଲଙ୍କାରେ ମଧ୍ୟ ଚାଲିବ ଫୋନ୍‌ ପେ’। କମ୍ପାନୀ ଲଙ୍କା ପେ’ ସହ ସହଭାଗିତା ଘୋଷଣା କରିଛି। ଏହାଦ୍ୱାରା ବ୍ୟବହାରକାରୀ ଶ୍ରୀଲଙ୍କାରେ ୟୁପିଆଇ ଯେଗେ...

ଟାଟା ଷ୍ଟିଲ୍‌କୁ ଉତ୍ପାଦକତା ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୧୬।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ‘ଉତ୍ପାଦକତା ଉତ୍କର୍ଷ...

ଟେକ୍ନୋଲୋଜି କ୍ଷେତ୍ରରେ ଝିଅମାନଙ୍କ ସମାନ ଭାଗୀଦାରି ରହୁ: ଈଶା

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଚତୁର୍ଥ ଶିଳ୍ପ ବିପ୍ଳବର ଏହି ଡିଜିଟାଲ ଯୁଗରେ ଯଦି ଭାରତକୁ ବିଶ୍ୱର ଅଗ୍ରଣୀ ଭାବେ ଉଭା ହେବାର ଅଛି,ତେବେ ଝିଅମାନଙ୍କୁ ଆଗକୁ...

୨୦୪୭ ସୁଦ୍ଧା ଜିଡିପିର ୬% ଖର୍ଚ୍ଚକରି ଭାରତକୁ ବିକଶିତ କରିବାକୁ ପଡ଼ିବ

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଦେଶର ଅର୍ଥନୀତି ଏହାର ଶିକ୍ଷା ସହ ସିଧାସଳଖ ଜଡ଼ିତ। ଭାରତର ରାଜନୈତିକ ଦଳଗୁଡ଼ିକ ଶିକ୍ଷା କ୍ଷେତ୍ରକୁ ଗମ୍ଭୀରତାର ସହ ନେବା ଉଚିତ...

ସୁନା ଋଣ ପ୍ରଦାନରେ ନିୟମ କଡ଼ାକଡ଼ି

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀଗୁଡ଼ିକୁ ସୁନା ଋଣ ପରିମାଣ, ନିଲାମ ପ୍ରକ୍ରିୟା ଏବଂ ନଗଦ ବିତରଣ...

Featured Video Play Icon

ଶୀଘ୍ର କରନ୍ତୁ e-kyc ନଚେତ୍ ଖାତାରୁ କଟିିଯିବ ସବସିଡି

ଏଲପିଜି ସବସିଡି ପାଇବା ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି। ସେମାନଙ୍କୁ ମେ ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି। କେନ୍ଦ୍ର ସରକାର ଜାରି କରିଥିବା ନୂତନ ନିୟମାବଳୀ...

ଏହି ଜମା ଉପରେ ସୁଧ ହାର ବଢ଼ାଇଲା ଏସବିଆଇ

ମୁମ୍ବାଇ,୧୫ା୫: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର, ନିର୍ଦ୍ଦିଷ୍ଟ ସ୍ଥିର ଜମା (ଏଫଡି) ଉପରେ ସୁଧ ହାରକୁ ୨୫-୭୫ ଆଧାର ପଏଣ୍ଟ କିମ୍ବା ୦.୨୫%...

ଖୁସି ଖବର ଦେଲା ଏସ୍‌ବିଆଇ: ବଢାଇଲା ସୁଧ ହାର

ନୂଆଦିଲ୍ଲୀ,୧୫।୫: ଦେଶର ସର୍ବୋଚ୍ଚ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ସ୍ଥିର ଜମା ଯୋଜନାର ସୁଧ ହାରରେ ପରିବର୍ତ୍ତନ କରିଛି। ବ୍ୟାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri