Odisha Elections 2024

ରାଜନଗରର ପ୍ରାଚୀନ ଦଧିବାମନ ଜିଉ ଓ ମଲ୍ଲୀପଶିରେ ଭକ୍ତିମୟ ପରିବେଶ: ଭକ୍ତ ଟାଣିଲେ ରଥ

ପାଟଣା,୨୧।୬( ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସ୍ଥିତ ପ୍ରାଚୀନ ଦଧିବାମନ ଜିଉ, ମଲ୍ଲୀପଶି, ଟାଙ୍ଗରପଡା ଓ ସରାସକୋଲାସ୍ଥିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ମଙ୍ଗଳବାର ନୀତିକାନ୍ତିରେ ସମ୍ପନ୍ନ ହୋଇଛି। ଦଧିବାମନ ଜିଉଙ୍କ ରଥରେ ପରୀକ୍ଷା ଦୁର୍ଯ୍ୟୋଧନ ମିଶ୍ର ଛେରା ପହଁରା କରିଥିଲେ। ଦେତ୍ତୋର ବିଭାଗ ପକ୍ଷରୁ ଅତିରିକ୍ତ ତହସିଲଦାର ଶରଣ କୁମାର ଜେନାଙ୍କ ସହ ପଣ୍ଡିତ ପ୍ରଦୀପ କୁମାର ମିଶ୍ର ରଥଯାତ୍ରା ପରିଚାଳନା କରିଥିଲେ। ୨୨ ଜଣ ବିଭିନ୍ନ ନିଯୋଗର ସେବାୟତଙ୍କ ସହଯୋଗରେ ରଥ ମାଉସୀମା ମନ୍ଦିରରେ ପହଞ୍ଚିଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ୨ସେକ୍ସନ ଫୋର୍ସ ସହ, ପାଟଣା ବିଡ଼ିଓ ଶିବ ଶଙ୍କର ମୁର୍ମୁ, ଚମ୍ପୁଆ ଏସ ଡିପିଓ ରାମରାଇ ମୁର୍ମୁ , ତୁରୁମୁଙ୍ଗା ଥାନାଧିକାରୀ ମଦନ ମୋହନ ନାଏକ, ଥାନା କାର୍ମଚାରୀ ମୁତୟନ ହୋଇଛନ୍ତି। ରଥଯାତ୍ରା ର ଧାରା ବିବରଣୀକୁ ଶିକ୍ଷାବିତ୍‌ ଅକ୍ଷୟ ନାରାୟଣ ମିଶ୍ର ଓ କୈବଲ୍ୟ ସାହୁ ପ୍ରଦାନ କରିଥିଲେ। ସେହିପରି ମଲ୍ଲୀପଶିିରେ ପାର୍ଥ ସାରଥୀ ବେଜଙ୍କ ତତ୍ୱବାଧାନରେ ରାଜା ରବିନାରାୟଣ ସିଂ ଛେରା ପହଁରା କରିଥିଲେ। ମଲ୍ଲୀପଶିରେ ଶ୍ରୀ ଜୀଉଙ୍କ ଦେବ ନୀତି ସମ୍ପନ୍ନ ହେବା ପରେ ୩ ରଥ ଟଣା ଯାଇଥିଲା। ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ଥିଲେ। ରାତିି ହୋଇଯିବାରୁ ତିନି ଠାକୁରଙ୍କ ରଥ ଅଧା ବାଟରେ ଅଟିକିଥିଲା। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଘଟଗାଁ ଏସ ଡିପିଓ , ପାଟଣା ଥାନାଧିକାରୀ ମନୋରଂଜନ ପ୍ରଧାନ ଗୋଟିଏ ସେକ୍ସନ ଫୋର୍ସ ସହ ଆଇନ ଶୃଙ୍ଗଳା ରକ୍ଷା କରିଥିଲେ। ରାଜନଗରରେ ୧୫ହଜାରରୁ ଉଦ୍ଧର୍‌ବ ଭକ୍ତଙ୍କ ସମାଗମ ହୋଇଥିବାବେଳେ ମଲ୍ଲୀପଶିରେ ୧୨ ହଜାରରୁ ଉଦ୍ଧର୍‌ବ ଭକ୍ତଙ୍କ ସମାଗମ ହୋଇଥିଲା। ସେହିଭଳି ସରାସକୋଲା ଓ ଟାଙ୍ଗରପଡାରେ ରଥ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri