Odisha Elections 2024

ସିଗ୍‌ନାଲ ଜେଇଙ୍କୁ ସାଢ଼େ ୬ ଘଣ୍ଟା ଜେରା

ବାଲେଶ୍ୱର/ଭୁବନେଶ୍ୱର,୨୧।୬(ମାନସ ବିଶ୍ୱାଳ, ଅଭିଜିତ୍‌ ଦାସ): ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣାରେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ ସିବିଆଇ ନଜରରେ। ସୋମବାର ସନ୍ଧ୍ୟାରେ ସିବିଆଇ ଟିମ୍‌ ଜେଇ ଖାନ୍‌ଙ୍କ ସୋର କମରପୁରସ୍ଥିତ ଭଡ଼ା ଘରକୁ ସିଲ୍‌ କରିଥିଲା। ଏହାର ୧୨ ଘଣ୍ଟା ପରେ ମଙ୍ଗଳବାର ସକାଳେ ଜେଇଙ୍କ ଉପସ୍ଥିତିରେ ୬ଜଣିଆ ସିବିଆଇ ଟିମ୍‌ ଘର ସିଲ ଖୋଲିଛି। ସେଠାରେ ଖାନ୍‌ଙ୍କୁ ଦୀର୍ଘ ସାଢ଼େ ୬ଘଣ୍ଟା ଧରି ଜେରା କରାଯିବା ସହ ବିଭିନ୍ନ କାଗଜପତ୍ର ଏବଂ ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ପରେ ଜେଇ ଖାନ୍‌ଙ୍କୁ ସିବିଆଇ ହେପାଜତକୁ ନେବା ସହିତ କିଛି ଦରକାରୀ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ତେବେ ଏନେଇ ସିବିଆଇ ଟିମ୍‌ କିମ୍ବା ଜେଇ ଖାନ୍‌ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
ପ୍ରକାଶ ଯେ, ସୋମବାର ୩ ଜଣିଆ ସିବିଆଇ ଟିମ୍‌ ସୋରସ୍ଥିତ ଖାନ୍‌ଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲେ। ଖାନ୍‌ ଓ ତାଙ୍କ ସ୍ତ୍ରୀ ଘରେ ନ ଥିବାରୁ ସିବିଆଇ ଅପେକ୍ଷା କରି ସନ୍ଧ୍ୟାରେ ଘର ସିଲ୍‌ କରିି ଆସିଥିଲା। ହେଲେ ସୋର ଥାନାର ଦୁଇଜଣ ପୋଲିସ କର୍ମଚାରୀ ଘର ଜଗି ରହିଥିଲେ। ଜେଇଙ୍କ ସ୍ତ୍ରୀ ପଶ୍ଚିମବଙ୍ଗସ୍ଥିତ ବାପ ଘରକୁ ଯାଇଥିବା ସୂଚନା ମିଳିଛି। ଗତ ଜୁନ୍‌ ୨ତାରିଖରେ ଘଟିଥିବା ଏହି ଘଟଣାର ତଦନ୍ତ ଭାର ସିବିଆଇ ନେବାପରଠୁ ଏହା ପଛର କାରଣ ଖୋଜୁଛି। ଏଯାଏ ଷ୍ଟେଶନ ମ୍ୟାନେଜରଙ୍କ ସହ ୧୨ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଧିକ ଥର ପଚରାଉଚୁରା କରିବା ସହ ବୟାନ ରେକର୍ଡ କରିଛନ୍ତି ତଦନ୍ତକାରୀ ଟିମ୍‌। ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ, ତାହା ଜାଣିବା ପାଇଁ ବୈଷୟିକ ଅଧିକାରୀଙ୍କ ସହାୟତା ବି ଲୋଡ଼ାଯାଇଛି। ଷ୍ଟେଶନର ପ୍ୟାନେଲ୍‌ ବୋର୍ଡ, ରିଲେ ରୁମ୍‌ ଓ ସିଗ୍‌ନାଲ୍‌ ରୁମ୍‌ ସିଲ୍‌ ହୋଇଥିବାବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଛି। ଗତ ଦୁଇ ବର୍ଷ ଧରି ପଶ୍ଚିମବଙ୍ଗ ଡାକୁନୀ ଅଞ୍ଚଳର ଅମିର ଖାନ ସୋର ଷ୍ଟେଶନରେ ନିଯୁକ୍ତି ପାଇ ମାର୍କୋଣା, ରାଣିତାଲ, ବାହାନଗା ଷ୍ଟେଶନ ଦାୟିତ୍ୱ ତୁଲାଉଥିଲେ।
ଉଲ୍ଲେଖଯୋଗ୍ୟ, ବାହାନଗା ଟ୍ରେନ ଦୁର୍ଘଟଣାକୁ ଇତିମଧ୍ୟରେ ୧୮ଦିନ ବିତିଥିବାବେଳେ ଏଥିରେ ୨୯୨ ଜଣଙ୍କ ମୃତ୍ୟୁ ଘଟିଛି। ଏପରି କି ବହୁ ଲୋକ ଆହତ ଓ ଗୁରୁତର ହୋଇଛନ୍ତି। ରେଳ ମନ୍ତ୍ରୀଙ୍କ ସୁପାରିସ୍‌ କ୍ରମେ ସିବିଆଇ ଏହାର ତଦନ୍ତ କରୁଛି। ସିବିଆଇ ଟିମ୍‌ ବାଲେଶ୍ୱରରେ ଡେରା ପକାଇଛନ୍ତି ଏବଂ ବାହାନଗା ଷ୍ଟେଶନକୁ ବାରମ୍ବାର ଗସ୍ତ କରୁଛନ୍ତି। ପୂର୍ବରୁ ସିବିଆଇର ଏକ ୪ଜଣିଆ ଟିମ୍‌ ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ଟ୍ରାକର ସ୍କାନିଂ କରି ସାରିଛନ୍ତି। ଏହାପୂର୍ବରୁ ସିବିଆଇର ୨ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ। ପରେ ବିଭିନ୍ନ ସ୍ଥାନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ରିଲେ ରୁମ୍‌କୁ ଯାଇ ସେଠାରେ ମଧ୍ୟ ତନାଘନା କରିଥିଲେ। ଷ୍ଟେଶନରେ ଥିବା ବିଭିନ୍ନ କମ୍ପ୍ୟୁଟରର ହାର୍ଡ ଡିସ୍କ୍‌ ଜବତ କରିଥିଲେ। ଏହାବ୍ୟତୀତ ସେଠାରେ ରେକର୍ଡ ହୋଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ପରେ ବାହାନଗା ବଜାର ଷ୍ଟେଶନ ଭିତରେ ଥିବା ପ୍ରାଇଭେଟ ନମ୍ବର ଏକ୍ସଚେଞ୍ଜ ବୁକ୍‌ ଯାଞ୍ଚ କରିଥିଲେ।
ଅପରପକ୍ଷରେ ବାହାନଗାରେ ରେଳ ଦୁର୍ଘଟଣା ପରେ ଷ୍ଟେଶନ ମାଷ୍ଟର ଓ ପଏଣ୍ଟସ୍‌ ମ୍ୟାନ ନିଖୋଜ ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦକ୍ଷିଣପୂର୍ବ ରେଳପଥ ସିପିଆରଓ ଆଦିତ୍ୟ ଚୌଧୁରୀ ମଙ୍ଗଳବାର ଖଣ୍ଡନ କରିଛନ୍ତି। ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଘଟଣା ପରବର୍ତ୍ତୀ ମୁହୂର୍ତ୍ତରେ ସିବିଆଇ ବାହାନଗା ଦୁର୍ଘଟଣାର ଷ୍ଟେଶନ ମାଷ୍ଟର, ପଏଣ୍ଚସ୍‌ ମ୍ୟାନ ଓ ଅନ୍ୟ କେତେକ ଅଧିକାରୀଙ୍କୁ ନିଜ ହେପାଜତରେ ରଖିଥିଲା। କୌଣସି ଅଧିକାରୀ ନିଖୋଜ ନାହାନ୍ତି ବୋଲି ଚୌଧୁରୀ ଏକ ଭିଡିଓ ବାର୍ତ୍ତାରେ ସ୍ପଷ୍ଟୀକରଣ ଦେଇଛନ୍ତି।
ଅନ୍ୟପକ୍ଷରେ ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇପାରିନି। ହାତଗଣତି ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଥିବାବେଳେ ବହୁ ଏକ୍ସପ୍ରେସ୍‌ ଟ୍ରେନ୍‌ ବାତିଲ ଅଛି। ସେହିପରି କିଛି ଟ୍ରେନ୍‌ର ଗତିପଥକୁ ବଦଳାଯାଇଛି। ଅନ୍ୟପଟେ ଦୁଇଟି ପାସେଞ୍ଜରକୁ ଛାଡ଼ିଦେଲେ ବାକି ସବୁ ପାସେଞ୍ଜର ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ଜାଣିନି, କେବଳ କାମ କରିବା ଜାଣିଛି: ପାଣ୍ଡିଆନ୍‌

ଭୁବନେଶ୍ୱର, ୧୭।୫ (ବନ୍ଦନା ସେଠୀ) – ମୁଖ୍ୟମନ୍ତ୍ରୀ ସାଲିଆସାହିବାସୀଙ୍କ ଭଲ ଚାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନଙ୍କ କଥା ଆଗ ଚିନ୍ତା କରନ୍ତି। ଅନ୍ୟ ରାଜନୈତିକ...

ରାଜ୍ୟ ନେତାଙ୍କ ଲେଖାକୁ ଶୁଆ ଭଳି ଗାଇ ଦେଉଛନ୍ତି ଭାଜପାର ଟୁରିଷ୍ଟ ନେତା:ବିଜେଡି

ଭୁବନେଶ୍ୱର,୧୭।୫(ଶର୍ମିଷ୍ଠା ପାଣିଗ୍ରାହୀ)- ଭାଜପାର ମାଳ ମାଳ ଟୁରିଷ୍ଟ ନେତା ଏବେ ଓଡିଶାରେ। ଯେଉଁମାନେ ଓଡିଶା ବିଷୟରେ କିଛି ଜାଣିନାହାନ୍ତି। ରାଜ୍ୟ ନେତା ଯାହା ଲେଖା ଦେଉଛନ୍ତି,...

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

୨୦-୨୧ରେ ହିଟ୍‌ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ)-ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆହୁରି ଅସହ୍ୟ ହେବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ)- ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ଅନୁଭବଙ୍କ ବଡ଼ ବୟାନ, ମୁଣ୍ଡ ବିକିନି…

ଭୁବନେଶ୍ୱର,୧୭।୫: ଅନୁଭବ ମହାନ୍ତି କରିଛନ୍ତି ପ୍ରେସମିଟ । ଯେଉଁଠି ବିଜେଡି ଉପରେ ବର୍ଷିଛନ୍ତି ଅନୁଭବ ମହାନ୍ତି । ଆଗରୁ ଯେଉଁ ବିଜେଡି ଥିଲା ଆଉ ଏବେର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri