Posted inଜାତୀୟ

କଶ୍ମୀରରେ ପଶିଛନ୍ତି ପାକିସ୍ତାନୀ ଆତଙ୍କବାଦୀ: ଟାର୍ଗେଟରେ ଅମରନାଥ ଯାତ୍ରୀ

ଶ୍ରୀନଗର,୩ା୮(ପି.ଟି./ ଆଇଏଏନ୍‌ଏସ୍‌): ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରୁ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ସମେତ ଆଉ କେତେକ ସଙ୍ଗଠନର ଆତଙ୍କବାଦୀମାନେ ଉପତ୍ୟକାରେ ଅନୁପ୍ରବେଶ କରିଛନ୍ତି। ଜୁଲାଇ ଶେଷ ସପ୍ତାହରେ ୫ ସଶସ୍ତ୍ର ଆତଙ୍କବାଦୀ ନିୟନ୍ତ୍ରଣରେଖା (ଏଲ୍‌ଓସି) ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ବୁଲୁଛନ୍ତି। ପାକିସ୍ତାନରେ ଉଚ୍ଚ ତାଲିମ୍‌ପ୍ରାପ୍ତ ଏହି ଆତଙ୍କବାଦୀମାନେ ଅମରନାଥ ଯାତ୍ରୀ ଓ ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନଙ୍କୁ ଆକ୍ରମଣ କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ଉପତ୍ୟକାରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଅମରନାଥ ରାସ୍ତାରେ ପାକିସ୍ତାନ ନିର୍ମିତ ମାଇନ୍‌ ଓ ଅସ୍ତ୍ରଶସ୍ତ୍ର ମିଳିବା ପରେ ଶୁକ୍ରବାର ତୁରନ୍ତ ଫେରିଆସିବା ପାଇଁ ଯାତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୧୪ ପୁଲଓ୍ବାମା ଆକ୍ରମଣରେ ୫୦ ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ ନେଇଥିବା ଜେଇଏମ୍‌ ଜମ୍ମୁ-କଶ୍ମୀରରେ ପୁଣି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଘଟାଇବା ପାଇଁ ପ୍ରସ୍ତୁତ ହେଉଛି। ଏହିକ୍ରମରେ ଶୁକ୍ରବାର ସକାଳେ ପୁଲଓ୍ବାମାର ଜାହିଦ୍‌ବାଗ୍‌ରେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର ଏକ ଗାଡ଼ିକୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ସେମାନେ ବିକଶିତ ବିସ୍ଫୋରକ ଉପକରଣ (ଆଇଇଡି) ବିସ୍ଫୋରଣ କରିଥିଲେ। ହେଲେ ଏଥିରେ କେହି ମୃତାହତ ହୋଇନାହାନ୍ତି। ସେପଟେ ଅମରନାଥର ପବିତ୍ର ଗୁମ୍ଫାକୁ ଯାଇଥିବା ବାଟାଲ ଓ ପହଲଗାମ୍‌ ରାସ୍ତାରେ ତଲାସି ବେଳେ ପାକିସ୍ତାନ ନିର୍ମିତ ମାଇନ୍‌ ଓ ବିପୁଳ ଅସ୍ତ୍ରଶସ୍ତ୍ର ଠାବ ହୋଇଛି। ପାକିସ୍ତାନୀ ସେନା ସହାୟତାରେ ଆତଙ୍କବାଦୀମାନେ ଯାତ୍ରୀଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥିବା ନେଇ ବିଗତ ୩ରୁ ୪ ଦିନ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ସୂଚନା ମିଳିଛି। କେତେକ ଆଇଇଡିକୁ ନିଷ୍କ୍ରିୟ କରାଯାଇଛି। ସେହିପରି ଗୋଟିଏ ଆମେରିକୀୟ ଏମ୍‌-୨୪ ସ୍ନାଇପର ରାଇଫଲ ଓ ପାକିସ୍ତାନ ଗୋଳାବରୁଦ କାରଖାନାରେ ନିର୍ମିତ ମାଇନ୍‌ ମଧ୍ୟ ମିଳିଥିବା ସେନାର ୧୫ କର୍ପ ଲ୍ୟୁଟ୍‌ନାଣ୍ଟ ଜେନେରାଲ କେ.ଜେ.ଏସ୍‌. ଢିଲୋଁ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ଉପରେ କୌଣସି ପ୍ରକାର ଆକ୍ରମଣକୁ ଏଡ଼ାଇବା ଲାଗି ସେମାନଙ୍କୁ ତୁରନ୍ତ ଫେରିଆସିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀମାନେ ଯଥାଶୀଘ୍ର ସମ୍ଭବ ଫେରିଆସନ୍ତୁ ବୋଲି ପ୍ରଧାନ ସଚିବ (ଗୃହ) ଏକ ସୁରକ୍ଷା ନିର୍ଦ୍ଦେଶନାମା ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri