ଗଛମୂଳ, ରାସ୍ତା କଡ଼ରେ ଚାଲିଛି ଡ୍ୟୁଟି

ରାଉରକେଲା,୧୭ା୬(ଦିନେଶ ମିଶ୍ର) ସ୍ମାର୍ଟସିଟି ରାଉରକେଲାରେ ଦିନକୁ ଦିନ ଜନସଂଖ୍ୟା ସାଙ୍ଗକୁ ଗାଡିମୋଟର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ମାର୍ଟସିଟି ପକ୍ଷରୁ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଟ୍ରାଫିକକୁ ଅଣଦେଖା କରାଯାଉଛି। ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଭିନ୍ନ ଛକରେ ଟ୍ରାଫିକ ପୋଲିସଙ୍କ ପାଇଁ କୌଣସି ଟ୍ରାଫିକ ପୋଷ୍ଟ ନ ଥିବାରୁ ସେମାନେ ରାସ୍ତାକଡ଼ ଗଛମୂଳ ନଚେତ ଖୋଲା ଆକାଶ ତଳେ ଛିଡା ହୋଇ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷେ ଢିଲା ଟ୍ରାଫିକ୍‌ ବ୍ୟବସ୍ଥା ଯୋଗୁ କମ୍‌ ବୟସର ପିଲାମାନେ ଦ୍ରୁତବେଗରେ ଗାଡ଼ି ଚାଳନା କରିବା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି।
୨୦୧୬ ସେପ୍ଟେମ୍ବର ୨୦ ତାରିଖରେ ରାଉରକେଲା ସ୍ମାର୍ଟସିଟି ମାନ୍ୟତା ପାଇବା ପରେ ଟ୍ରାଫିକ ବ୍ୟବସ୍ଥାକୁ ତ୍ୱରାନିତ କରିବା ପାଇଁ ବିଭିନ୍ନ ଛକରେ ୨୨ଟି ଟ୍ରାଫିକ ପୋଷ୍ଟ୍‌ ବ୍ୟବସ୍ଥା କରାଯାଇଥିଲା। ସହରର ବିଶ୍ରା ଛକ, ଟ୍ରାଫିକ ଗେଟ୍‌, ଉଦିତନଗର, ପାନପୋଷ, ଛେଣ୍ଡ, ରେଲୱେ ଷ୍ଟେଶନ ଭଳି ପ୍ରମୁଖ ଛକମାନଙ୍କରେ ଏହି ପୋଷ୍ଟ କରାଯାଇଥିଲା। ସମୟକ୍ରମେ ବିଭାଗୀୟ ଅଣଦେଖା ମନୋଭାବ ଯୋଗୁ ବିଭିନ୍ନ ଛକରେ ଟ୍ରାଫିକ ପୋଷ୍ଟ ଗୁଡିକ ନଷ୍ଟ ହୋଇଯାଇଥିଲା। ଫଳରେ ଦୀର୍ଘଦୀନ ଧରି ଖତ ଖାଉଥିବା ଟ୍ରାଫିକ ପୋଷ୍ଟଗୁଡିକୁ ସ୍ଥାନୀୟ ସ୍ମାର୍ଟସିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ଉଠାଇ ନିଆଯାଇଥିଲା। କିନ୍ତୁ ଟ୍ରାଫିକ ପୋଲିସ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିଲା। ଏଭଳି ପରିସ୍ଥିତିରେ ଟ୍ରାଫିକ ପୋଷ୍ଟରେ ଛିଡାହୋଇ ଟ୍ରାଫିକ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା। ସ୍ମାର୍ଟସିଟିରେ କାର୍ଯ୍ୟରତ ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ନାହିଁ ନ ଥିବା ହଇରାଣ ହୋଇଥିଲେ। ଏପରକି ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଛକରେ କାର୍ଯ୍ୟରତ ଟ୍ରାଫିକ ପୋଲିସମାନଙ୍କ ପାଇଁ କୌଣସି ଟ୍ରାଫିକ ପୋଷ୍ଟ ବ୍ୟବସ୍ଥା କରାଯାଇ ନ ଥିବାରୁ ସେମାନେ ରାସ୍ତାକଡ ଓ ଗଛମୂଳ ନଚେତ ଖୋଲା ଆକାଶତଳେ ଛିଡା ହୋଇ ଡ୍ୟୁଟି କରୁଛନ୍ତି।
ଏଭଳି ପରିସ୍ଥିତିରେ ସେକ୍ଟର-୩ ଟ୍ରାଫିକ୍‌ ଛକରେ ଦୁଇ ସପ୍ତାହ ତଳେ ଜଣେ ଟ୍ରାଫିକ ପୋଲିସ ପ୍ରବଳ ଖରାରେ କାର୍ଯ୍ୟରତ ବେଳେ ଅସୁସ୍ଥ ହୋଇପଡିଥିଲେ। ସେହିପରି ପାନପୋଷ ହକି ଛକ, ବେଦବ୍ୟାସ, ଉଦିତନଗର ଛକରେ କାର୍ଯ୍ୟରତ ଟ୍ରାଫିକ ପୋଲିସ ପ୍ରବଳ ଖରା ଓ ବର୍ଷାରୁ ନିଜକୁ ରକ୍ଷା କରିବା ପାଇଁ ସେଠାରେ ଥିବା ବ୍ୟବସାୟୀଙ୍କ ଦୋକାନ ତଳେ ରହି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏମିତିକି ଟ୍ରାଫିକ ପୋଲିସଙ୍କ ପାଇଁ କୌଣସି ପାନୀୟ ଜଳ, ସିଙ୍ଗନାଲ ବ୍ୟବସ୍ଥା ନାହିଁ। ଆଗକୁ ବର୍ଷାଦିନ ଆସୁଥିବାବେଳେ ବିଭିନ୍ନ ଛକରେ ଟ୍ରାଫିକ ନିୟନ୍ତ୍ରଣ କିଭଳି ହେବ ସେ ନେଇ ସାଧାରଣରେ ଚିନ୍ତାପ୍ରକାଶ ପାଇଛି। ଏ ନେଇ ରାଉରକେଲା ଅତିରିକ୍ତ ଏସ୍‌ପି ବିକ୍ରମ କେଶରୀ ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, ଟ୍ରାଫିକ ପୋଲିସ ପାଇଁ ପୋଷ୍ଟ ବ୍ୟବସ୍ଥା ଏକ ମୁଖ୍ୟ ସମସ୍ୟା ସାଜିଛି। ସ୍ମାର୍ଟସିଟି ପକ୍ଷରୁ ବର୍ତ୍ତମାନ ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରତ୍ୟେକ ଛକରେ ନୂତନ ପୋଷ୍ଟ ସହ ଟ୍ରାଫିକ୍‌ ଭାଓଲେଶନ ଡିଟେକ୍‌ଶନ ସିଷ୍ଟମ (ଟିଭିଡିଏସ୍‌) ଲାଗିଛି। ଏଥିସହ ୧୧୦ଟି ସ୍ଥାନରେ ୪୭୪ଟି ସିସି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଆଗାମୀ ୩ ମାସ ଭିତରେ ଏହା କାର୍ଯ୍ୟକାରୀ ହେଲେ ଉକ୍ତ ସମସ୍ୟା ଦୂର ହେବ ବୋଲି ଭୋଇ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri