କଟକ,୧୭ା୬ (କାର୍ତ୍ତିକ ସାହୁ) ବାଲେଶ୍ୱର ଜିଲା ବାହାନଗାଠାରେ ଗତ ୨ ତାରିଖରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ୨ ସପ୍ତାହ ବିତିଲାଣି। ତଥାପି ମନରୁ ଭୟ ଯାଇନି। ରାଜ୍ୟ ତଥା ରାଜ୍ୟ ବାହାରେ ଚିକିତ୍ସାଧୀନ ଆହତମାନେ ଏବେ ବି ଆଶଙ୍କିତ ଅବସ୍ଥାରେ ଅଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେମାନେ କେବେ ଘରକୁ ଫେରିବେ ତାହାକୁ ନେଇ ପରିବାର ଲୋକେ ଦିନ ଗଣୁଛନ୍ତି। ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟାନୁଷ୍ଠାନ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ସଂଖ୍ୟା କ୍ରମେ ହ୍ରାସ ପାଇବାରେ ଲାଗିଛି। ଏବେ ବି କେତେଜଣ ଗୁରୁତର ଆଇସିୟୁରେ ରହି ଜୀବନ ସହ ସଂଗ୍ରାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଶୁକ୍ରବାରକୁ ମିଶାଇ ଗତ ୪ ଦିନ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଖବର ସେମାନଙ୍କ ପରିବାର ପ୍ରତି ଶକ୍ତ ଧକ୍କା ଆଣିଦେଇଛି।
ମେଡିକାଲ ପକ୍ଷରୁ ମିଳିଥିବା ସୂଚନାନୁସାରେ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୦୨ ଜଣଙ୍କୁ ପର୍ଯ୍ୟାୟକ୍ରମେ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବାରୁ ସେମାନଙ୍କୁ ବିଭିନ୍ନ ଓ୍ବାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏପରି କି ଜେନେରାଲ ସର୍ଜରି, ପ୍ଲାଷ୍ଟିକ ସର୍ଜରି, ନ୍ୟୁରୋ ସର୍ଜରି, ଅର୍ଥୋପେଡିକ୍ସ ଓ ଚକ୍ଷୁ ଆଦି ବିଭାଗର ବିଶେଷଜ୍ଞମାନେ ସେମାନଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଇଛନ୍ତି। ଶୁକ୍ରବାର ସୁଦ୍ଧା ଗୁରୁତରଙ୍କ ସଂଖ୍ୟା କମି ୪୭ରେ ପହଞ୍ଚତ୍ଛି। ସେମାନଙ୍କ ମଧ୍ୟରେ ସର୍ବାଧିକ ୨୦ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ସେହିପରି ଏସ୍ସିବିରେ ଓଡ଼ିଶାରୁ ୧୦, ବିହାରରୁ ୧୩, ଝାଡଖଣ୍ଡ, ମହାରାଷ୍ଟ୍ର, ନେପାଳ, ତାମିଲନାଡୁରୁ ଜଣେ ଲେଖାଏ ଗୁରୁତର ଚିକିତ୍ସିତ ହେଉଛନ୍ତି। ସରକାରଙ୍କ ପକ୍ଷରୁ ସମସ୍ତଙ୍କର ମାଗଣା ଚିକିତ୍ସା କରାଯାଉଛି। ଏଥିସହ ମେଡିକାଲରୁ ଡିସ୍ଚାର୍ଜ ହେଉଥିବା ଆହତଙ୍କୁ ପ୍ରଶାସନ ପକ୍ଷରୁ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା ଚାଲୁରହିଛି। ଏପରି କି, ୨ ମୃତଦେହକୁ ମଧ୍ୟ ସରକାରୀ ଖର୍ଚ୍ଚରେ ସେମାନଙ୍କ ଗ୍ରାମକୁ ପଠାଯାଇଥିବା ଜଣାପଡିଛି।
ଭାରତର ଟପ୍ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍ ପରିଶ୍ରମରେ…
ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...
ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…
ନୂଆଦିଲ୍ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...
ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…
ନୂଆଦିଲ୍ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...
ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...
ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…
ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...
୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ
ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...
ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା
ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...
ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍ ବୁମ୍ରା
ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ର ଷ୍ଟାର ବୋଲର୍ ଯଶପ୍ରୀତ ବୁମ୍ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...
Archives


