ଚିହ୍ନଟ ଅପେକ୍ଷାରେ ୮୧ ମୃତଦେହ

ଭୁବନେଶ୍ୱର,୧୭ା୬(ଅଭିଜିତ ଦାସ) ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୨ ସପ୍ତାହ ବିତିଯାଇଛି। ଗତ ୨ ତାରିଖ ଶୁକ୍ରବାର ରାତିରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ଜଣଙ୍କ ଜୀବନ ଯାଇଥିବାବେଳେ ପରବର୍ତ୍ତୀ ସମୟରେ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ୨ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚତ୍ଥିବାବେଳେ ଶତାଧିକ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଇତିମଧ୍ୟରେ ଅନେକ ଯାତ୍ରୀ ନିଖୋଜ ଥିବା ବହୁ ପରିବାର ଦାବି କରିବା ସହ ଖୋଜାଖୋଜି କରୁଥିବାବେଳେ ଏବେବି ଭୁବନେଶ୍ୱର ଏମ୍‌ସରେ ୮୧ ମୃତଦେହ ଚିହ୍ନଟ ଅପେକ୍ଷାରେ ରହିଛି। ଉକ୍ତ ମୃତଦେହଗୁଡିକୁ ୩ଟି କଣ୍ଟେନରରେ ସଂରକ୍ଷଣ କରି ରଖାଯାଇଛି। ଡିଏନ୍‌ଏ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ମୃତଦେହ ଚିହ୍ନଟ ହୋଇପାରୁନି କି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇପାରୁନି। ଦୁର୍ଘଟଣାର ସପ୍ତାହ ଯାଏ ଏମ୍‌ସ ପରିସରରେ ମୃତଙ୍କ ପରିବାର ଲୋକଙ୍କ ଭିଡ ପରିଲକ୍ଷିତ ହେଉଥିବାବେଳେ ବର୍ତ୍ତମାନ ସେସବୁ ସ୍ଥାନ ଖାଁ ଖାଁ ହେବାରେ ଲାଗିଛି। ଅଧିକାଂଶ ପରିବାର ସଦସ୍ୟ ଡିଏନ୍‌ଏ ନମୁନା ଦେଇ ନିଜ ଘରକୁ ପଳାଇଥିବାବେଳେ ଆଉ କେତେକଜଣ ଏମ୍‌ସ ଧର୍ମଶାଳା ଓ ରେଲୱେ ଗେଷ୍ଟ ହାଉସ୍‌ରେ ରହି ମୃତଦେହ ପାଇବାକୁ ଆଶା ବାନ୍ଧିଛନ୍ତି।
ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି, ଚିହ୍ନଟ ହୋଇ ନ ଥିବା ମୃତଦେହଗୁଡିକ କଣ୍ଟେନର ମଧ୍ୟରେ ରହିଛି। ସମସ୍ତ ମୃତଦେହର ଏମ୍‌ବାଲ୍‌ମ୍ବିଂ କରାଯାଇ ବିଯୁକ୍ତ ୧୦ ଡିଗ୍ରୀ ତାପମାତ୍ରାରେ ରଖାଯାଇଛି। ସାଧାରଣତଃ ଶବଗୃହରେ ମୃତ ଶରୀରଗୁଡିକ ବିଯୁକ୍ତ ୧ ଡିଗ୍ରୀରୁ ୫ ଡିଗ୍ରୀ ତାପମାତ୍ରା ମଧ୍ୟରେ ରଖାଯାଏ। କିନ୍ତୁ ଅଧିକ ଦିନ ସଂରକ୍ଷଣ ଲାଗି ଏପରି ବ୍ୟବସ୍ଥା କରାଯାଇଛି। ୪୦ଘଣ୍ଟା ପରେ ମୃତଦେହ ଆସିଥିବାରୁ ଓ ଅଧିକାଂଶ ମୃତଦେହ ବିକୃତ ଅବସ୍ଥାରେ ଥିବାରୁ ସେଗୁଡିକୁ ବେଶି ଦିନ ସଂରକ୍ଷଣ କରିବାକୁ ଚେଷ୍ଟା କରାଯାଉଛି। ସେପଟେ ଏମ୍‌ସ ସୁପରିଣ୍ଟେଣ୍ଡେଣ୍ଟ ତଥା ଆନାଟୋମି ବିଭାଗର ପ୍ରଫେସର ପ୍ରଭାସ ତ୍ରିପାଠୀ କହିଛନ୍ତି, ଚିହ୍ନଟ ହୋଇ ନ ଥିବା ସମୁଦାୟ ୮୧ଟି ମୃତଦେହ ମଧ୍ୟରୁ ୭୮ଟିର ଡିଏନ୍‌ଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ସମସ୍ତ ନମୁନାକୁ ଟେଷ୍ଟିଂ ନିମନ୍ତେ ଦିଲ୍ଲୀ ପଠାଯାଇଛି। ସାଧାରଣତଃ ଡିଏନ୍‌ଏ ଟେଷ୍ଟିଂରେ ସମୟ ଲାଗି ଥାଏ। କିନ୍ତୁ ଗୋଟାଏ ମୃତ ଦେହ ଲାଗି ୩ରୁ ୪ଟି ପରିବାର ଦାବିଦାର ଥିବାବେଳେ ସେମାନଙ୍କ ଡିଏନ୍‌ଏ ନମୁନାଗୁଡିକ ୱାନ୍‌ ଟୁ ୱାନ୍‌ ପ୍ରକ୍ରିୟାରେ ଟେଷ୍ଟିଂ ଚାଲିଛି। ରିପୋର୍ଟ ଆସିଲେ ମୃତଦେହଗୁଡିକୁ ଚିହ୍ନଟ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri