Odisha Elections 2024

କାର୍‌କୁ ଧକ୍କାଦେଲା ଆମ୍ବୁଲାନ୍ସ, ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ-ଝିଅ ଗୁରୁତର

ପାଟଣାଗଡ଼,୧୬ା୬(ପ୍ରହଲ୍ଲାଦ ପାଢ଼ୀ): ବଲାଙ୍ଗୀର-ପାଟଣାଗଡ଼ ୪୨ ନମ୍ବର ରାଜ୍ୟ ରାଜପଥର ମୟାବର୍ହା ଛକ ନିକଟରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ କାର୍‌କୁ ପଛପଟରୁ ଦ୍ରୁତଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ କାର୍‌ ପାର୍ଶ୍ୱରେ ଛିଡ଼ା ହୋଇଥିବା କାର୍‌ ମାଲିକ ଖୁସିରାମ ମହାନନ୍ଦ ଗୁରୁତର ହୋଇଥିଲେ। ତାଙ୍କୁ ପାଟଣାଗଡ଼ ମେଡିକାଲକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଖୁସିରାମ ସ୍ତ୍ରୀ ଏବଂ ଝିଅଙ୍କ ସହ କାର୍‌ରେ ଯାଉଥିଲେ। କାର୍‌ ଖରାପ ହେବାରୁ ସେ ଠିଆ ହୋଇଥିଲେ। ଏହି ସମୟରେ ଆମ୍ବୁଲାନ୍ସଟି ତାଙ୍କୁ ଧକ୍କା ଦେଇଥିଲା। ଖୁସିରାମଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଏବଂ ଝିଅ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କିଛି ଲୋକ ବଲାଙ୍ଗୀର-ପାଟଣାଗଡ଼ ରାସ୍ତା ଅବରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ଦନ୍ତାହାତୀର ମୃତଦେହ

ଲାଞ୍ଜିଗଡ,୩୦ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସୀମାନ୍ତ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମର୍ଦ୍ଦା ସେକ୍ସନ ଭୁର୍ଟିଗଡ଼ ବିଟ ଅନ୍ତର୍ଗତ କୁଟିମସ୍କା ଜଙ୍ଗଲରେ...

ରାଉରକେଲା ସରକାରୀ ଡାକ୍ତରଖାନାରେ ୧୦ଜଣଙ୍କ ଅସ୍ବାଭାବିକ ମୃତ୍ୟୁ

ଭୁବନେଶ୍ୱର,୩୦।୫: ରାଉରକେଲା ସରକାରୀ ଡାକ୍ତରଖାନା (RGH)ରେ ଗୁରୁବାର ସାଢେ ୬ ଘଣ୍ଟା ଭିତରେ ୧୦ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର...

ବାଇକ୍‌ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ଥୁଆମୂଳ ରାମପୁର, ୩୦ା୫:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୁଣୁପୁର ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାରେ ଗୁରୁବାର ଏକ ବାଇକ୍‌ ଦୁର୍ଘଟଣା ଘଟିଛି...

ଶିଶୁପୁତ୍ରର ବେକରେ ଭୁଜାଲି ରଖି ଲୁଟିନେଲେ ଟଙ୍କା, ଅଳଙ୍କାର

ପାରଳାଖେମୁଣ୍ଡି,୩୦ା୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ବନାଥନଗରରେ ଗୁରୁବାର ଏକ ବଡ଼ ଧରଣର ଲୁଟପାଟ୍‌ ଘଟିଛି। ୪ଜଣ ଲୁଟେରା ଜଣେ ଶିଶୁପୁତ୍ରର ବେକରେ ଭୁଜାଲି...

ରାଜ୍ୟରେ ନବୀନ ବାଣ୍ଟିଛନ୍ତି କଂଗ୍ରେସ ଟିକେଟ୍‌: ଧମେନ୍ଦ୍ରଙ୍କ ବୟାନକୁ ନେଇ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସମୟରେ ଅନେକ ନେତା ନବୀନଙ୍କୁ କାଉଣ୍ଟର କରୁଛନ୍ତି। ଏହି...

ଝିଅ, ମା,ବାପା ଘରେ ଥିଲେ: ପଡ଼ିଲା ବଜ୍ରପାତ

ବାଲିଗୁଡ଼ା,୩୦।୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ଟିକାବାଲିରେ ଗୁରୁବାର ଅପରାହ୍ନରେ ଘଡଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ବଜ୍ରପାତରେ...

ମୁଖ୍ୟମନ୍ତ୍ରୀଙ୍କ ରୁମ୍‌ରୁ କଟାଯାଇଛି ଟେଲିଫୋନ, ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମ୍‌ରୁ ଟେଲିଫୋନ କଟାଯାଇଛି। ନବୀନଙ୍କ ସାକ୍ଷାତକାରରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ବୟାନ। ଧର୍ମେନ୍ଦ୍ର କହିଛନ୍ତି, ନବୀନ ନିବାସର ନବୀନଙ୍କ...

‘କେବଳ ଏକା ପାଣ୍ଡିଆନ୍‌ କାହିଁକି ମାଇକ୍‌ ଧରୁଛନ୍ତି’, ନବୀନଙ୍କ ସାକ୍ଷାତକାର ପରେ ହିମନ୍ତଙ୍କ ବଡ଼ ବୟାନ

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରତିକ୍ରିୟା ରଖିଛନ୍ତି। ହିମନ୍ତ କହିଛନ୍ତି, ନବୀନ ସାକ୍ଷାତକାରରେ ଦେଇଥିବା ଉତ୍ତର ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri