ଡୁବୁରୀ ପାହାଡ଼ କାଟି ଲୁଟିନେଲେ ୫୦୦ ଟ୍ରିପ୍‌ ପଥର

ନୟାଗଡ଼, (ଲୋକନାଥ ମିଶ୍ର)/ଓଡ଼ଗାଁ (ଆଦର୍ଶ କୁମାର ପଟ୍ଟନାୟକ),୧୬।୬: ନୟାଗଡ ଜିଲା ଓଡ଼ଗାଁ ବ୍ଳକ ପାଣ୍ଡେରୀପଡ଼ା ପଞ୍ଚାୟତ ପାଣ୍ଡେରୀପଡ଼ା ବଡ଼ ପୋଖରୀ ଖୋଳାରେ ଅନିୟମିତତା ହୋଇଥିବାବେଳେ ପୋଖରୀ ଭିତରେ ଡୁବୁରୀ ପାହାଡକୁ କାଟି ୫୦୦ ଟ୍ରିପ କଳା ମୁଗୁନି ପଥର ଲୁଟିବା ଆରମ୍ଭ ହୋଇଛି। ଏନେଇ ସ୍ଥାନୀୟ ଲୋକ ତହସିଲରେ ଅଭିଯୋଗ କରିବା ପରେ ମଧ୍ୟ ଚଢ଼ାଉ କି ଧରପଗଡ ହେଉ ନାହିଁ । ବରଂ ପଥର ଖନନକାରୀଙ୍କୁ ଅନୁକମ୍ପା ଦେଖା ଯାଉଛି ବୋଲି ଅଭିଯୋଗ ଉଠିଛି । ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ହେବବୋଲି କଂଗ୍ରେସ ଧମକ ଦେଇଛି ।
ଅଭିଯୋଗ ଅନୁସାରେ ପାଣ୍ଡେରୀପଡା ବଡପୋଖରୀ ଅମୃତ ସରୋବର ଯୋଜନାରେ ସାମିଲ ହୋଇଛି । ଏଥିପାଇଁ କେଉଁ ଯୋଜନାରୁ ଅର୍ଥ ମଞ୍ଜୁର ହୋଇଛି ତେବେ ବ୍ଳକ ପ୍ରଶାସନ ସୂଚନା ଦେଉନି। ଏପରି କି କାମ ଯନ୍ତ୍ର ଦ୍ୱାରା ଆରମ୍ଭ ହୋଇଥିବାବେଳେ କାମର ସ୍ବଛତା ଓ କେଉଁ ଯୋଜନାରେ କାମ ହେଉଛି ଲୋକ ପ୍ରଶ୍ନ କରିଥିଲେ । ପୁଣି ସୂଚନା ଫଳକ କାହିଁକି ଲଗାଯାଉନି ଅଭିଯୋଗ କରିଥିଲେ । ବ୍ଳକ ପ୍ରଶାସନ ଠାରୁ ଉତ୍ତର ନ ପାଇବାରୁ ସ୍ଥାନୀୟ ଲୋକ ଜିଲାପାଳଙ୍କୁ ଫେରାଦ୍‌ ହୋଇଥିଲେ। ଲୋକଙ୍କର ଅଭିଯୋଗୁ ୨୫ ଦିନ ପୁରି ଯାଇଥିଲେ ମଧ୍ୟ ପ୍ରଶାସନିକସ୍ତରରେ ତଦନ୍ତ ହୋଇ ନାହିଁ । ଅନ୍ୟପକ୍ଷେ ସେ ସମୟରେ ବିଡିଓ କହିଥିଲେ ଅମୃତ ସରୋବର ପାଇଁ ଗ୍ରାଣ୍ଟ ଇନ୍‌ ଏଡରୁ ୧୦ ହଜାର ମଞ୍ଜୁର ହୋଇ କାମ ହୋଇଛି । ବିନା ସୂଚନା ଫଳକରେ କାମ କରିବା ଠିକ ନୁହେଁ । ଖୁବ ଶୀଘ୍ର ସୂଚନାଫଳକ ଲଗାଯିବ । ତେବେ ବିଡିଓଙ୍କ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ ହୋଇ ନାହିଁ। ଏଭଳିସ୍ଥଳେ ପୋଖରୀ ଭିତରେ ଥିବା ଡୁବୁରୀ ମୁଣ୍ଡିଆକୁ ବ୍ଲାଷ୍ଟିଂ କରି ପ୍ରାୟ ୫୦୦ ଟ୍ରିପ କଳାମୁଗୁନି ପଥର ପୋଖରୀ ଭିତରୁ ଲୁଟ୍‌ ହୋଇ ସାରିଲାଣି । ତେବେ ଏଥିରୁ କିଛି ଟ୍ରିପ ଗାଁ ପାଖ ସ୍କୁଲ ପାଖରେ ଗଦା ହୋଇଛି। ପ୍ରଶ୍ନ ଉଠୁଛି ପୋଖରୀ ଭିତରୁ କଳା ମୁଗୁନି ପଥର ଯଦି ବାହାରିଲା ତାକୁ ନିଲାମ କରାଗଲା ନାହିଁ କାହିଁକି । ସରକାର ରାଜସ୍ବ ପାଇବାକୁ ବ୍ୟବସ୍ଥା ନ କରି କାହିଁକି ପୋଖରୀ ଖନନ କରୁଥିବା ବ୍ୟକ୍ତିଙ୍କୁ ଅନୁକମ୍ପା ଦେଖା ଯାଉଛି। ଯେଉଁ ପଥର ସ୍କୁଲଠାରେ ରଖା ଯାଇଛି ତାକୁ ତହସିଲ ପକ୍ଷରୁ କାହିଁକି ଜବତ କରାଯାଉ ନାହିଁ । ଘଟଣା ସମ୍ପର୍କରେ ଜଣେ ଓଡ଼ଗାଁ ଲୋକ କହିଛନ୍ତି ପୋଖରୀ କାମ କେଉଁ ଯୋଜନାରେ ହେଉଛି ବ୍ଳକ ପ୍ରଶାସନ ପ୍ରକାଶ କରୁ ନାହିଁ । ପୋଖରୀ ଭିତର ପଥର ନିଲାମ ନ କରି କାହିଁକି ହରିଲୁଟ୍‌ କରାଯିବ ତା’ର ତଦନ୍ତ ହେଉ । ଯୁବ କଂଗ୍ରେସ ନେତା ଦିଲୀପ ବିଶୋଇ କୁହନ୍ତି, ପୋଖରୀ ଖେଳାରେ ଅନିୟମିତତା ହୋଇଥିବାବେଳେ ପୋଖରୀ ଭିତର ମୁଣ୍ଡିଆ କାଟି ୫୦୦ ଟ୍ରିପ ପଥର କାହିଁକି ଲୁଟ ହେବ। ଏନେଇ ତହସିଲଦାର ଅନିଲ ଆଚାର୍ଯ୍ୟଙ୍କୁ କହିବା ପରେ ଆରଆଇକୁ କହି ଜବତ କରାଯାଉଛି ବୋଲି କହିଥିଲେ । ହେଲେ ଜବତ କରା ନ ଯିବା ସନ୍ଦେହ ଘେରକୁ ଆସିଛି । କଂଗ୍ରେସ ପୋଖରୀ ଖନନ ଓ ପଥର ଲୁଟ୍‌ ଘଟଣାକୁ ଗୁରୁତର ସହ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri