ଏ ପାନ୍‌ବାଲା ବାବୁ…କଣ୍ଠଶିଳ୍ପୀଙ୍କ ପରଲୋକ

ବଲାଙ୍ଗୀର,୧୬ା୬(ବୀରେନ୍ଦ୍ର ଝାଙ୍କର): ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ହରିପାଲ(୫୮)ଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁଧବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କ ମରଶରୀରକୁ ତାଙ୍କ ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ୍‌ ରିନବଚନ ସ୍ଥିତ ବାସଭବନକୁ ନିଆଯାଇଥିଲା। ଗଁା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଅନିଲଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ କଳା ଓ ସଙ୍ଗୀତ ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।
୧୯୯୦ ଡିସେମ୍ବର ୨୦ତାରିଖରେ ରିଲିଜ୍‌ ହୋଇଥିଲା ଚର୍ଚ୍ଚିତ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁ। ରାତାରାତି ଏହି ଗୀତ ଓଡ଼ିଶାର ପୁରପଲ୍ଲୀ ସମେତ ପଡୋଶୀ ମଧ୍ୟପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗରେ ଲୋକପ୍ରିୟତାର ଶୀର୍ଷକୁ ଛୁଇଁଥିଲା। ଏହି ଗୀତରେ ସେ କୋଶଲୀ-ସମ୍ବଲପୁରୀ ଶବ୍ଦ ସହ ବିହାରୀ, ଛତିଶଗଡି ଏବଂ ବଙ୍ଗଳା ଶବ୍ଦର ପ୍ରୟୋଗ ଗୀତକୁ ଭିନ୍ନ ସ୍ବାଦର କରି ଗଢ଼ି ତୋଳିଥିଲା। ଏହି ଗୀତର ଆବେଦନ ଏବେ ପ୍ରବଳ ଥିଲା ଯେ, ଛତିଶଗଡି, ବିହାରୀ, ବଙ୍ଗଳ ସମେତ ଓଡ଼ିଆ ଭାଷାରେ ମଧ୍ୟ ଏହି ଗୀତ ରେକର୍ଡିଂ ହୋଇ ପ୍ରଚାରିତ ହୋଇଥିଲା। ଏ ପାନ୍‌ବାଲା ବାବୁ ଗୀତର ରଚୟିତା, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗାୟକ ଥିଲେ ଅନିଲ ହରିପାଲ। ବଲାଙ୍ଗୀର ଜିଲା ଦାବ୍‌କାନୀ ହେଉଛି ତାଙ୍କର ପୈତୃକ ଗ୍ରାମ। ହେଲେ ତାଙ୍କ ପିତାମାତା ସୁନ୍ଦରଗଡ ଜିଲା ବୀରମିତ୍ରପୁରଠାରେ କାମ କରୁଥିବାରୁ ସେଠାରେ ଅନୀଲଙ୍କ ଜନ୍ମ ହୋଇଥିଲା। ପରେ ସେ ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ୍‌ ନିରବଚନ ଗଁାରେ ସପରିବାର ରହୁଥିଲେ। ସଫଳ ଗାୟକ ଭାବେ ସେ ଆହୁରି ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ଦିନେ ଦେଖା ନାଇଁ ଦେଲେ…, ଏସ୍‌ଟିଡି ୱାଲି, ଡବର ହିରୋ ଭଳି ଅନେକ ଲୋକପ୍ରିୟ ଗୀତ ଗାଇଥିଲେ। ମହୁଲ ଝାରେ ବରସିଲା ପାନି… ଗୀତ ହେଉଛି ତାଙ୍କର ଅନ୍ୟତମ ସଫଳ ରଚନା। ତାଙ୍କର ଶତାଧିକ ଗୀତ ଗାଇ ଅନେକ କଣ୍ଠଶିଳ୍ପୀ ଓ ଆଲବମ୍‌ ଲୋକପ୍ରିୟ ହୋଇଛନ୍ତି। ହେଲେ ଆର୍ଥିକ ଦୁଃସ୍ଥିତିି କାରଣରୁ ଅନିଲ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚତ୍ ପୁଣି ଥରେ ସଙ୍ଗୀତ ଜଗତରୁ ଉଭାନ୍‌ ହୋଇଯାଇଥିଲେ। ଆର୍ଥିକ ଅନଟନ ତାଙ୍କୁ ଦିନ ମଜୁରିଆ ଭାବେ କାମ କରିବାକୁ ବାଧ୍ୟ କରିଥିଲା। ତାଙ୍କୁ କଳାକାର ଭତ୍ତାଟିଏ ମିଳି ନ ଥିଲା। ତାଙ୍କ ବିୟୋଗରେ ବିଶିଷ୍ଟ କଣ୍ଠଶିଳ୍ପୀ ନବୀନ କୁଅଁର, ସଙ୍ଗଠକ ଗୋପାଳ ପ୍ରଧାନ, ପ୍ରସନ୍ନ ମିଶ୍ର, ମଧୁସୂଦନ ନାୟକ, ଗୋବର୍ଦ୍ଧନ ପାଣ୍ଡିଆ, ପଶ୍ଚିମ ଓଡିଶା ପ୍ରୟୋଜକ ସଂଘ ସଭାପତି ସୁଧୀର ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ଶରତ ମହାକୁର, କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଶତ୍ରୁଘ୍ନ ଲୁହା, ବାସୁଦେବ ସା ଗଭୀର ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri