ବାଧ୍ୟତାମୂଳକ ହେବ ବୋର୍‌ଓ୍ବେଲ ପଞ୍ଜୀକରଣ

ଭୁବନେଶ୍ୱର, ୧୫।୬(ଅନିଲ ଦାସ): ବର୍ଷାଭାବ ରାଜ୍ୟର ଜଳ ଉତ୍ସ ଉପରେ ଗଭୀର ପ୍ରଭାବ ପକାଇଲାଣି। ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁ ବର୍ଷର ଅଧିକାଂଶ ଦିନ ନଦୀ, ହ୍ରଦ, ଝରଣା, ପୋଖରୀ ଶୁଖିଲା ପଡୁଛି। ଭୂଗର୍ଭ ଜଳ ଉପରେ ଚାପ ବଢ଼ିଚାଲିଛି। ରାଜ୍ୟର ଅନେକ ଜିଲାରେ ଭୂତଳ ଜଳସ୍ତର ଭୟଙ୍କର ଭାବେ ତଳକୁ ଖସିବାରେ ଲାଗିଛି। ଏପରି କି କେତେକ ସ୍ଥାନରେ ଗଭୀର ନଳକୂପରୁ ମଧ୍ୟ ପାଣି ବାହାରୁ ନାହିଁ। ଶିଳ୍ପଠାରୁ ଆରମ୍ଭ କରି ବ୍ୟବସାୟିକ, ଘରୋଇ ବ୍ୟବହାର ପାଇଁ ମନଇଚ୍ଛା ପାଣି ଶୋଷା ଯାଉଥିବାରୁ ପରିସ୍ଥିତି ସଙ୍ଗିନ ହେଲାଣି। ରାଜ୍ୟରେ କେଉଁ ଶିଳ୍ପ କେତେ ପାଣି ଶୋଷୁଛନ୍ତି ତାହାର ମଧ୍ୟ କିଛି ହିସାବ ନାହିଁ। ଭୂତଳ ଜଳ ସଙ୍କଟ ଜଳଜଳ ହୋଇ ଦିଶିଲାଣି। ମନଇଚ୍ଛା ଭୂଗର୍ଭ ଜଳ ବ୍ୟବହାର ଓ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟି ଛାଟ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟରେ ଖୁବ୍‌ଶୀଘ୍ର ଓଡ଼ିଶା ଭୂତଳ ଜଳ ଅଧିନିୟମ(ରୁଲ୍ସ)-୨୦୨୩ କାର୍ଯ୍ୟକାରୀ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ଆଉ ମନଇଚ୍ଛା ଭୂଗର୍ଭରୁ ପାଣି ଶୋଷି ହେବନି। ଏଥିପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଶିଳ୍ପ, ବ୍ୟବସାୟିକ, ଓ୍ବାଟର ପାର୍କ, ବୃହତ୍‌ ଓ
ବାଧ୍ୟତାମୂଳକ ହେବ।
କ୍ଷୁଦ୍ର ଶିଳ୍ପ, ଆପାର୍ଟମେଣ୍ଟ କ୍ଷେତ୍ରରେ ବୋର୍‌ଓ୍ବେଲ(ନଳକୂପ) କିମ୍ବା କୂପ ଖୋଳିବା ସକାଶେ ଅନୁମତି ନେବାକୁ ପଡ଼ିବ। ଭୂଗର୍ଭସ୍ଥ ଜଳ ସମ୍ପର୍କିତ ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ଓଡ଼ିଶା ଭୂତଳ ଜଳ କର୍ତ୍ତୃପକ୍ଷ (ଓଡ଼ିଶା ଗ୍ରାଉଣ୍ଡ ଓ୍ବାଟର ଅଥରିଟି) ଗଠନ ହେବ। ଏଥିରେ ଜଳସମ୍ପଦ ବିଭାଗ ସଚିବ ଅଧ୍ୟକ୍ଷ ରହିବେ ଏବଂ ଭୂତଳ ଜଳ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ମେମ୍ବର କନ୍‌ଭେନର, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌, ଆଇଆଇଟି ବିଶେଷଜ୍ଞ ଏହାର ସଦସ୍ୟ ରହିବେ। ଯେଉଁମାନେ ବୋର୍‌ଓ୍ବେଲ କରିବାକୁ ଚାହିଁବେ ସେମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ।
ଆବେଦନ ପରେ ଏକ ବିଶେଷଜ୍ଞ ଟିମ୍‌ କ୍ଷେତ୍ର ପରିଦର୍ଶନ କରି ଆବେଦନକାରୀ ବୋର୍‌ଓ୍ବେଲ ଖନନ ପାଇଁ ଯୋଗ୍ୟ କି ନୁହେଁ ତାହା ଯାଞ୍ଚ କରିବେ। ଯଦି ସମ୍ପୃକ୍ତ ଅଞ୍ଚଳରେ ପାଇପ ଯୋଗେ ପାନୀୟ ଜଳ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବ ତେବେ ସେ ସବୁ ସ୍ଥାନରେ ବୋର୍‌ଓ୍ବେଲ କିମ୍ବା ଡଗ୍‌ଓ୍ବେଲ ପାଇଁ ଅନୁମତି ମିଳିବ ନାହିଁ। ଆବେଦନକାରୀଙ୍କୁ ଏଥିପାଇଁ ଏକ ଫି’ ଜମା କରିବାକୁ ପଡ଼ିବ। ପ୍ରାଥମିକ ଭାବେ ୩ ବର୍ଷ ପାଇଁ ଅନୁମତି ଦିଆଯିବ। ରାଜ୍ୟରେ କେତେ ବୋର୍‌ଓ୍ବେଲ ଅଛି ସେ ନେଇ ଏକ ସର୍ଭେ କରାଯିବ ବୋଲି ବିଭାଗ ପକ୍ଷରୁ ଜାଣିବାକୁ ମିଳିଛି।
ସେହିପରି ବ୍ୟବସାୟିକ, ବୃହତ୍‌, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଆପାର୍ଟମେଣ୍ଟ ପାଇଁ ଛାତ ଉପର ବର୍ଷା ଜଳ ସଂରକ୍ଷଣ (ରୁଫ୍‌ ଟପ୍‌ ରେନ୍‌ଓ୍ବାଟର ହାର୍ଭେଷ୍ଟିଂ) ବାଧ୍ୟତାମୂଳକ କରାଯିବ। ଏଥିସହିତ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଅବଜରଭେଶନ ଓ୍ବେଲ୍‌ ନିର୍ମାଣ କରିବା ଲାଗି ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସେମାନେ ନେଉଥିବା ପାଣିକୁ ଭୂତଳ ଜଳ ନିର୍ଦ୍ଦେଶାଳୟ ଅଧିକାରୀ ପ୍ରତି ୩ ମାସରେ ଥରେ ସ୍ଥିତି ଅନୁଧ୍ୟାନ କରିବେ। ଏହି ନିୟମ କାର୍ଯ୍ୟକାରୀ ହେବା ପରେ ସମସ୍ତ ଶିଳ୍ପାନୁଷ୍ଠାନ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପରିବର୍ତ୍ତେ ଅଥରିଟିଠାରୁ ଅନୁମତି ନେବେ। ଅନ୍ୟପକ୍ଷରେ ଭୂତଳ ଜଳ ପ୍ରଦୂଷଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଏହି ରୁଲ୍‌ସରେ ବ୍ୟବସ୍ଥା ରହିଛି। ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରଦୂଷିତ ଜଳ ଏବଂ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନ ଥିବା ଆପାର୍ଟମେଣ୍ଟଗୁଡ଼ିକ ରିଭର୍ସ ବୋରିଂ କରି ଭୂତଳ ଜଳକୁ ପ୍ରଦୂଷିତ କରୁଛନ୍ତି। ସେଗୁଡ଼ିକୁ ଯାଞ୍ଚ କରାଯାଇ ଦଣ୍ଡବିଧାନ ବ୍ୟବସ୍ଥା କରାଯିବ। ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନ ଥିବା ଆପାର୍ଟମେଣ୍ଟ ବିରୋଧରେ ୧୦ରୁ ୨୦ ଲକ୍ଷ ଯାଏ ଜରିମାନା କରିବା ବ୍ୟବସ୍ଥା ରହିଛି। ତେବେ ଏଥିରେ ଚାଷ ପାଇଁ ବ୍ୟବହୃତ ଗଭୀର ନଳକୂପକୁ ବାଦ୍‌ ଦିଆଯାଇଛି। ଚିଠା ରୁଲ୍ସକୁ ଆଇନ ବିଭାଗ ଅନୁମୋଦନ ମିଳିସାରିଛି। କ୍ୟାବିନେଟ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri