ଆଜିଠୁ ସମୁଦ୍ରକୁ ଯିବେ ମତ୍ସ୍ୟଜୀବୀ

ପାରାଦୀପ,୧୪।୬(ଶରତ ରାଉତ): ୨ ମାସର ସାମୁଦ୍ରିକ ମାଛଧରା କଟକଣା ବୁଧବାର ଶେଷ ହେଉଛି। ଏନେଇ ମଙ୍ଗଳବାର ପାରାଦୀପ ମାଛଧରା ବନ୍ଦର ପରିସର ଚଳଚଞ୍ଚଳ ହୋଇଉଠିଛି । ବୁଧବାର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ବୋଟ ଓ ୨୫୦ରୁ ଅଧିକ ଛୋଟ ଡଙ୍ଗା ସମୁଦ୍ର ଭିତରକୁ ଯିବେ। ଏଥିପାଇଁ ସେମାନେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି। ବରୁଣେଶ୍ୱର ଯଜ୍ଞ ମଧ୍ୟ ସରିଛି। ବୋଟ୍‌ରେ ତେଲ, ବରଫ, ଜାଲ, ଖାଇବା ସାମଗ୍ରୀ ଆଦି ରଖାଯାଇଛି। ଏନେଇ ବୋଟର କର୍ମଚାରୀ (ମତ୍ସ୍ୟଜୀବୀ)ମାନେ ଆସି ପହଞ୍ଚତ୍ଗଲେଣି। ଏଥର ନୂଆ ଉଦ୍ଦିପନା ନେଇ ସମୁଦ୍ରକୁ ଯିବୁ ବୋଲି ମତ୍ସ୍ୟଜୀବୀ ତ୍ରିନାଥ କହିଛନ୍ତି। ମାଛ ଧରିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ କେତେକ ସତର୍କ ସୂଚନା ଦିଆ ଯାଉଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ମତ୍ସ୍ୟଜୀବୀ ସେମାନଙ୍କ ପରିଚୟପତ୍ର, ଆଧାରକାର୍ଡ ସହ ବୋଟ୍‌ର କାଗଜପତ୍ର ଆଦି ସାଙ୍ଗରେ ନେବାପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ସୁରକ୍ଷା ଉପକରଣ ପୋଷାକ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦ୍ୟାଟ (ଡିଷ୍ଟ୍ରେସ ଆଲାର୍ଟ ଟ୍ରାନ୍ସମିଟର)ଆଦି ବୋଟରେ ରଖିବା ପାଇଁ କୁହାଯାଇଛି।
ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍‌ ୧୪ ପର୍ଯ୍ୟନ୍ତ ୨ ମାସ ସରାକାରୀ ଭାବେ ସାମୁଦ୍ରିକ କଟକଣା କରାଯାଇଥାଏ। ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇଁ ଏହା କରାଯାଇଥାଏ। ଏହି ସମୟରେ ମାଛ ପ୍ରଜନନ, ଅଣ୍ଡାଦାନ, ଯାଆଁଳ ସୁରକ୍ଷା ଅପରିହାର୍ଯ୍ୟ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ବିଜୟ କୁମାର କର କୁହନ୍ତି। ପାରାଦୀପ ମାଛଧରା ବନ୍ଦର ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ନିର୍ଭରଶୀଳ ବୋଲି ଓମ୍ଫା (ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ)ସମ୍ପାଦନ ଅରବିନ୍ଦ ସ୍ବାଇଁ କୁହନ୍ତି। ଅପରପକ୍ଷେ ଏହି ମତ୍ସ୍ୟ ଶିଳ୍ପ ଏବେ ଅନେକ ସମସ୍ୟା ମଧ୍ୟରେ ଗତି କରୁଛି। ମାଛ ଉତ୍ପାଦନ ହ୍ରାସ ପାଉଥିବାବେଳେ ତେଲ ଦର ବଢ଼ି ଚାଲିଛି। ଏଥିପାଇଁ ଅଧିକାଂଶ ବୋଟ ମାଲିକ ଆଉ ସମୁଦ୍ରକୁ ବୋଟ୍‌ ପଠାଉନାହାନ୍ତି। ପୂର୍ବରୁ ବର୍ଷକୁ ଗୋଟିଏ ବୋଟ୍‌ ୨୦ ରୁ ୨୫ ଥର ମାଛ ଧରୁଥିଲେ। ଏବେ ୧୦ ରୁ ୧୫ ଥର ଫିଶିଂ କରିବା କଷ୍ଟକର ବୋଲି ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା କୁହନ୍ତି। ଏତେ ଲୋକଙ୍କୁ ରୋଜଗାର ଯୋଗାଉଥିବା ମତ୍ସ୍ୟ ଶିଳ୍ପ ତେଲ ମୂଲ୍ୟ ଉପରେ ରିହାତି ପାଇଁ ଦୀର୍ଘ ବର୍ଷ ହେଲା ଦାବି କରାଯାଉଛି। ସରକାର ଏ ସମ୍ପର୍କରେ ବିଚାର କଲେ ଭଲ ହେବ ବୋଲି ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri