ଭୁବନେଶ୍ୱର,୧୧।୬(ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ବି ବହୁ ମୃତଦେହକୁ ଚିହ୍ନଟ କରାଯାଇପାରି ନାହିଁ। ମୃତଦେହ ଚିହ୍ନଟ ଲାଗି ବିଭିନ୍ନ ପର୍ଯ୍ୟାୟରେ ଏମ୍ସ ଭୁବନେଶ୍ୱରକୁ ୧୬୨ମୃତ ଦେହ ଆସିଥିଲା। ୮୧ ମୃତଦେହକୁ ଚିହ୍ନଟ ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ବାକି ୮୧ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। କେତେକ ମୃତଦେହର ଏକାଧିକ ଦାବିଦାର ଥିବାବେଳେ ଅନେକ ମୃତଦେହର କେହି ଦାବିଦାର ନାହାନ୍ତି। ତେଣୁ ଡିଏନ୍ଏ ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩ଟି ନମୁନା ଦିଲ୍ଲୀ ପଠାଯାଇଥିବାବେଳେ ଶନିବାର ସୁଦ୍ଧା ୭୦ରୁ ଊର୍ଦ୍ଧ୍ୱ ନମୁନା ସଂଗ୍ରହ କରାଯାଇଛି। ତେବେ ରିପୋର୍ଟ ଆସିବା ବିଳମ୍ବ ହେଉଥିବାରୁ ମୃତଦେହ ଚିହ୍ନଟ ଓ ସଂରକ୍ଷଣ ବଡ଼ ଚ୍ୟାଲେଞ୍ଜ ହୋଇଛି। ଦୁର୍ଘଟଣାର ୩୬ରୁ ୪୦ ଘଣ୍ଟା ପରେ ମୃତଦେହଗୁଡିକ ଏମ୍ସ ଶବ ସଂରକ୍ଷଣ ଗୃହକୁ ଆସିଥିଲା। ବିକୃତ ଭାବେ ଅନେକ ଶରୀର ଥିବାରୁ ସେଗୁଡିକ ପ୍ରଥମେ ଏମ୍ବାଲ୍ମ୍ବିଂ (ମୃତଦେହ ସଂରକ୍ଷଣ ପ୍ରକ୍ରିୟା) କରାଯାଇଥିଲା। ଶବ ଗୃହରେ ସ୍ଥାନାଭାବ ଯୋଗୁ ପାରାଦୀପରୁ ୫ଟି କଣ୍ଟେନର ଅଣାଯାଇ ସେଥିରେ ମୃତଦେହକୁ ରଖାଯାଇଛି। ତେବେ ଜଣେ ବ୍ୟକ୍ତିର ମୃତଦେହ ମୃତ୍ୟୁର ୧୨ ଘଣ୍ଟା ଭିତରେ ଏମ୍ବାଲ୍ମ୍ବିଂ କରାଗଲେ ଏହାକୁ ବର୍ଷାଧିକ ସମୟ ରଖାଯାଇପାରିବ। ମାତ୍ର ବାହାନଗା ଟ୍ରେନ ଦୁର୍ଘଟଣାରେ ଆସିଥିବା ମୃତଦେହଗୁଡିକ ୪୦ ଘଣ୍ଟା ପରେ ଆସିଥିବାରୁ, ପୁଣି ତାହା ବିକୃତ ହୋଇଯାଇଥିବାରୁ କଣ୍ଟେନର ଫ୍ରିଜରରେ ଏଗୁଡିକୁ ଅଧିକ ଦିନ ରଖିବା ସମ୍ଭବ ନୁହେଁ। ତେଣୁ ମୃତଦେହ ଚିହ୍ନଟ ହୋଇ ନ ପାରିଲେ ଓ କେହି ଦାବିଦାର ନ ଆସିଲେ ତାହାକୁ ସତ୍କାର କରିଦିଆଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଡିଏନ୍ଏ ଟେଷ୍ଟ ରିପୋର୍ଟ ଦିନକରେ ପଠାଇବାକୁ ଏମ୍ସ ଦିଲ୍ଲୀକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଆସିବା ବିଳମ୍ବ ହେଉଛି। ଏନେଇ ଭୁବନେଶ୍ୱର ଏମ୍ସର ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି, ଏବେ ଏମ୍ସରେ ୮୧ଟି ମୃତଦେହ ରହିଛି। ଏହା ଭିତରୁ ଅନେକ ମୃତଦେହର କେହି ଦାବିଦାର ନାହାନ୍ତି। ସେପଟେ ଏକାଧିକ ଲୋକ ମଧ୍ୟ ଗୋଟିଏ ମୃତଦେହର ଦାବିଦାର ରହିଛନ୍ତି। ସେଥିପାଇଁ ୭୦ଜଣ ଲୋକଙ୍କ ଡିଏନ୍ଏ ନମୁନା ସଂଗ୍ରହ ହୋଇଛି। ଆଉଦିନେ ଦୁଇଦିନ ଭିତରେ ସ୍ପଷ୍ଟ ରିପୋର୍ଟ ଆସିବ। ଦୁର୍ଘଟଣାରେ ଅଧିକ କ୍ଷତବିକ୍ଷତ ହୋଇଥିବା ମୃତଦେହଗୁଡିକ ଆଉ ୬ରୁ ୭ ଦିନ ସଂରକ୍ଷିତ ରଖାଯାଇପାରିବ। ତଥାପି ଅଧିକ ଦିନ ସଂରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି। ସ୍ଥିତିକୁ ଦେଖି ଦାବିଦାର ନ ଥିବା ମୃତଦେହକୁ ୪ରୁ ୫ ଦିନ ପରେ ନିୟମ ଅନୁସାରେ ସଂସ୍କାର କରି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍
ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...
ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…
ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...
ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…
ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...
‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା
ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...
ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡିବସିଲା ଭିଜିଲାନ୍ସ
ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...
ନବୀନଙ୍କ ଟାର୍ଗେଟ୍ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍ ବସିବାକୁ ଧୈର୍ଯ୍ୟ ନାହିଁ’
ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...
ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା
ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
Archives


