କଲବଲ କରୁଛି ବିଦ୍ୟୁତ୍‌ କାଟ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ବିଜୁଳି ବିନା ଘରେ ରହିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି। ଏପରି ସମୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ଲୋକଙ୍କୁ ବିଚଳିତ କରୁଛି। ଗରମଠାରୁ ବଳିଯାଇଛି ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଜନିତ ଯନ୍ତ୍ରଣା। କାଳବୈଶାଖୀ ଆଳରେ ରାଜ୍ୟର ବିଭିନ୍ନ ଭାଗରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ କରାଯାଉଛି। ଗାଁ ଗହଳି କଥା ଦୂରେ ଥାଉ ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତ୍‌ କାଟ ଘରୋଇ କମ୍ପାନୀର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଛିଡ଼ା କରିଛି।

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୨୦୨୦ରୁ ଟାଟା ପାଓ୍ବାରକୁ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ହସ୍ତାନ୍ତର କରିଛନ୍ତି। ଏହାଛଡ଼ା ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଗତ ୩ ବର୍ଷରେ ପ୍ରାୟ ୧ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରାଜକୋଷରୁ ଦେଇସାରିଲେଣି। ତଥାପି ପରିସ୍ଥିତିରେ କୌଣସି ସୁଧାର ଆସୁନାହିଁ ବୋଲି ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ଅଭିଯୋଗ କରୁଛନ୍ତି। କେବଳ ସେତିକି ନୁହେଁ, ବାତ୍ୟା ଦ୍ୱାରା ବିଦ୍ୟୁତ୍‌ ଭିତ୍ତିଭୂମି ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବାରୁ ଭୁବନେଶ୍ୱରକୁ ଭୂତଳ କେବୁଲ କରିବା ପାଇଁ ୨୦୧୬ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ୭ ବର୍ଷ ପରେ ମଧ୍ୟ ତାହା ଅଧାପନ୍ତରିଆ ହୋଇ ରହିଛି। ରାଜଧାନୀବାସୀଙ୍କୁ ସାମାନ୍ୟ ଝଡ଼ ପବନରେ ମଧ୍ୟ ଦୀର୍ଘସମୟ ବିଦ୍ୟୁତ୍‌ କାଟ କଷ୍ଟ ଭୋଗିବାକୁ ପଡୁଛି।
ରାଜ୍ୟରେ ବିଦ୍ୟୁତ୍‌ ଭିତ୍ତିଭୂମି ସମସ୍ୟା ଥିବା କଥାକୁ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଭିତ୍ତିଭୂମି ଅଭାବରୁ ବିଦ୍ୟୁତ୍‌ ସମସ୍ୟା ଉପୁଜୁଛି। ରାଜ୍ୟରେ ପାୱାର ଶର୍ଟେଜ୍‌ ନ ଥିବା ବେଳେ ଭିତ୍ତିଭୂମି ଅଭାବରୁ ଉପଭୋକ୍ତାମାନେ ଅନେକ କ୍ଷେତ୍ରରେ ପାୱାର ସପ୍ଲାଇରୁ ବଞ୍ଚିତ ହେଉଛନ୍ତି। ଉପଭୋକ୍ତାମାନେ ଯେଉଁ ହାରରେ ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି, ଭିତ୍ତିଭୂମି ସୁଦୃଢ଼ ନ ଥିବାରୁ ଅନେକ କ୍ଷେତ୍ରରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଭଳି ସମସ୍ୟା ଉପୁଜୁଛି, ଯାହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ରାଜ୍ୟରେ ପାୱାର କଟ୍‌ ହେଉନାହିଁ। ଗଣମାଧ୍ୟମ ବାରମ୍ବାର ପାୱାର କଟ୍‌ ଶବ୍ଦର ବ୍ୟବହାର ନ କରିବା ଉଚିତ। ଆମ ପାଖରେ ଅଧିକ ପାୱାର ଅଛି। ସେହି ପାୱାରକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଭିତ୍ତିଭୂମି ଠିକ୍‌ ଥିବା ଦରକାର। ପବନ ହେଲେ ବିଦ୍ୟୁତ୍‌ କାଟ କରାଯାଉଛ। କାଳବୈଶାଖୀ ଯୋଗୁ ତାର ଛିଣ୍ଡି ଯିବା ସହ ଖୁଣ୍ଟ ଉପୁଡ଼ି ଯାଉଛି। ଖୁଣ୍ଟ ପୋତାଯାଇ ଠିକ୍‌ କରିବାକୁ ସମୟ ଲାଗିବ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ରାଜ୍ୟର ବିଦ୍ୟୁତ୍‌ ସମସ୍ୟା ନେଇ ଶୁକ୍ରବାର ଟୁଇଟ୍‌ କରି ଅସନ୍ତୋଷ ପ୍ରକାଶ କରିଥିଲେ। କାଳବୈଶାଖୀ ପରେ ଯେମିତି ଢଙ୍ଗରେ ଧିମା କାମ ଚାଲିଛି, ଚିନ୍ତା କର, ବାତ୍ୟା ଆସିଲେ କ’ଣ ପରିସ୍ଥିତି ହେବ ବୋଲି କହିଥିଲେ। ଏମିତି ମନ୍ଥର ଗତିରେ କାମ ଚାଲିଲେ ଲୋକେ ଜମା ପ୍ରଶଂସା କରିବେନି ବୋଲି ମୁଖ୍ୟ ଶାସନ ସଚିବ ଚେତେଇ ଦେବା ସହ ଶୀଘ୍ର ବିଦ୍ୟୁତ୍‌ ବ୍ୟବସ୍ଥା ସ୍ବାଭାବିକ କରିବାକୁ ଟାଟା ପାୱାର ସିଇଓଙ୍କୁ ତାଗିଦ୍‌ କରିଥିଲେ। ମୁଖ୍ୟ ଶାସନ ସଚିବ ବିଦ୍ୟୁତ୍‌ ସମସ୍ୟା ସମ୍ପର୍କରେ ସୋମବାର ଲୋକସେବା ଭବନରେ ଏକ ଜରୁରୀ ବୈଠକ ଡାକିଛନ୍ତି। ରାଜ୍ୟର ୪ ବିଦ୍ୟୁତ୍‌ ବିତରକ କମ୍ପାନୀର ସିଇଓଙ୍କୁ ବୈଠକରେ ଯୋଗଦେବା ପାଇଁ କୁହାଯାଇଛି। ବାରମ୍ବାର ବିଦ୍ୟୁତ୍‌ କାଟ ଜନିତ ସମସ୍ୟା ଦୂର ପାଇଁ ବୈଠକରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।
ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ନେଇ ବିଭିନ୍ନ ସଂଗଠନ ମଧ୍ୟ ସରକାରଙ୍କୁ ଘେରିଛନ୍ତି। ଅଘୋଷିତ ବିଦ୍ୟୁତ୍‌ କାଟ ବନ୍ଦ ନ ହେଲେ ରାସ୍ତାରେ ଲଢ଼େଇ ହେବ ବୋଲି ଚେତାବନୀ ଦେଇଛନ୍ତି। ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି, ଗତ ଦୁଇଦିନ ଧରି ରାଜଧାନୀର ବିଭିନ୍ନ ଅଞ୍ଚଳରେ ୬ରୁ ୮ ଘଣ୍ଟା ବିଦ୍ୟୁତ୍‌ ସରବରାହ ବନ୍ଦ ରହିଲା। ୨୮ ବର୍ଷର ବିଦ୍ୟୁତ୍‌ ସଂସ୍କାର ପରେ ମଧ୍ୟ ଖୋଦ ରାଜଧାନୀରେ ବିଦ୍ୟୁତ୍‌ ୮ ଘଣ୍ଟା ବନ୍ଦ ରହୁଛି। ୧୯୯୪-୯୫ରୁ ଆଜି ଯାଏ ରାଜ୍ୟରେ ବିଦ୍ୟୁତ୍‌ ଭିତ୍ତିଭୂମି ବିକାଶ ପାଇଁ ଯେଉଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ତାହାର ବିଚାର ବିଭାଗୀୟ ତଦନ୍ତ ହେବା ଦରକାର। ଟାଟା ପାଓ୍ବାର ମନମାନି କରୁଛି। ସରକାର ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଅଘୋଷିତ ବିଦ୍ୟୁତ୍‌କାଟ ବନ୍ଦ ନ ହେଲେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସମାବେଶ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ନିଖିଳ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘ ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ କହିଛନ୍ତି, ଟାଟା ପାଓ୍ବାର ବିଦ୍ୟୁତ୍‌ ଭିତ୍ତିଭୂମି ସଜାଡ଼ିବା ପରିବର୍ତ୍ତେ ସ୍ମାର୍ଟ ମିଟର ଲଗାଇ ବିଲ୍‌ ଆଦାୟରେ ମାତିଛି। ଲୋକମାନଙ୍କୁ ଉନ୍ନତମାନର ବିଦ୍ୟୁତ୍‌ସେବା ମିଳିପାରୁ ନାହିଁ। ଲୋଭୋଲ୍‌ଟେଜ ସମସ୍ୟା ବଢ଼ିବାରେ ଲାଗିଛି। ୧୯୯୬ ମସିହାର କଣ୍ଡକ୍ଟରକୁ ପରିବର୍ତ୍ତନ କରାଯାଉ ନ ଥିବାରୁ ଅଳ୍ପ ପବନରେ ମଧ୍ୟ ତାହା ଛିଡ଼ିପଡୁଛି। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପିକ୍‌ ଆଓ୍ବାର(ସନ୍ଧ୍ୟା ୬ରୁ ରାତି ୧୦)ରେ ୪୮୭୫ ମେଗାଓ୍ବାଟ ବିଦ୍ୟୁତ୍‌ ଶକ୍ତିର ଆବଶ୍ୟକତା ରହିଛି। ଏହି ଆବଶ୍ୟକତା ପୂରଣ ପାଇଁ ଜଳବିଦ୍ୟୁତ୍‌ ଓ ତାପଜ ବିଦ୍ୟୁତ୍‌ରୁ ମୋଟ ୧୪୬୨ ମେଗାଓ୍ବାଟ ଉତ୍ପାଦନ କରାଯାଉଥିବା ବେଳେ ବଳକା ସେଣ୍ଟ୍ରାଲ ସେକ୍ଟରରୁ କିଣାଯାଉଛି। ତେବେ କାଳବୈଶାଖୀ ଯୋଗୁ ତାଳଚେର, କେନ୍ଦ୍ରାପଡ଼ା, ଯାଜପୁର, ବାରିପଦା, ବାଲେଶ୍ୱର, ପାରାଦୀପ ଏବଂ କଟକର କେତେକ ଅଞ୍ଚଳରେ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ରହିଛି। ଏଥିଯୋଗୁ ୧୦୦ ମେଗାଓ୍ବାଟ କମ୍‌ ବିଦ୍ୟୁତ୍‌ ଯୋଗାଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Appleର ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri