୪ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

ଫୁଲବାଣୀ ଅଫିସ/ଫିରିଙ୍ଗିଆ/ଗୋଚ୍ଛାପଡା, ୧୦ା୬: କନ୍ଧମାଳ ଜିଲା ଗସ୍ତରେ ଶୁକ୍ରବାର ରାଜ୍ୟ ସରକାରଙ୍କ ୩ ଜଣ ମନ୍ତ୍ରୀ ଆସି ଫିରିଙ୍ଗିଆ ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ା ଏଥିସହ ୪ଟି ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ା ମନ୍ତ୍ରୀମାନେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ଅବଗତ କରିବା ସହ ଓଡିଶାର ଆତ୍ମା ଗ୍ରାମାଞ୍ଚଳରେ ରହିଛି। ଗ୍ରମାଞ୍ଚଳର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି କହିଛନ୍ତି। ସ୍ଥାନୀୟ ଲୋକଙ୍କର ଯେଉଁ ଦାବି ରହିଛି ତାହା ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇ ସେସବୁ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ମନ୍ତ୍ରୀମାନେ ପ୍ରକାଶ କରିଛନ୍ତି ା
ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ, ଆଦିବାସୀ ଓ ହରିଜନ କଲ୍ୟାଣ, ପଛୁଆବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା, ଗ୍ରାମ୍ୟ ଉନ୍ନୟନ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ପ୍ରୀତିରଞ୍ଜନ ପ୍ରଥମେ ବ୍ଲକ ପରିସରରେ ନୂତନ ଭାବେ ନିର୍ମିତ ମିଶନ ଶକ୍ତି ଗୃହ ଉଦ୍‌ଘାଟନ କରିଥିଲେ ା ସେଠାରେ ସ୍ବୟଂ ସହାୟିକାଙ୍କ ପକ୍ଷରୁ ପ୍ରସ୍ତୁତ ଖାଦ୍ୟ ଖାଇ ସେମାନଙ୍କ ସହ ଭାବ ବିନିମୟ କରିଥିଲେ। ଏହାପରେ କାଶିନିପଦରରେ ନିର୍ମିତ ନୂତନ ମାର୍କେଟ କମ୍ପ୍ଲେକ୍ସ ଉଦ୍ଘାଟନ କରିଥିଲେ। ପରେ ଗୋଚ୍ଛାପଡା ଯାଇ ସେଠାରେ ୪ଟି ନୂତନ ବିଜୁ ସେତୁ ଯଥା ଟେଲାପାଲିରୁ ଗଞ୍ଜୁଖୋଲ ରାସ୍ତାର ନାଳ ଉପରେ ପୋଲ, ସଲାଗୁଡାରୁ ବଇପଙ୍ଗା ରାସ୍ତାର ବାଘ ନଦୀ ଉପରେ ପୋଲ, ସଲାଗୁଡା ରାସ୍ତାର ମାଣିଜିରୁ ନାଳ ଉପରେ ପୋଲ, କ୍ରାଣ୍ଡିବାଲିରୁ ପାହିରାଜୁ ରାସ୍ତା ବାଘ ନଦୀ ଉପରେ ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ସାଧାରଣ ସଭାରେ ଯୋଗ ଦେଇଥିଲେ ା ଗୋଚ୍ଛାପଡାକୁ ଏକ ବ୍ଲକ କରିବା, ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ର୍‌ଖି ଗୋଚ୍ଛାପଡାରେ ଯୁକ୍ତ ୨ କଲେଜ ଖୋଲିବା, ଗୋଚ୍ଛାପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା, ଗ୍ରାମଞ୍ଚଳକୁ ରାସ୍ତା କରିବା ଆଦି ଉପରେ ସ୍ଥାନୀୟ ସରପଞ୍ଚମାନେ ଦାବି କରିଥିଲେ ା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ଜିଲା ପର୍ଯ୍ୟବେକ୍ଷକଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ଜିଲା ପରିଷଦ ସଭ୍ୟ, ବିଜେଡି ଜିଲା କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri