ନୂଆ ପର୍ଯ୍ୟଟନର ଆକର୍ଷଣ ଭୀମଡୁଙ୍ଗୁରି

ବଲାଙ୍ଗୀର ଅଫିସ,୯ା୬: ବଲାଙ୍ଗୀର ଜିଲାର ଏକ ନୂଆ ପର୍ଯ୍ୟଟନ ଆକର୍ଷଣ ହେଉଛି ଭୀମଡୁଙ୍ଗୁରି। ଜିଲା ସଦର ମହକୁମା ବଲାଙ୍ଗୀରଠାରୁ ପ୍ରାୟ ୨୦କିଲୋମିଟର ଦୂର ଦେଓଗଁା ବ୍ଳକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମପଞ୍ଚାୟତରେ ରହିଛି ଏଇ ପର୍ଯ୍ୟଟନସ୍ଥଳୀ। ଭୀମଡୁଙ୍ଗୁରିର ସବୁଜ ଜଙ୍ଗଲ ସମ୍ପଦ, ପ୍ରାକ୍‌ ଐତିହାସିକକାଳୀନ ଗୁମ୍ଫା, ଶିଳାଚିତ୍ର, ବୋଟିଂ ସୁବିଧା, ନବନିର୍ମିତ ଆକର୍ଷଣୀୟ ପାର୍କ ଓ ମିଶନ୍‌ ଶକ୍ତି କାଫେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଜିଲା ପର୍ଯ୍ୟଟନ ମାନଚିତ୍ରରେ ଏହି ନୂଆ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣସ୍ଥଳୀର ମାନ୍ୟତା ପାଇଛି।
ଐତିହାସିକ ଦୃଷ୍ଟିକୋଣରୁ ଭୀମଡୁଙ୍ଗୁରିର ବିଶେଷ ଗୁରୁତ୍ୱ ରହିଛି। ଭୀମଡୁଙ୍ଗୁରିରୁ ଆବିଷ୍କୃତ ହୋଇଛି ପ୍ରାକ୍‌ ଐତିହାସିକ ଯୁଗର ଶିଳାଚିତ୍ର, ରିଂ-ଷ୍ଟୋନ୍‌ ଓ ଲୌହ ଅସ୍ତ୍ରଶସ୍ତ୍ର। ଏଠାରେ ରହିଛି ୬୩ଟି ପ୍ରାକୃତିକ ଗୁମ୍ଫା। ବଡ ପ୍ରସ୍ତର ଖଣ୍ଡରେ ତିଆରି ହୋଇଥିବା ଏହି ପ୍ରାକୃତିକ ଗୁମ୍ଫା ପ୍ରାକ୍‌ ଐତିହାସିକକାଳୀନ ମାନବର ଆବାସସ୍ଥଳୀ ଥିଲା ବୋଲି ଗବେଷକଙ୍କ ମତ। ପାହାଡର ଅନେକ ଶିଳାରେ ରହିଛି ଆଦିମାନବର ବିରଳ ଶିଳାଚିତ୍ର। ଭୀମଡୁଙ୍ଗୁରିଠୁ ଶୁଲିଆ ଡୁଙ୍ଗୁରି ପର୍ଯ୍ୟନ୍ତ ଲମ୍ବିଛି ପ୍ରାଚୀନ ଆଦିବାସୀ ସାମାଜିକ-ସାଂସ୍କୃତିକ ଜୀବନ ଓ ଧର୍ମଧାରାର ଏକ ନିଆରା ପ୍ରତିବେଦନ। ଏହି ପାହାଡ ସହ ଯୋଡି ହୋଇରହିଛି ଆଦିବାସୀ କନ୍ଧମେଳିର ବ୍ରିଟିଶ ବିଦ୍ରୋହୀ ସଂଘର୍ଷ ଗାଥା। ତେବେ ଏସବୁ ଦିଗରେ ଅଧିକ ଗବେଷଣାର ଅପେକ୍ଷା ରଖେ।
୨୦୧୪ ମସିହା ପରେ ବିଧାୟକ ନରସିଂହ ମିଶ୍ରଙ୍କ ଉଦ୍ୟମକ୍ରମେ ଭୀମଡୁଙ୍ଗୁରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲା। ତତ୍କାଳୀନ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହି କ୍ଷେତ୍ରର ବିକାଶ ଦିଗରେ ଅନୁଦାନ ବ୍ୟବସ୍ଥା କରିଥିଲେ। ଇତିମଧ୍ୟରେ ପାହାଡର ଗୋଟିଏ ପଟରୁ ଚଢ଼ି ଅନ୍ୟପଟରେ ଓହ୍ଳାଇବା ପାଇଁ ୫୧୧ଟି ପାହାଚ ନିର୍ମାଣ ହୋଇଛି। ପାହାଡ ପାଦଦେଶରେ ଏକ ସୁନ୍ଦର ଶିବମନ୍ଦିର ରହିଛି। କିଛି ଦିନ ପୂର୍ବରୁ ପାହାଡ ପାଦଦେଶରେ ଏକ ସୁରମ୍ୟ ପାର୍କ ଉଦ୍‌ଘାଟନ ହୋଇଛି। ଏହି ପାର୍କରେ ଶିଶୁଙ୍କଠାରୁ ଆରମ୍ଭ କରି ବଡ ଲୋକଙ୍କ ପାଇଁ ବସିବା, ବୁଲିବା ସୁବିଧା ରହିଛି। ପାର୍କ ଭିତରେ ଏକ କୃତ୍ରିମ ଗୁମ୍ଫା ତିଆରି କରାଯାଇଛି। ଯାହା ଶିଶୁ, ମହିଳା ଓ ପୁରୁଷଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ଉଦ୍ୟାନ ମଝିରେ ତିଆରି ହୋଇଛି ଏକ ୱାଟର ଫାଉଣ୍ଟେନ୍‌। ତାଭିତରେ ଛୋଟ ଶିଶୁମାନଙ୍କ ପାଇଁ ବୋଟିଂ ସୁବିଧା କରାଯାଇଛି। ପାର୍କ ଭିତରେ ବିଭିନ୍ନ କିସମର ଫୁଲଗଛ ଏବଂ ଛୋଟ ପିଲାଙ୍କ ପାଇଁ ଦୋଳି ଲଗାଯାଇଛି। ପାର୍କକୁ ଲାଗିକରି ରହିଛି ମିଶନ ଶକ୍ତି କାଫେ। ଏଠାରେ ବୁଲିବା ବେଳେ ହାଲୁକା ଖାଦ୍ୟ ମଧ୍ୟ ଖାଇପାରିବେ। ପାହାଡ ପାଦଦେଶରେ ରହିଛି ଭୀମକଟା ଜଳାଶୟ। ଏଥିରେ ରହିଛି ଜିଲାର ପ୍ରଥମ ବୋଟିଂ ସୁବିଧା। ୧୨ଟି ଡଙ୍ଗା ରଖାଯାଇଛି ଯାହା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣର କେନ୍ଦ୍ର ପାଲଟିଛି। ପର୍ଯ୍ୟଟକମାନେ ଏଠାକୁ ପହଞ୍ଚତ୍ବା ପରେ ପାହାଡ ଚଢ଼ିବା, ଗୁମ୍ଫା ଓ ମନ୍ଦିର ଦର୍ଶନ, ବୋଟିଂ କରିବା ତଥା ପାର୍କ ବୁଲିବା ମଜା ନେଉଛନ୍ତି। ପାହାଡ ଉପରେ କିଛି ଭିଉ ପଏଣ୍ଟ ନିର୍ମାଣ କରାଯାଇଛି। ସେଠାରୁ ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। ବିଶେଷକରି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦେଖିବା ଅନ୍ୟତମ ଆକର୍ଷଣ। ଖୁବ୍‌ କମ୍‌ ଦିନ ମଧ୍ୟରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ପ୍ରାୟ ପ୍ରତିଦିନ ଏଠାକୁ ପର୍ଯ୍ୟଟକମାନେ ଆସି କିଛି ସମୟ ଅତିବାହିତ କରୁଛନ୍ତି। ବଲାଙ୍ଗୀର ବନ ବିଭାଗ ପକ୍ଷରୁ ଏହି ପର୍ଯ୍ୟଟନସ୍ଥଳୀର ତଦାରଖ କରାଯିବା ସହ ଅନେକ ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି। ବଲାଙ୍ଗୀର ଡିଏଫ୍‌ଓ ନୀତୀଶ କୁମାର କହିଛନ୍ତି ଯେ, ଭୀମଡୁଙ୍ଗୁରି ଏବେ ସାରା ରାଜ୍ୟର ଏକ ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଉଛି। ପାର୍କ, ବୋଟିଂ, ମିଶନ ଶକ୍ତି କାଫେ ନିର୍ମାଣ କରାଯାଇଛି। ଆଗକୁ ୬.୬୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଠାରେ ଦୋକାନ ଘର ସହ ପିକ୍‌ନିକ୍‌ ପିଣ୍ଡି ନିର୍ମାଣ କରାଯିବ। ପର୍ଯ୍ୟଟକଙ୍କ ସୁରକ୍ଷା ଓ ଆମୋଦ ପ୍ରମୋଦ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri