ସବୁ ଜିଲାପାଳଙ୍କୁ ଖରିଫ ସର୍କୁଲାର ଜାରିକଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୯ା୬(ବ୍ୟୁରୋ): ଖରିଫ୍‌ ୨୦୨୩ କାର୍ଯ୍ୟକ୍ରମରେ ରାଜ୍ୟର ୬୧.୮୦ ଲକ୍ଷ ହେକ୍ଟର ଚାଷଜମିରୁ ୧୧୬.୮୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ, ୨.୨୨ ଲକ୍ଷ ମେଟ୍ରିକ୍‌ ଟନ୍‌ ତୈଳବୀଜ, ୯.୨୮ ଲକ୍ଷ ଗାଣ୍ଠି ତନ୍ତୁଜ ଏବଂ ୮୭.୪୨ ଲକ୍ଷ ମେଟ୍ରିକ୍‌ ଟନ୍‌ ପନିପରିବା ଓ ମସଲା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ଖରିଫ୍‌ କାର୍ଯ୍ୟକ୍ରମ ୨୦୨୩କୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗୁରୁବାର ଅନୁମୋଦନ କରିଛନ୍ତି।
ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ସ୍ବାଭାବିକ ମୌସୁମୀ ବର୍ଷର ପୂର୍ବାନୁମାନ ଅନୁଯାୟୀ ଏହି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାୟ ୨ ଲକ୍ଷ ହେକ୍ଟର ଧାନଜମିରେ ଫସଲର ବିବିଧୀକରଣ କରାଯାଇ ଅଧିକ ଅର୍ଥକରୀ ଫସଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ମିଲେଟ୍‌ ମିଶନ, ଫସଲର ବିବିଧୀକରଣ, ସମନ୍ବିତ କୃଷି, ଫାର୍ମପଣ୍ଡ ପ୍ଲସ୍‌, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଯାନ୍ତ୍ରିକୀକରଣରେ ଡିବିଟି ମାଧ୍ୟମରେ ରିହାତି ପ୍ରଦାନ, ଜଳନିଧି ଓ ସୌର ଜଳନିଧି ଆଦିକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ମିଲେଟ୍‌ ମିଶନକୁ ରାଜ୍ୟର ସମସ୍ତ ୩୦ ଜିଲାର ୧୭୭ଟି ବୃଷ୍ଟିପୁଷ୍ଟ ବ୍ଲକ୍‌କୁ ସମ୍ପ୍ରସାରିତ କରାଯାଇଛି। ସେହିପରି ଫସଲର ବିବିଧୀକରଣ କାର୍ଯ୍ୟକ୍ରମରେ ମେଗା ଲିଫ୍‌ଟ ଜଳସେଚନ ପ୍ରକଳ୍ପର ଆୟକଟ୍‌ ଅନ୍ତର୍ଗତ ସମ୍ଭାବ୍ୟ ଉଚ୍ଚ ଏବଂ ମଧ୍ୟମ ଧାନଜମିରେ ବିଭିନ୍ନ ଅଣଧାନ ଉଚ୍ଚମୂଲ୍ୟର ଫସଲ ଚାଷ ଯଥା-ଡାଲି, ତୈଳବୀଜ ଏବଂ ପନିପରିବା ଚାଷ କରାଯିବା ପାଇଁ ଯୋଜନା କରାଯାଇଛି। ଖରିଫ୍‌ ଋତୁରେ ଚାଷୀମାନଙ୍କୁ ୨୦,୭୯୨ କୋଟି ଟଙ୍କାର ଫସଲ ଋଣ ଯୋଗାଇଦେବାର ବ୍ୟବସ୍ଥା ରହିଛି। ସମସ୍ତ ଇଚ୍ଛୁକ ଚାଷୀ ଏବଂ ଋଣଗ୍ରହୀତା ଚାଷୀମାନଙ୍କୁ ଫସଲ ବୀମାରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଜିଲାର କୃଷି ପରିବେଶ ଅନୁଯାୟୀ ଉପଯୁକ୍ତ ରଣନୀତି ସହିତ ଖରିଫ ଫସଲ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ସମସ୍ତ ଜିଲାର ଜିଲାପାଳଙ୍କୁ ଖରିଫ୍‌ ସର୍କୁଲାର ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri