କାର୍ଟୁନିଷ୍ଟ ଅଶ୍ୱିନୀ-ଅବନୀଙ୍କୁ ସ୍ବତନ୍ତ୍ର ପୁରସ୍କାର

ବଲାଙ୍ଗୀର ଅଫିସ, ୬ା୬: ଛତିଶଗଡ଼ ପରିବେଶ ସଂରକ୍ଷଣ ମଣ୍ଡଳ ଏବଂ ରାୟପୁର(ଛତିଶଗଡ଼)ରୁ ପ୍ରକାଶିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ୱାଚ୍‌’ର ମିଳିତ ଆବାହକତ୍ୱରେ ଆୟୋଜିତ ସର୍ବଭାରତୀୟସ୍ତରୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡ଼ିଶାର କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ୍‌ ସ୍ବତନ୍ତ୍ର ପୁରସ୍କାର ଲାଭ କରିଛି। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗିତା ‘ଲାଇଫ୍‌ ଷ୍ଟାଇଲ ଫର୍‌ ଏନ୍‌ଭାଇରନ୍‌ମେଣ୍ଟ’ ବିଷୟବସ୍ତୁ ଉପରେ ଆଧାରିତ ଥିଲା। ପୁରସ୍କୃତ ହୋଇଥିବା ଅଶ୍ୱିନୀ-ଅବନୀଙ୍କ ବ୍ୟଙ୍ଗଚିତ୍ରରେ ବିଶ୍ୱସ୍ତରରେ ଅମୂଲ୍ୟ ଜଳ ସମ୍ପଦର ଜୀବନଯାପନ ଶୈଳୀଜନିତ ଦୁରୁପଯୋଗ ତଥା ଏହାର କରୁଣ ଭବିଷ୍ୟତ ସମ୍ପର୍କରେ ଏକ ଶାଣିତ ବ୍ୟଙ୍ଗାମତ୍କ ଅବଧାରଣା ପ୍ରଦାନ କରାଯାଇଛି।
ପ୍ରତିଯୋଗିତା ସମ୍ପର୍କିତ ଏକ ଭବ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ନିକଟ ଅତୀତରେ ପ୍ରତ୍ନତାତ୍ତ୍ୱିକ ତଥା ପର୍ଯ୍ୟଟନସ୍ଥଳୀର ସ୍ବଚ୍ଛତା, ଏକକ ବିଶ୍ୱ ଓ ଯୁଦ୍ଧ ନୁହେଁ କେବଳ ଭ୍ରାତୃତ୍ୱ ଉପରେ ଆଧାରିତ ତିନୋଟି ଜାତୀୟ ପ୍ରତିଯୋଗିତା ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆୟୋଜିତ ଭିନ୍ନ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ମଧ୍ୟ ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ଗୁଡିକ ପୁରସ୍କୃତ ତଥା ପ୍ରଦର୍ଶିତ ହେବାର ସୌଭାଗ୍ୟ ଲାଭ କରିଥିଲା। ଏଥିସହ ଇଜିପ୍ଟର କାଇରୋଠାରେ ଅନୁଷ୍ଠିତ ସ୍ପିରିଟ୍‌ ଅଫ୍‌ ଗାନ୍ଧୀ ଏକ୍‌ଜିବିଶନ, ମୁମ୍ବାଇଠାରେ ହୋଇଥିବା ବାଲ୍‌ ଠାକ୍‌ରେ ଅନ୍ତର୍ଜାତୀୟ କାର୍ଟୁନ୍‌ ଏକ୍‌ଜିବିଶନ, ଜମ୍ବୁଠାରେ ପ୍ରଖ୍ୟାତ ସନ୍ତୁରବାଦକ ପି. ଶିବ କୁମାର ଶର୍ମାଙ୍କ ସ୍ମୃତି ପ୍ରଦର୍ଶନୀ ଏବଂ କୋଚିଠାରେ କାର୍ଟୁନ୍‌ ମେନ୍‌ ବାଦୁସା ମେମୋରିଆଲ୍‌ ଇଣ୍ଟରନ୍ୟାଶନାଲ୍‌ କେରିକେଚର୍‌ ଏକ୍‌ଜିବିଶନ୍‌ରେ ଏମାନଙ୍କ କୃତି ସ୍ଥାନ ପାଇଥିଲା। ତିନି ଦଶନ୍ଧିରୁ ଅଧିକ ସମୟ ଧରି ଅବିରତ ଭାବେ କାର୍ଟୁନ କରିଆସୁଥିବା ଓଡ଼ିଶାର ଏହି ଭ୍ରାତୃଦ୍ୱୟ ବ୍ୟଙ୍ଗଚିତ୍ର ଜଗତରେ ବେଶ୍‌ ପ୍ରତିଷ୍ଠିତ। ପୃଥିବୀର ଏକମାତ୍ର କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଭାବରେ ୨୦୧୪ ମସିହାରୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇସାରିଥିବା ଅଶ୍ୱିନୀ-ଅବନୀ ଅନେକଥର ଅନ୍ତର୍ଜାତୀୟ ତଥା ଜାତୀୟସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri