Odisha Elections 2024

ଅବାସ୍ତବ ଭାବନା

ଆକାର ପଟେଲ

ଜୁନ୍‌ ୨ରେ ‘ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ ଅଭିଯୁକ୍ତ ବଙ୍ଗାଳୀ ଦମ୍ପତି ବେଙ୍ଗାଲୁରୁ ଜେଲରୁ ୧୦ମାସ ପରେ ମୁକୁଳିଲେ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହି ଦମ୍ପତି ଥିଲେ ପଳାଶ ଓ ଶୁକ୍ଳା ଅଧିକାରୀ। ସେମାନେ ସ୍ଥାନୀୟ ଜମାନତ ଦେଇପାରି ନ ଥିବାରୁ ଜାମିନ ପାଇବା ପରେ ବି ଅଧିକ ଗୋଟିଏ ମାସ ଜେଲରେ ରହିଥିଲେ। ଏହି ଘଟଣା ସହ ସମ୍ପର୍କ ଥିବା ଆଉ ଏକ ଖବର ସେହିଦିନ ପ୍ରକାଶ ପାଇଥିଲା, ଯାହାର ଶୀର୍ଷକ ଥିଲା ‘ନୂଆ ସଂସଦ ଭବନ କାନ୍ଥରେ ଅଖଣ୍ଡ ଭାରତର ଭିତ୍ତିଚିତ୍ର ବା କାନ୍ଥଚିତ୍ରକୁ ନେପାଳ ରାଜନେତାମାନେ ବିରୋଧ କରିଛନ୍ତି।’ ଖବରରୁ ବୁଝାପଡ଼ୁଛି, ଏହି ଅଖଣ୍ଡ ଭାରତ ଏକ ବିଚାର ଯାହାକୁ ହିନ୍ଦୁତ୍ୱ ଜାତୀୟତାବାଦୀମାନେ ସମର୍ଥନ କରୁଛନ୍ତି। ପଡ଼ୋଶୀ ଦେଶ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଭାରତ, ମାଳଦ୍ୱୀପ, ମ୍ୟାନ୍‌ମାର, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ନେଇ ଏହା ପରିକଳ୍ପନା କରାଯାଇଛି। ନେପାଳରେ ଥିବା ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀକୁ ମଧ୍ୟ ମାନଚିତ୍ରରେ ଦର୍ଶାଯାଇଛି। ଏହି ଦୁଇ ଘଟଣା ମଧ୍ୟରେ ସମ୍ପର୍କ ଅଛି। ମୁଁ ଲେଖୁଥିବା ‘ଦି କେସ୍‌ ଫର୍‌ ଅଖଣ୍ଡ ଭାରତ’ ବହିରେ ଏହି ଦୁଇ ବିଷୟରେ ଲେଖିବାକୁ ଚେଷ୍ଟାକରିଛି। ପ୍ରଥମରେ, ଯଦି ଭାରତୀୟମାନେ ବିଶେଷକରି ଭାଜପା ଓ ହିନ୍ଦୁମାନେ ଦକ୍ଷିଣ ଏସିଆକୁ ଏକାଠି କରିବାକୁ ଚାହାନ୍ତି, ତେବେ ବିନା ରଙ୍ଗିନଚିତ୍ର ଏବଂ ଭିତ୍ତିଚିତ୍ରରେ ତାହା କାହିଁକି କରିବାକୁ ଚେଷ୍ଟା କରୁନାହାନ୍ତି? ଦ୍ୱିତୀୟରେ, ବାସ୍ତବରେ ଅଖଣ୍ଡ ଭାରତ ସୃଷ୍ଟି କରିବାକୁ କ’ଣ କରିବାକୁ ପଡ଼ିବ? ପ୍ରଥମ ପ୍ରଶ୍ନର ଉତ୍ତର ସହଜ। ଏହାକୁ ସମର୍ଥନ କରୁଥିବା ଭାଜପା ଓ ହିନ୍ଦୁମାନେ କେବେ ବି ଏକ ସଂଗଠିତ ଦକ୍ଷିଣ ଏସିଆ ଚାହଁୁନାହାନ୍ତି। ସେମାନେ ଏକ ପ୍ରସଙ୍ଗଭିତ୍ତିକ ସାମ୍ରାଜ୍ୟ ଚାହଁୁଛନ୍ତି। ଭାଜପା କେବଳ ଭୂମି ଚାହେଁ, ଲୋକଙ୍କୁ ନୁହେଁ। କଶ୍ମୀରକୁ ଦେଖିଲେ ଏହା ସହଜରେ ବୁଝି ହେବ। ଧର୍ମାନ୍ଧତା ହେଉଛି ଅରୁଚିକର। କିନ୍ତୁ ଦ୍ୱିତୀୟ ପ୍ରଶ୍ନଟି ଅଧିକ ଉତ୍ସାହପ୍ରଦ। ଉପମହାଦେଶର ଲୋକଙ୍କୁ ଏକାଠି କରିବା ଲାଗି ବାସ୍ତବରେ ଏହା କି ପଦକ୍ଷେପ ନେବ ତାହା ବିଚାର କରିବା ଦରକାର। ଏହା ସେନା ବଳ ଦ୍ୱାରା ହୋଇପାରିବ ନାହିଁ। କାରଣ, ସେ କ୍ଷେତ୍ରରେ ଆମର କ୍ଷମତା ନାହିଁ। ବାସ୍ତବତାକୁ ଲକ୍ଷ୍ୟ କଲେ କଶ୍ମୀର ମାନଚିତ୍ରରେ ଯାହା ଦର୍ଶାଯାଇଛି ତାହା ସମ୍ପୂର୍ଣ୍ଣ ଭିନ୍ନ। ସ୍କୁଲ ମାନଚିତ୍ର ଦ୍ୱାରା ମାନସିକ ସ୍ତରରେ ବିଶ୍ୱାସ ଜନ୍ମାଯାଇଛି। ବାସ୍ତବରେ ପଶ୍ଚିମରେ କିଛି ଅଂଶ ଆମ ନିୟନ୍ତ୍ରଣରେ ନାହିଁ ଏବଂ ଆମେ ଯେତେ ସାହସର କଥା କହିଲେ ବି ତାହାକୁ ଫେରାଇ ଆଣିପାରିବା ନାହିଁ। ମନେରଖିବା ଦରକାର ଯେ, ପଡ଼ୋଶୀ ବିରୋଧୀ ହେଉଛି ଆମ ଦେଶ ଆକାରର ଏକ ସପ୍ତମାଂଶ। କେବଳ ସଙ୍କଳ୍ପର ଅଭାବରୁ ଆମେ ତାହାକୁ ଫେରାଇ ଆଣିପାରୁନାହଁୁ ତାହା ନୁହେଁ, ବରଂ ଆମ ଦକ୍ଷତା ଅଭାବରୁ ଏହା ହେଉଛି। ସେହିଭଳି ପୂର୍ବରେ କିଛି ଅଂଶ ଆମେ ହରାଉଛୁ, କିନ୍ତୁ ତାହାକୁ ଫେରାଇ ଆଣିବା ଲାଗି ଆମେ କହୁନାହଁୁ। ଶକ୍ତିଶାଳୀ କ୍ଷମତାର ଭୟ ଯୋଗୁ ଏହା କରିପାରୁନାହଁୁ। ଏମିତି କି ଆମେ ତା’ ନାଁ ବି ଧରୁନାହଁୁ।
ଆମେ ନେପାଳ, ଭୁଟାନ ଏବଂ ବାଂଲାଦେଶକୁ ଧମକାଇପାରୁ। କିନ୍ତୁ ମାନଚିତ୍ର ଓ ଭାଷଣରେ ବିରୋଧ କରୁଥିଲେ ବି ସେମାନଙ୍କ ଉପରେ ପ୍ରକୃତ ଦାବି କରିବାରେ ଆମର କୌଣସି ବୈଧତା ନାହଁ। ତଥାପି ଅନ୍ୟ ଏକ ଉପାୟ ଅଛି, ଯାହା ସମ୍ପର୍କରେ ବିଚାର କରାଯାଉନାହିଁ (ଯାହା ଉପରେ ମୋ ବହି ପର୍ଯ୍ୟବସିତ)। ପ୍ରଥମେ ବିନା ରାଜନୈତିକ ଉପାୟରେ ବିଭିନ୍ନ ବିଷୟର ସମାଧାନ ହେବା ଆବଶ୍ୟକ। ଯେତେବେଳେ ୟୁରୋପୀୟ ସଂଘ ଗଠନ ହେବା ଆରମ୍ଭ ହେଲା, ଏହା ଏକୀକୃତ ମୁଦ୍ରା ଓ ଏକୀକୃତ ସଂସଦ ଦ୍ୱାରା କରାଯାଇ ନ ଥିଲା। ଏହା ସେମାନଙ୍କ ଇସ୍ପାତ ଓ କୋଇଲା ଶିଳ୍ପ ଯୋଗାଯୋଗ ମାଧ୍ୟମରେ ହୋଇଥିଲା। କାରଣ ଏହି ଦୁଇ ପଦାର୍ଥ ସେମାନଙ୍କ ଅର୍ଥ ବ୍ୟବସ୍ଥା ଓ ସେନାର ବିକାଶ ପାଇଁ ଆବଶ୍ୟକ ଥିଲା। ପ୍ରଥମେ ଯୁଦ୍ଧ ପରେ ଜର୍ମାନୀ ଉପରେ ଚାପ ଓ ପରେ ସହମତି ମାଧ୍ୟମରେ ୟୁରୋପୀୟ ଦେଶଗୁଡ଼ିକ ଏକାଠି ହୋଇଥିଲେ। ତେବେ ଏସିଆରେ କେଉଁ ବିଷୟ ଅଛି ଯାହା ସମାନ ଭାବେ ଦେଶଗୁଡ଼ିକୁ ସଂଗଠିତ କରିପାରିବ? ତାହା ପରିବହନ ଅର୍ଥାତ୍‌ ରାସ୍ତା ଖୋଲିବା; ରେଳ ଓ ବିମାନ ସେବା ସଂଯୋଗ କରିବା, ଯେଉଁଥିରେ ମୁକ୍ତ ଭାବେ ଯାତ୍ରା କରିପାରିବେ। ଯୋଗାଯୋଗ ବ୍ୟବସ୍ଥା ଯାହାକୁ ଉଭୟ ପକ୍ଷ ବ୍ୟବହାର କରିପାରିବେ, ଯେପରି ଜଣେ କୋଲକାତାରୁ ଢାକା କିମ୍ବା ଲାହୋରରୁ ଶିମିଲା ବିନା ଭିଜାରେ ଯିବାକୁ ସକ୍ଷମ ହୋଇପାରୁଥିବେ। ଏହା କରିବା କ’ଣ କଷ୍ଟକର? ନା, ଏହା ସହଜରେ ଓ ଶୀଘ୍ର ହୋଇପାରିବ। କିନ୍ତୁ ସମସ୍ୟା ରହିଛି ଦେଶର ଭାବନାରେ ଓ ମନରେ ବସାବାନ୍ଧିଛି ପଡ଼ୋଶୀ ଆମର ଶତ୍ରୁ। ପରବର୍ତ୍ତୀ ପଦକ୍ଷେପ ହେଉଛି, ୟୁରୋପୀୟ ସଂଘ ଯେଭଳି ସାମଗ୍ରୀ ଓ ସେବା କାରବାରକୁ ସହଜ କରିଥିଲା ସେଭଳି କରାଯିବ। ଏହା ଅର୍ଥ ବ୍ୟବସ୍ଥାଗୁଡ଼ିକୁ ଧୀରେ ଧୀରେ ଏକାଠି କରିବ ଓ ସବୁଦେଶକୁ ଲାଭ ହେବ। ବିଶେଷକରି ଯେଉଁ ଦେଶରେ ଯାହା ଉପତ୍ାଦନ ହେଉଛି ସେଭଳି ସାମଗ୍ରୀ ଅନ୍ୟ ଦେଶରେ ହେଉ ନ ଥିଲେ ସେଠାକୁ ପଠାଇ ଲାଭ ପାଇପାରିବ। ଭାରତ କାର୍‌, ଦୁଇଚକିଆ ଯାନ, ପେଟ୍ରୋଲ, ସଫ୍ଟଓ୍ବେର, ମ୍ୟୁଜିକ ଉପକରଣ, ବହି ଅଧିକ ମୂଲ୍ୟରେ ଅନ୍ୟ ଦେଶକୁ ପଠାଇ ଲାଭ ପାଇବା ସହ ଅର୍ଥ ବ୍ୟବସ୍ଥାକୁ ଦୃଢ଼ କରିିପାରିବ। ଏହା ନ କରିବା ଅର୍ଥ ଭାରତର ସୁଯୋଗକୁ ନା କହିବା ଏବଂ ଭାରତର ଅଭିବୃଦ୍ଧିକୁ ମନା କରିବା। ଶେଷ ବିଷୟ ବା ତତ୍ତ୍ୱ ହେଉଛି, ୟୁରୋପୀୟ ସଂଘ ରାଜନୈତିକ ଏକତା ପାଇଁ ଯାହା କରିଛି ସେଭଳି କରାଯାଇପାରେ। ଆମେ ସେ ବିଷୟରେ ଏଠି ଯିବା ଦରକାର ନାହିଁ। କିନ୍ତୁ ବୁଝିବାକୁ ହେବ ଯେ, ପ୍ରଥମ ଦୁଇଟି ବିନା ଏହି ତୃତୀୟ ତତ୍ତ୍ୱ ସମ୍ପୂର୍ଣ୍ଣ ଅସମ୍ଭବ। ଅନ୍ୟପକ୍ଷରେ ନେପାଳ ଓ ଅନ୍ୟମାନେ ବିରୋଧ କରୁଥିବା ନୂଆ ପାର୍ଲାମେଣ୍ଟର ଭିତ୍ତିଚିତ୍ର ବିଷୟକୁ ବିଚାରକୁ ନେଲେ ଏହା ପିଲାଳିଆ ଭାବନା ବୋଲି କୁହାଯିବ। ବାସ୍ତବତା ହେଉଛି ଭାରତୀୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଭାବନା ନୂଆ ସଂସଦ ଭବନରେ ବିଶ୍ୱ ସମ୍ମୁଖରେ ଯେଭଳି ଉପସ୍ଥାପିତ କରାଗଲା ତାହା ଅପରିପକ୍ୱ ଏବଂ ଅବାସ୍ତବ। ଅଖଣ୍ଡ ଭାରତ କେବେ ରଙ୍ଗିନଚିତ୍ର ଓ ଭିତ୍ତିଚିତ୍ର ମାଧ୍ୟମରେ ହାସଲ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ସଫଳତାର ମୂଳମନ୍ତ୍ର, ଯାହା ପ୍ରମାଣ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଡ. କେ.ଏସ୍‌. ରଜାନ୍ନା। ପୋଲିଓ ଆକ୍ରାନ୍ତ ହୋଇ ମାତ୍ର ୧୧ ବର୍ଷ ବୟସରେ...

ଯୋଗ୍ୟ ପ୍ରାର୍ଥୀ

ରବିନାରାୟଣ ସାମଲ ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ଏକ ଜଟିଳ କାର୍ଯ୍ୟ। କାରଣ ଅଧିକାଂଶ ଭୋଟର ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ଜାଣନ୍ତି ନାହିଁ।...

ରାସ୍ତାକଡ଼ର ଜୀବନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ସମୟ: ଏଇ ବୈଶାଖ ମାସର ମଧ୍ୟାହ୍ନ। ସ୍ଥାନ: ରାଜଧାନୀର ଏକ କଲୋନି ଅଞ୍ଚଳର ରାସ୍ତାକଡ଼। ଦୃଶ୍ୟ: ମୁଣ୍ଡ ଉପରେ ଦାଉ ଦାଉ...

ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି

ଚଳିତ ବର୍ଷ ମେ ୧୩ରେ ‘ଜାତିସଂଘ ସହ ଜଡ଼ିତ ସଂସ୍ଥା ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାକୁ ସ୍ଥଗିତ ରଖିଛି’ ଶୀର୍ଷକ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri