Posted inଜାତୀୟ

ନଏଡାରେ ଆରମ୍ଭ ହେଲା ଫିଙ୍କ୍‌ ଟଏଲେଟ

ନଏଡା,୨।୮: ମହିଳାଙ୍କ ସୁବିଧା ପାଇଁ ଦିଲ୍ଲୀର ନଏଡାର ସେକ୍ଟର-୫୦ ସ୍ଥିତ ଏକ ମାର୍କେଟରେ ପିଙ୍କ ଟଏଲେଟ ଆରମ୍ଭ ହୋଇଛି। ଗୁରୁବାର ନଏଡା ପ୍ରଶାସନର ଅଧ୍ୟକ୍ଷ ଆଲୋକ ଟଣ୍ଡନ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରିତୁ ମହେଶ୍ୱରୀ ପ୍ରଥମ ପିଙ୍କ ଟଏଲେଟକୁ ଉଦ୍‌ଘାଟନ କରିଥିଲେ। ଏହି ଟଏଲେଟ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବାକୁ ଥିବା ବେଳେ ଏହା ସମ୍ପୁର୍ଣ୍ଣ ଦେୟ ମୁକ୍ତ ରହିବ। ବ୍ୟବହୃତ ହୋଇଥିବା ନାପକିନ୍‌କୁ ଏଣେତେଣେ ନ ପକାଇ ସେଠାରେ ଥିବା ଏକ ମେଶିନ୍‌ରେ ପକାଇବାର ସୁବିଧା ମଧ୍ୟ କରାଯାଇଛି। ଆସନ୍ତା ୨ମାସ ମଧ୍ୟରେ ସହରରେ ଏଭଳି ୯ଟି ଫିଙ୍କ୍‌ ଟଏଲେଟ ତିଆରି କରାଯିବ। ଅନ୍ୟ ୯ଟି ପିଙ୍କ୍‌ ଟଏଲେଟରେ ମଧ୍ୟ ଏଭଳି ମେଶିନ୍‌ ଲଗାଯିବ ବୋଲି ସୂଚନା ରହିଛି। ଏହି ସହରର ୮୪ଟି ସ୍ଥାନରେ ଆଧୁନିକ ସାର୍ବଜନୀନ ଟଏଲେଟ ତିଆରି କରାଯିବାକୁ ଥିବା ବେଳେ ୭୪ଟି ତିଆରି ହୋଇଯାଇଛି ଅବଶିଷ୍ଟ ଆଉ ୧୦ଟି ତିଆରି ହେବାକୁ ରହିଛି। ଆଉ ଏହି ୧୦ଟି ଟଏଲେଟ କେବଳ ମହିଳାଙ୍କ ବ୍ୟବହାର ପାଇଁ ତିଆରି କରାଯିବ ବୋଲି ରିତୁ ମହେଶ୍ୱରୀ କହିଛନ୍ତି। ନଏଡା ପୂର୍ବରୁ ଉତ୍ତରପ୍ରଦେଶର ଗାଜିଆବାଦ, ତେଲେଙ୍ଗାନା ଓ ହାଇଦ୍ରାବାଦରେ ମଧ୍ୟ ଫିଙ୍କ୍‌ ଟଏଲେଟର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ବେମୁଲାଙ୍କ ଆତ୍ମହତ୍ୟାର ପୁଣି ତଦନ୍ତ କରିବେ ତେଲଙ୍ଗାନା ସରକାର

ହାଇଦ୍ରାବାଦ, ୫।୫:ବହୁ ଚର୍ଚ୍ଚିତ ରୋହିତ ବେମୁଲା ଆତ୍ମହତ୍ୟା ମାମଲାରେ ସାଇବରାବାଦ ପୋଲିସ ପକ୍ଷରୁ ଜାରି ହୋଇଥିବା କ୍ଲୋଜର ରିପୋର୍ଟକୁ ନେଇ ରୋହିତଙ୍କ ପରିବାର ପକ୍ଷରୁ ଅସନ୍ତୋଷ...

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ରୋଡ ଶୋ’ରେ ବାହାରିଲେ ମୋଦି

ଅଯୋଧ୍ୟା,୫।୫: ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମ ଲାଲାଙ୍କ ଦର୍ଶନ ପାଇବା ପାଇଁ...

ଗଧରେ ଚଢ଼ି ନାମାଙ୍କନ ଦାଖଲ ପାଇଁ ପହଞ୍ଚିଲେ ପ୍ରାର୍ଥୀ

ଗୋପାଳଗଞ୍ଜ,୫।୫ଚଳିତ ଲୋକ ସଭା ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କ ଅଜବ ଗଜବ ରଙ୍ଗ ଥମିବାର ନାଁ ନେଉନାହିଁ। ବିହାରର ଗୋପାଳଗଞ୍ଜ ଲୋକ ସଭା ଆସନରୁ ଜଣେ ସ୍ବାଧୀନ...

ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ଶ୍ରୀନଗର,୫।୫: ଲୋକ ସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ରବିବାର (ମେ ୫) ପିଡିପି ସଭାପତି ମେହବୁବା ମୁଫତିଙ୍କୁ ଏକ ସୋ କଜ...

ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେଇଥିବା ମୌଲବୀ ଗିରଫ

ସୁରଟ,୫ା୫: ଭାଜପାର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେବା ସହ ହିନ୍ଦୁ ସଂଗଠନର ଜଣେ ନେତାଙ୍କୁ ହତ୍ୟା ଯୋଜନା କରିଥିବା ଅଭିଯୋଗରେ ସୁରଟର...

ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଚଣ୍ଡିଗଡ଼,୫ା୫: ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପ୍ରବେଶ କରି ପବିତ୍ର ଗୁରୁଗ୍ରନ୍ଥ ସାହିବ୍‌ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ...

ଅଯୋଧ୍ୟାରେ ମୋଦି, ନେଲେ ରାମଲାଲାଙ୍କ ଆଶିଷ

ଅଯୋଧ୍ୟା,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ସେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଆଶୀର୍ବାଦ ନେଇଛନ୍ତି। ମେ’...

ହ୍ବିଲ ଚେୟାରରେ ନଜର ଆସିଲେ ତେଜସ୍ବୀ, ହଠାତ୍‌ ହୋଇ ପଡିଲେ ଅସୁସ୍ଥ

ପାଟନା,୫।୫: ଲୋକ ସଭା ନିର୍ବାଚନକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିହାରର ରାଜନୈତିକ କରିଡରରୁ ବଡ ଖବର ଆସୁଛି, ଯେଉଁଠାରେ ବିହାର ବିଧାନସଭାରେ ବିରୋଧୀଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri