ବଙ୍ଗୀୟ ମହିଳା ଗ୍ୟାଙ୍ଗ୍‌ର ୯ ଗିରଫ

ଭୁବନେଶ୍ୱର,୩।୬(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରର ବିଭିନ୍ନ ମଲ୍‌ରେ ସ୍ମାର୍ଟ ଉପାୟରେ ଚୋରି କରୁଥିଲା ବଙ୍ଗୀୟ ମହିଳା ଗ୍ୟାଙ୍ଗ୍‌। ଲଜ୍‌ ଓ ହୋଟେଲରେ ରହିବା ସହ ମଲ୍‌ରୁ ମଲ୍‌ ବୁଲି ଚତୁରତାର ସହ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଚୋରାଇ ନେଉଥିବା ଏହି ଆନ୍ତଃରାଜ୍ୟ ର଼୍ୟାକେଟ ଶେଷରେ ଧରାପଡିଛି। ୧୩ଜଣିଆ ଗ୍ୟାଙ୍ଗ୍‌ର ୯ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିବା ପରେ ର଼୍ୟାକେଟର ପର୍ଦ୍ଦଫାଶ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ବିଜାପୁର ଥାନା ଅନ୍ତର୍ଗତ ହାଲିସର ଗ୍ରାମର ଲବୁନି ସମନ୍ଦର (୩୪), ଶୁକ୍ଳା ବଣିକ (୩୦), ମଞ୍ଜରୀ ଚକ୍ରବର୍ତ୍ତୀ (୩୨), ଅମ୍ରିତା ରଏ (୪୦), ବୈଶାଖୀ ମିର୍ଦ୍ଧା (୨୩), ପୁତୁଲ ଦେବ ମହାନ୍ତି (୩୫), ମାଳତି ଦାସ (୩୪), ରୂପା ମିର୍ଦ୍ଧା (୩୨) ଓ ମୌସୁମୀ ଦତ୍ତ (୩୧)। ସେମାନଙ୍କ ନିକଟରୁ ପୋଲିସ ପ୍ରାୟ ୨ ଲକ୍ଷ ଟଙ୍କାର ହର୍ଲିକ୍ସ, ବିଭିନ୍ନ ପ୍ରକାର କସ୍‌ମେଟିକ୍‌ ଆଦି ସାମଗ୍ରୀ ଜବତ କରିଛି। ଗୁରୁବାର ରାତିରେ ଗିରଫ ପରେ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ଗ୍ୟାଙ୍ଗର ଆଉ ୪ଜଣ ଫେରାର ଥିବାରୁ ସେମାନଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଜୋନ-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି। ଏଥିସହ ଏହି ମହିଳାମାନେ ଯଦି ଅନ୍ୟ କୌଣସି ମଲ୍‌ରେ ଚୋରି କରିଥିବା ପ୍ରମାଣ ଥିବ ତା’ହେଲେ ଏତଲା ଦେବାକୁ ସେ ଅପିଲ କରିଛନ୍ତି।
ସାୟାରେ ପ୍ୟାକେଟ୍‌, ସ୍ମାର୍ଟ ତରିକାରେ ଚୋରି
ଗିରଫ ମହିଳାମାନେ ଶାଢ଼ି, ଲେଗିନ୍ସ, କୁର୍ତି ଆଦି ପୋଷାକ ପିନ୍ଧି ଚୋରି କରିବାକୁ ଯାଆନ୍ତି। ଅଧିକାଂଶ ମହିଳା ଶାଢ଼ି ପିନ୍ଧି ଚୋରି କରିବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ସେମାନେ ପିନ୍ଧୁଥିବା ସାୟା ଓ ଅନ୍ୟ ପୋଷାକରେ ବ୍ୟାଗ୍‌ ଭଳି ପ୍ୟାକେଟ କରିଥାନ୍ତି। ସେମାନେ ଚୋରି କରୁଥିବା ସାମଗ୍ରୀକୁ ଉକ୍ତ ପ୍ୟାକେଟ୍‌ରେ ଭର୍ତ୍ତି କରିଦିଅନ୍ତି। ଲେଗିନ୍ସ ପିନ୍ଧିଥିବା ମହିଳାମାନେ ଅଣ୍ଟାରେ ଭିଡିଦିଅନ୍ତି ଚୋରି ସାମଗ୍ରୀ। ଏପରିକି କିଛି ମହିଳା ଜଙ୍ଘ ମଝିରେ ମଧ୍ୟ ସାମଗ୍ରୀକୁ ଜାକି ଦିଅନ୍ତି। ସେମାନେ ଲମ୍ବା ଶାଢ଼ିକୁ ଚତୁରତାର ସହ ଘୋଡ଼େଇ ସମସ୍ତ କର୍ମଚାରୀଙ୍କ ଆଗରେ ନେଇଯାଆନ୍ତି। ସେମାନେ ଚୋରୁ କରୁଥିବା ମଲ୍‌ରୁ ଅଳ୍ପ ଟଙ୍କାର ସାମଗ୍ରୀ କିଣିଥାନ୍ତି। ତାହାର ବିଲ୍‌ ସିକ୍ୟୁରିଟି ଗାର୍ଡଙ୍କୁ ଜଣେ ଦେଖାଇବା ସମୟରେ ଅନ୍ୟମାନେ ଖସି ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri