କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇଲେ ଅଭିନେତା ଆୟୁଷ୍ମାନଙ୍କ ପତ୍ନୀ ତାହିରା, ବହୁ ଅଭିନେତା କଲେ ନିନ୍ଦା…

ନୂଆଦିଲ୍ଲୀ,୨।୬: ଦୀର୍ଘଦିନ ଧରି କୁସ୍ତିଯୋଦ୍ଧାମାନେ ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଯନ୍ତରମନ୍ତରରେ ଧାରଣା ଦେଉଛନ୍ତି। ତେବେ ଏହାକୁ ବହୁ ବିରୋଧୀ ସମେତ ବହୁ ରାଜନେତା ଏବଂ ଅଭିନେତା ସମର୍ଥନ କରିଛନ୍ତି। ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିଛନ୍ତି ବୋଲି ବହୁଜଣ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏମଧ୍ୟରେ ବଲିଉଡ ଅଭିନେତା ଆୟୁଷ୍ମନ ଖୁରାନାଙ୍କ ସ୍ତ୍ରୀ ତାହିରା କଶ୍ୟପ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଭିଡିଓରେ ସେ କବିତା ମାଧ୍ୟମରେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି।

କବିତା ମାଧ୍ୟମରେ ସେ କହିଛନ୍ତି, ମୁଁ କେବେ ନିଜ ଝିଅ ଏବଂ ଅନ୍ୟ ଝିଅ ମଧ୍ୟରେ ପାତର ଅନ୍ତର କରେ ନାହିଁ। ଏହି ଯୋଦ୍ଧାମାନେ ଆମ ଦେଶର ହୀରା ଅଟନ୍ତି। ମୋ ପୁରା ପରିବାର ଦେଶର କୁସ୍ତିଯୋଦ୍ଧାଙ୍କ ଠାରୁ ପ୍ରେରଣା ପାଇଥାଏ। ମୋ ଝିଅ ଦେଶ ପାଇଁ ପଦକ ଆଣି ପରିବାର ସହ ଦେଶକୁ ମଧ୍ୟ ଗୌରାବନିତ୍ୱ କରିବାକୁ ଇଛା ରଖିଛି।
ସେ ଆହୁରି କହିଛନ୍ତି, ଥରେ ମୋ ଝିଅ ଖବରକାଗଜ ପଢୁଥିଲା। ସେହି ସମୟରେ ମୁଁ ତୁରନ୍ତ ତା’ଠାରୁ ଖବରକାଗଜ ଛଡାଇ ଆଣିଲି। କାରଣ ମୁଁ ଚାହୁଁ ନ ଥିଲି ଯେ, ଆମ ଦେଶର ଗୌରବଙ୍କ ସହ ଏବେ ଯାହା ବି ହେଉଛି ସେ ଏସବୁ ଦେଖୁ।

ସେହିପରି ସ୍ବରା ଭାସ୍କର କୁସ୍ତିଯୋଦ୍ଧାଙ୍କୁ ନେଇ ଟ୍ବିଟର୍‌ରେ ଭିଡିଓ ସେୟାର୍‌ କରିଛନ୍ତି। ସେ କହିଛନ୍ତି, ଆମ ଅର୍ନ୍ତରାଷ୍ଟ୍ରୀୟ ଖେଳାଳୀ ଯୌନ ଉତ୍ପୀଡନ ମାମଲାରେ ରାସ୍ତାରେ ଧାରଣା ଦେବାକୁ ବାଧ୍ୟ ହେଉଛନ୍ତି। ଏହା ଅତ୍ୟନ୍ତ ଲଜ୍ଜ୍ୟାଜନକ। କିନ୍ତୁ ଅଭିଯୁକ୍ତ ଭାଜପା ସାଂସଦ ସରକାରଙ୍କ ଛାୟାରେ ସୁରକ୍ଷିତ ଅଛି। ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ।

 

View this post on Instagram

 

A post shared by Tovino⚡️Thomas (@tovinothomas)

ଏଥିସହ ତୋଭିନୋ ଥୋମାସ, କମଲ ହାସନ, ପ୍ରକାଶ ରାଜ ଏବଂ ସୋନୁ ସୁଦ୍‌ ମଧ୍ୟ ଏହି ମାମଲାରେ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ ନେଇ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri