ବିଟ୍‌ କଏନ୍‌ ଠକେଇ ର଼୍ୟାକେଟ ଧରାପଡିଲା

ଭୁବନେଶ୍ୱର,୧।୬(ବ୍ୟୁରୋ): ବିଟ୍‌ କଏନରେ ଟଙ୍କା ବିନିଯୋଗ କରି ବହୁଗୁଣା ଲାଭର ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୧୪ ଲକ୍ଷ ଠକିବା ଅଭିଯୋଗରେ ସାଇବର ଥାନା ପୋଲିସ ଏକ ର଼୍ୟାକେଟର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱରର ମୁଖ୍ୟ ଅଭିଯୁକ୍ତ ବିଜନ କୁମାର ପଣ୍ଡା, ସପନ କୁମାର ଦଳେଇ, ଆକ୍ସିସ ବ୍ୟାଙ୍କର ସେଲ୍ସ ମ୍ୟାନେଜର ସୁନୀଲ କୁମାର ଦାସ ଓ ଅନ୍ୟ ଜଣେ ହେଲେ ବିବେକାନନ୍ଦ ମଲ୍ଲିକ। ଏମାନଙ୍କଠାରୁ ୧୦ଟି ଏଟିଏମ୍‌ କାର୍ଡ, ୫ ବ୍ୟାଙ୍କ ପାସ୍‌ବୁକ୍‌, ୪ ମୋବାଇନ ଫୋନ, ଗୋଟିଏ ଲାପ୍‌ଟପ୍‌, ୭ ଚେକ୍‌ବୁକ୍‌ ଓ ଗୋଟିଏ ଜିଓ ସିମ୍‌ ଜବତ ହୋଇଛି। ସେହିପରି ଅଭିଯୁକ୍ତଙ୍କ ଆକାଉଣ୍ଟରେ ଥିବା ୩୨ ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି ପୋଲିସ। ସୁନୀଲ ଲୋକଙ୍କ ନାମରେ ଫେକ୍‌ ଆକାଉଣ୍ଟ ଖୋଲିଥିବାବେଳେ ସପନ ଓ ବିବେକାନନ୍ଦ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବା ଏବଂ ବିଜନ ଫେକ୍‌ ଟେଲିଗ୍ରାମ ଅପରେଟ୍‌ କରୁଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।
ଚିନ୍ତାମଣିଶ୍ୱର ଅଞ୍ଚଳର ପ୍ରମୋଦ ସାହୁଙ୍କ ହ୍ବାଟ୍‌ସଆପ୍‌କୁ ଏକ ଲିଙ୍କ୍‌ ଆସିଥିଲା। ଏହାପରେ ପ୍ରମୋଦ ଯୋଗାଯୋଗ କରିବାରୁ ସାଇବର ଠକମାନେ ଟଙ୍କା ବିନିଯୋଗ କରିବାକୁ ଲୋଭ ଦେଖାଇଥିଲେ। ପ୍ରଥମେ ପ୍ରମୋଦ ୧ ହଜାର ଟଙ୍କା ତା’ପରେ ବିଭିନ୍ନ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ବିନିଯୋଗ କରି ୬୦ ହଜାର ଟଙ୍କା ଫେରସ୍ତ ପାଇଥିଲେ। ଏହାପରେ ପ୍ରମୋଦଙ୍କୁ ସାଇବର ଠକମାନେ ବିଟ୍‌ କଏନରେ ବିନିଯୋଗ କରିବାକୁ ପ୍ରବର୍ତ୍ତାଇବାରୁ ଲୋଭରେ ପଡ଼ି ପ୍ରମୋଦ ବିଟ୍‌ କଏନ ସାଇଟରେ ଆକାଉଣ୍ଟ ଖୋଲିବା ପାଇଁ ଆଧାର ଓ ପ୍ୟାନ ଭଳି ସମସ୍ତ ପ୍ରମାଣପତ୍ର ଦେଇଥିଲେ। ଏହାପରେ ପ୍ରମୋଦ ସେଥିରେ ୫ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ସାଇବର ଠକମାନେ ବିଶ୍ୱାସ ଜନ୍ମାଇବା ପାଇଁ ତାଙ୍କ ପାଖକୁ ଏକ ସ୍କ୍ରିନ୍‌ ଶଟ୍‌ ପଠାଇଥିଲେ, ଯେଉଁଥିରେ ଲାଭ ହୋଇଥିବା ୨ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇଥିବା ଉଲ୍ଲେଖ ଥିଲା। ଯେତେବେଳେ ପ୍ରମୋଦ ବିନିଯୋଗ କରିଥିବା ୫ଲକ୍ଷ ଓ ପାଇଥିବା ୨ ଲକ୍ଷ ମୋଟ ୭ ଲକ୍ଷ ଟଙ୍କା ଉଠାଇବାକୁ ଚାହୁଁଥିଲେ ସେତେବେଳେ ସେ ସଫଳ ହୋଇପାରି ନ ଥିଲେ। ତେଣୁ ସେ ଟେଲିଗ୍ରାମ ଆପ୍‌ରେ ଥିବା ଠକଙ୍କ ସହ ଯୋଗାଯୋଗ କରିଥିଲେ। ସାଇବର ଠକ ଜଣକ ତାଙ୍କୁ ଆଉ ୨.୫ ଲକ୍ଷ ଟଙ୍କା ଜମା କରି ସମସ୍ତ ଟଙ୍କା ଫେରସ୍ତ ପାଇବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ତାହା ଜମା କରିଥିଲେ ମଧ୍ୟ କିଛି ବି ଟଙ୍କା ପାଇ ନ ଥିଲେ। ପୁନର୍ବାର ଯୋଗାଯୋଗ କରିବାରୁ ସେ ଅଧିକ ଟଙ୍କା ହୋଇଥିବାରୁ ଜିଏସ୍‌ଟି ବାବଦକୁ ୪.୫୩ ଲକ୍ଷ ଜମା କରିବାକୁ କହିଥିଲେ। ଏହିଭଳି ପ୍ରମୋଦ ୧୪ ଲକ୍ଷ ଟଙ୍କା ଜମା କରି ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri