Posted inଖେଳ

ପୂର୍ବତନ ଚାମ୍ପିୟନ ଓଷ୍ଟାପେଙ୍କୋ ବିଦା

ପ୍ୟାରିସ୍‌, ୧ା୬(ପି.ଟି.): କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରୁ ବିଦାୟ ନେଇଛନ୍ତି ପୂର୍ବତନ ଚାମ୍ପିୟନ ଜେଲେନା ଓଷ୍ଟାପେଙ୍କୋ। ଏକାଧିକ ସିଡେଡ୍‌ ଖେଳାଳି ସହଜ ବିଜୟ ହାସଲ କରିଥିବା ବେଳେ ଓଷ୍ଟାପେଙ୍କୋ ଓ ବିଶ୍ୱ ମାନ୍ୟତାର ୫ ନମ୍ବର ସ୍ଥାନରେ ଥିବା କାରୋଲିନା ଗାର୍ସିଆ ବିଜୟୀ ହୋଇଛନ୍ତି। ସେହିପରି ପୁରୁଷ ବର୍ଗରେ ଷ୍ଟିଫାନୋସ୍‌ ସିତ୍‌ସିପାସ, ସେବାଷ୍ଟିଆନ ଅଫ୍‌ନର ଓ ଫାବିଓ ଫଗନିନି ବିଜୟୀ ହୋଇଛନ୍ତି। ୨୦୧୭ରେ ଫ୍ରେଞ୍ଚ ଓପନ ଚାମ୍ପିୟନ୍‌ ରହିଥିବା ଓଷ୍ଟାପେଙ୍କୋ ବୁଧବାର ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ପଦାର୍ପଣକାରୀ ଆମେରିକାର ପେଟନ୍‌ ଷ୍ଟିଅର୍ନସଙ୍କ ନିକଟରୁ ପରାଜିତ ହୋଇଛନ୍ତି। ୟୁନିଭର୍ସିଟି ଅଫ ଟେକ୍ସାସ ପକ୍ଷରୁ ଖେଳୁଥିବା ଷ୍ଟିଅର୍ନସ ଜୁନ୍‌ ୨୦୨୨ରେ ହିଁ ପ୍ରଫେସନାଲ ଟେନିସ ଖେଳିବା ଆରମ୍ଭ କରିଥିଲେ। ବିଶ୍ୱ ମାନ୍ୟତାର ୧୭ ନମ୍ବର ସ୍ଥାନରେ ରହିଥିବା ଲାଟଭିଆର ଓଷ୍ଟାପେଙ୍କୋ ୨୮ଟି ଅନଫୋର୍ସଡ ଏରର୍‌ କରିଥିଲେ। ଏହା ସହିତ ସେ ୬-୩, ୧-୬ ଓ ୬-୨ ସେଟରେ ପରାଜିତ ହୋଇଥିଲେ। ପ୍ରଥମ ରାଉଣ୍ଡରେ ୨୧ ବର୍ଷୀୟ ଷ୍ଟିଅର୍ନସ ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ରାଉଣ୍ଡକୁ ଜିତିଥିଲେ। ଅନ୍ତିମ ରାଉଣ୍ଡରେ ଚମତ୍କାର ଖେଳ ପ୍ରଦର୍ଶନ କରିବା ସହିତ ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ ଷ୍ଟିଅର୍ନସ୍‌। ଅନ୍ୟପକ୍ଷରେ ୫ ନମ୍ବର ମାନ୍ୟତାପ୍ରାପ୍ତ ଗାର୍ସିଆ ୬-୪, ୩-୬ ଓ ୫-୭ ସେଟରେ ଆନ୍ନା ବ୍ଲିଙ୍କୋଭାଙ୍କ ନିକଟରୁ ପରାଜିତ ହୋଇଛନ୍ତି। ୩ ନମ୍ବର ମାନ୍ୟତା ପ୍ରାପ୍ତ ଜେସିକା ପେଗୁଲା ମଧ୍ୟ ବିଜୟୀ ହୋଇଛନ୍ତି। ଜେସିକା ଇଟାଲୀର କାମିଲା ଗିଓର୍ଗିଙ୍କ ବିପକ୍ଷରେ ୬-୨ରେ ଆଗୁଆ ରହିଥିଲେ। କାମିଲା ଓହରିଯିବା କାରଣରୁ ଜେସିକା ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ଅନ୍ୟ ଏକ ମ୍ୟାଚରେ ଦାରିଆ କାସାଟ୍‌କିନା ୬-୩ ଓ ୬-୪ ସେଟରେ ମାର୍କେଟା ଭୋଣ୍ଡ୍ରୋସୋଭାଙ୍କୁ ପରାସ୍ତ କରିଥିଲେ। ସ୍ବାମୀ ଗେଲ୍‌ ମନଫିଲ୍ସ ମଙ୍ଗଳବାର ବିଜୟୀ ହୋଇଥିବା ବେଳେ ଏଲିନା ସ୍ବିତୋଲିନା ୨-୬, ୬-୩ ଓ ୬-୧ ରେ ଆମେରିକାର ଷ୍ଟର୍ମ ସାଣ୍ଡର୍ସଙ୍କୁ ପରାସ୍ତ କରିଛନ୍ତି। ଦୁଇ ନମ୍ବର ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କା ୭-୫, ୬-୨ ସେଟ୍‌ରେ ଇରିନା ଶାମନୋଭିଚ୍‌ଙ୍କୁ ପରାସ୍ତ କରିଥିଲେ।
ପୁରୁଷ ସିଙ୍ଗଲ୍ସରେ ଗ୍ରୀସ୍‌ର ଷ୍ଟିଫାନୋସ୍‌ ସିତ୍‌ସିପାସ ୬-୩, ୭-୬(୭-୪) ଓ ୬-୨ ସେଟରେ ସ୍ପେନ୍‌ର ରବର୍ଟୋ କାରବାଲେସ୍‌ ବାଏନାଙ୍କୁ ପରାସ୍ତ କରିଥିଲେ। ୨୪ ନମ୍ବର ମାନ୍ୟତାପ୍ରାପ୍ତ ଆମେରିକାର ସେବାଷ୍ଟିଆନ କୋର୍ଡାଙ୍କୁ ପରାସ୍ତ କରିଛନ୍ତି ଅଷ୍ଟ୍ରିଆର ଅଣସିଡେଡ୍‌ ଖେଳାଳି ସେବାଷ୍ଟିଆନ ଅଫ୍‌ନର। ୬-୩, ୭-୬(୭-୧) ଓ ୬-୪ ସେଟରେ ଅଫ୍‌ନର ଏହି ମ୍ୟାଚ୍‌କୁ ଜିତି ନେଇଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ଇଟାଲୀର ଫାବିଓ ଫଗନିନି ୬-୪, ୭-୬(୭-୫) ଓ ୬-୨ ସେଟ୍‌ରେ ଅଷ୍ଟ୍ରେଲିଆର ଜାସନ କବଲେରଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri