ବୀମାର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧।୬: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଜଟଣୀ ଶାଖା ତଥା ଖୋର୍ଦ୍ଧା କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଖୋର୍ଦ୍ଧା ଜିଲା ପଞ୍ଚୁପଲ୍ଲୀ ଗ୍ରାମପଞ୍ଚାୟତଠାରେ ଏକ ଜନ ସୁରକ୍ଷା ସମ୍ପୂତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏସ୍‌ବିଆଇର ମହାପ୍ରବନ୍ଧକ ପୋନ୍ନମବଲମ ଏମ୍‌ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଜୀବିକା ମିଶନର ଖୋର୍ଦ୍ଧା ଜିଲାର ପ୍ରକଳ୍ପ ପ୍ରବନ୍ଧକ ବିବେକ ବେଉରିଆ, ସରପଞ୍ଚ ବନଜା ଜେନା, ସମିତି ସଭ୍ୟା ଇତିଶ୍ରୀ ଜେନା, ଏସ୍‌ବିଆଇ ଖୋର୍ଦ୍ଧା-ନୟାଗଡ଼ କ୍ଷେତ୍ରର କ୍ଷେତ୍ରୀୟ ପ୍ରବନ୍ଧକ ନରେନ୍ଦ୍ର କୁମାର ଜେନା, ଏସବ୍‌ିଆଇର ସହାୟକ ମହାପ୍ରବନ୍ଧକ ତପନ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ପଞ୍ଚୁପଲ୍ଲୀ ଗ୍ରାମ ପଞ୍ଚାୟତର ୨ଶହରୁ ଅଧିକ ଗ୍ରାମବାସୀ, ଅନେକ ଋଣ ଗ୍ରାହକ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଗ୍ରଣୀ କୃଷକ, ବହୁ ସମାଜସେବୀ ଏବଂ ଏସ୍‌ବିଆଇର ବହୁ କର୍ମକର୍ତ୍ତା ତଥା ବହୁ ଉପରସ୍ଥି ଅଧିକାରୀ ଉପସ୍ଥିତ ଥିଲେ। କ୍ଷେତ୍ରୀୟ ପ୍ରବନ୍ଧକ ନରେନ୍ଦ୍ର କୁମାର ଜେନା ସ୍ବାଗତ ଅଭିଭାଷଣ ଦେଇଥିଲେ। ମହାପ୍ରବନ୍ଧକ ପୋନ୍ନମବଲମ ଏମ୍‌, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଉପରେ ଆଲୋକପାତ କରିବା ସହ ବୀମା କିପରି ପ୍ରତ୍ୟେକ ନାଗରିକଙ୍କ ପାଇଁ ନିହାତି ଆବଶ୍ୟକ ସେ ସମ୍ପର୍କରେ ସଚେତନ କରାଇଥିଲେ। ଏହା ବ୍ୟତୀତ ସରକାରଙ୍କ ପ୍ରାୟୋଜିତ ବିଭିନ୍ନ ପ୍ରକାର ଋଣର ଅଭିବୃଦ୍ଧି ତଥା ଗୃହ, ଶିକ୍ଷା, କୃଷି ଏବଂ କ୍ଷୁଦ୍ରଶିଳ୍ପଗୁଡିକୁ ସହଜରେ ଋଣ ପ୍ରଦାନ କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ କିପରି ମୁଖ୍ୟ ଭୂମିକା ଗ୍ରହଣ କରିଛି, ତତ୍‌ସମ୍ପର୍କିତ ବିବରଣୀ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ କୃଷି ଋଣ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଋଣର ନବୀକରଣ ଆବେଦନ ଗ୍ରହଣ କରାଯାଇଥିଲା। ସେହିଭଳି ପଞ୍ଚୁପଲ୍ଲୀ ଗ୍ରାମପଞ୍ଚାୟତର ଅଗ୍ରଣୀ କୃଷକ ଏବଂ ସମାଜସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଏସବ୍‌ିଆଇ ଜଟଣୀ ଶାଖାର ମୁଖ୍ୟ ପ୍ରବନ୍ଧକ ସୁଜତି କୁମାର ବେହେରା ଏବଂ ମୁଖ୍ୟ ପ୍ରବନ୍ଧକ ଉମାକାନ୍ତ ପୂଜାରୀ ପରିଚାଳନା କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କ ତତ୍ତ୍ୱାବଧାନରେ ଏଭଳି ଗ୍ରାମପଞ୍ଚାୟତ ସ୍ତରୀୟ ଆୟୋଜନକୁ ପଞ୍ଚାୟତ ତଥା ଜିଲାର ବିଭିନ୍ନ ମହଲରୁ ବହୁ ପ୍ରଶଂସା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

କଟକରେ ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ: ଉଦଘାଟନ କରିବେ ରବିନା ଟଣ୍ଡନ, ଅର୍ଚ୍ଚିତା

ଭୁବନେଶ୍ୱର,୬।୫( (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ କଟକର କ୍ୟାଣ୍ଟନମେଣ୍ଟ ଛକଠାରେ ଖୋଲିବାକୁ ଯାଉଛି। ଏପରିକି ଆଜି...

ଏପ୍ରିଲ୍‌ରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି

ଭୁବନେଶ୍ୱର,୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ...

ବଜାରରେ ବାଗୀର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୫: ବଜାଜ୍‌ ଆଲିଆଞ୍ଜ୍‌ ଜେନେରାଲ ଇନ୍‌ସ୍ୟୁରାନ୍ସ (ବିଏଜିଆଇ ବା ବାଗୀ)ର ନୂତନ ଉତ୍ପାଦ ‘ପ୍ରିଭେ’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଏକ ବର୍ଦ୍ଧିତ ଏବଂ...

ଦେଶରେ ଦୈନିକ ଖୋଲୁଛି ୫୦୦ରୁ ଅଧିକ କମ୍ପାନୀ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଦେଶରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଲୋକମାନେ ଚାକିରି ଖୋଜିବା ପରିବର୍ତ୍ତେ କିପରି ନିଯୁକ୍ତି ପ୍ରଦାନ କରିପାରିବେ ସେ ଦିଗ ପ୍ରତି ଗୁରୁତ୍ୱ...

ପେଟିଏମ୍‌କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୫।୫ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ପେଟିଏମକୁ ଆଉ ଏକ ଝଟ୍‌କା ଲାଗିଛି। କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri