୧୩,୫୬୮ ଯୁକ୍ତ୨ ସିଟ୍‌ ବୃଦ୍ଧି

ଭୁବନେଶ୍ୱର,୩୧।୫(ବ୍ୟୁରୋ): ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ଯୁକ୍ତ୨ ସିଟ୍‌ ସଂଖ୍ୟା ବଢ଼ିବ। ମାଟ୍ରିକ ପରୀକ୍ଷାରେ ପାସ୍‌ ହାରକୁ ଦୃଷ୍ଟିରେ ରଖି ଯୁକ୍ତ୨ରେ ସିଟ୍‌ ଅଭାବ ଦୂର କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ (ଯୁକ୍ତ୨) ଖୋଲାଯିବା ପାଇଁ ପଦକ୍ଷେପ ନିଆଇଛି। ଫଳରେ ମୋଟ ୧୩୫୬୮ଟି ଯୁକ୍ତ୨ ସିଟ୍‌ ବୃଦ୍ଧି ପାଇବ।
୧୦୦ଟି ବିଦ୍ୟାଳୟରେ କଳା ଓ ୬ଟିରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ। ଏହି ବିଦ୍ୟାଳୟଗୁଡ଼ିକରେ ୨ଟି ଲେଖାଏ ସେକ୍ସନ ଖୋଲିବା ପାଇଁ ସ୍ଥିର ହୋଇଛି। ପ୍ରତ୍ୟେକ ସେକ୍ସନରେ ୬୪ଜଣ ଲେଖାଏ ମୋଟ ୧୨୮ ଛାତ୍ରୀଛାତ୍ର ନାମ ଲେଖାଇବେ। ଅନ୍ୟପଟେ ପ୍ରଧାନଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ। ଏଥିପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛି। ଏଥିସହ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା ଚାଲୁ ରହିଛି। ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ହୋଇଥିବାବେଳେ ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲରେ ଆଇଟି ଲାବ୍‌ ଉପଲବ୍ଧ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri