Posted inଜାତୀୟ

ଗଣତନ୍ତ୍ରର ନୂଆ ମନ୍ଦିର

ନୂଆଦିଲ୍ଲୀ, ୨୯ା୫ : ଟାଟା ପ୍ରୋଜେକ୍ଟସ୍‌ ଲିଃ ଦ୍ୱାରା ନିର୍ମିତ ନୂତନ ପାର୍ଲାମେଣ୍ଟ ବିଲ୍ଡିଂରେ ପ୍ରାଣୀ ଆକୃତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତି ପର୍ଯ୍ୟନ୍ତ ବିଶେଷତ୍ୱ ଦେଖିବାକୁ ମିଳିଛି। ୬୪,୫୦୦ ବର୍ଗମିଟର ସ୍ଥାନରେ ନିର୍ମିତ ତ୍ରିଭୁଜ ଆକୃତିର ଚାରି ମହଲା ବିଲ୍ଡିଂରେ ବିଶାଳ ସମ୍ବିଧାନ ହଲ୍‌ ରହିଛି, ଯେଉଁଠି ଭାରତର ଗଣତାନ୍ତ୍ରିକ ଐତିହ୍ୟ ପ୍ରଦର୍ଶିତ ହେବ। ଏଥିସହିତ ଏମ୍‌ପିମାନଙ୍କ ପାଇଁ ଲାଉଞ୍ଜ, ଲାଇବ୍ରେରି, ବିଭିନ୍ନ କମିଟି ପାଇଁ ପ୍ରକୋଷ୍ଠ, ଡାଇନିଂ ଅଞ୍ଚଳ ଏବଂ ଗାଡ଼ି ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି। ବିଲ୍ଡିଂରେ ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଏବଂ କର୍ମ ଦ୍ୱାର ନାମରେ ତିନୋଟି ଦ୍ୱାର ରହିଛି। ଉଦ୍‌ଘାଟନ ସମୟରେ ନୂଆ ପାର୍ଲାମେଣ୍ଟ ଭବନ ଉପରେ ଏକ ସଂକ୍ଷିପ୍ତ ଚଳଚ୍ଚିତ୍ର ପ୍ରଧାନମନ୍ତ୍ରୀ, ଏମ୍‌ପି ଓ ମୁଖ୍ୟମନ୍ତ୍ରୀମାନଙ୍କ ଉପସ୍ଥିତିରେ ପ୍ରଦର୍ଶିତ ହୋଇଥିଲା। ୯ ମିନିଟ ୨୬ ସେକେଣ୍ଡର ଏହି ଫିଲ୍ମରେ ନୂଆ ବିଲ୍ଡିଂର ବିଶେଷତ୍ୱ ଦେଖିବାକୁ ମିଳିଥିଲା। ଏହାର ବିଭିନ୍ନ ଫାଟକରେ ଗରୁଡ଼, ଗଜ, ଅଶ୍ୱ, କୁମ୍ଭୀର, ହଂସ, ଶାର୍ଦ୍ଦୂଳ ଆକୃତି ସ୍ଥାପନ କରାଯାଇଛି। ଲୋକ ସଭାକୁ ଜାତୀୟ ପକ୍ଷୀ ମୟୂର ଆକୃତିର କରାଯାଇଥିବାବେଳେ ରାଜ୍ୟ ସଭା ଜାତୀୟ ଫୁଲ ପଦ୍ମ ଆକୃତିର ହୋଇଛି। ନୂଆ ବିଲ୍ଡିଂରେ ଏମ୍‌ପିମାନେ ସୁବିଧାରେ ବସିବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି। ଲୋକ ସଭା ପ୍ରକୋଷ୍ଠରେ ୮୮୮ ସଦସ୍ୟ ବସିବା ଲାଗି ଆସନ ରହିଥିବାବେଳେ ରାଜ୍ୟ ସଭା ଚାମ୍ବରରେ ୩୦୦ ଆସନ ରହିଛି। ସେହିପରି ଉଭୟ ଗୃହର ମିଳିତ ଅଧିବେଶନରେ ୧,୨୮୦ ସଦସ୍ୟ ବସିବା ଲାଗି ଆସନ ବ୍ୟବସ୍ଥା କରାଯାଇଛି। ଲୋକ ସଭା ଓ ରାଜ୍ୟ ସଭାର ପ୍ରତି ସଦସ୍ୟଙ୍କ ଡେସ୍କରେ ଟଚ୍‌ ସ୍କ୍ରିନ୍‌ ବ୍ୟବସ୍ଥା ରହିଛି।
ନୂଆ ପାର୍ଲାମେଣ୍ଟ ଭବନର ଉଭୟ ସଦନକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ କରାଯାଇଛି, ଯାହାକି ସମ୍ପୂର୍ଣ୍ଣ କାଗଜବିହୀନ ହେବ। ସେହିପରି ଭୋଟିଂକୁ ସହଜ କରିବା ପାଇଁ ଏମ୍‌ପିମାନଙ୍କ ନିମନ୍ତେ ବାୟୋମେଟ୍ରିକ୍‌ ବ୍ୟବସ୍ଥା ହୋଇଛି। ଉଭୟ ସଦନରେ ବିଶାଳ ମଲ୍ଟିମିଡିଆ ଡିସ୍‌ପ୍ଲେ ଲଗାଯାଇଛି, ଯାହା ଅଧିବେଶନର ସମସ୍ତ କାର୍ଯ୍ୟ ଓ ବିଲ୍‌ ଉପରେ ଭୋଟ ଗ୍ରହଣ ଆଦିକୁ ପ୍ରଦର୍ଶିତ କରିବ। ଏହା ବ୍ୟତୀତ ବିଲ୍ଡିଂରେ ସ୍ବୟଂକ୍ରିୟ କ୍ୟାମେରା କଣ୍ଟ୍ରୋଲ ଏବଂ ପୂରା ଉପକରଣରେ ସଜ୍ଜିତ କମାଣ୍ଡ ସେଣ୍ଟର ରହିଛି। ନୂଆ ପାର୍ଲାମେଣ୍ଟ ବିଲ୍ଡିଂ ୨.୫ ବର୍ଷରେ ନିର୍ମିତ ହୋଇଛି। ନିର୍ମାଣ କାର୍ଯ୍ୟରେ ୬୦,୦୦୦ ଶ୍ରମିକ ନିୟୋଜିତ ହୋଇଥିଲେ।
ନୂଆ ସଂସଦ ଭବନ କର୍ମଦ୍ୱାରରେ ବ୍ରୋଞ୍ଚ ନିର୍ମିତ କୋଣାର୍କ ସୂର୍ଯ୍ୟମନ୍ଦିର ଚକ ଲଗାଯାଇଛି। ଭବନରେ ବ୍ୟବହୃତ ଶାଗୁଆନ୍‌ କାଠ ମହାରାଷ୍ଟ୍ରର ନାଗପୁରରୁ ଆସିଥିବାବେଳେ ନାଲି ଓ ଧଳା ବାଲିପଥର ରାଜସ୍ଥାନର ସାର୍‌ମଥୁରାରୁ ଆସିଛି। କେଶରିଆ ସବୁଜ ପ୍ରସ୍ତର ଉଦୟପୁରରୁ, ଲାଲ୍‌ ଗ୍ରାନାଇଟ୍‌ ଆଜ୍‌ମେର ନିକଟ ଲାକ୍ଷାରୁ ଏବଂ ଧଳା ମାର୍ବଲ ରାଜସ୍ଥାନର ଅମ୍ବାଜୀରୁ ଅଣାଯାଇଛି। ଗଣତନ୍ତ୍ରର ମନ୍ଦିର ନିର୍ମାଣରେ ସାରା ଦେଶ ଏକାଠି ହୋଇଛନ୍ତି, ଯାହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବାସ୍ତବ ଭାବନାକୁ ପ୍ରତିଫଳିତ କରୁଛି। ଲୋକ ସଭା ଓ ରାଜ୍ୟ ସଭାର ଫଲ୍ସ ସିଲିଂ ପାଇଁ ବ୍ୟବହୃତ ଇସ୍ପାତ ଷ୍ଟ୍ରକ୍ଚର ଡାମନ ଓ ଡିଉ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବାବେଳେ ଆସବାବପତ୍ର ମୁମ୍ବାଇରେ ପ୍ରସ୍ତୁତ ହୋଇଛି। ବିଲ୍ଡିଂରେ ଲାଗିଥିବା ପଥରର ଜାଲି କାମ ରାଜସ୍ଥାନର ରାଜନଗର ଓ ଉତ୍ତରପ୍ରଦେଶର ନୋଏଡ଼ାରୁ ଆସିଛି। ଅଶୋକ ଚକ୍ର ପାଇଁ ଆବଶ୍ୟକ ଉପକରଣ ମହାରାଷ୍ଟ୍ରର ଔରଙ୍ଗାବାଦ ଏବଂ ରାଜସ୍ଥାନର ଜୟପୁରରୁ ଅଣାଯାଇଥିଲା। ହରିୟାଣାର ଚର୍ଖି ଦାଦ୍ରିରୁ ଆସିଥିବା ନିର୍ମାଣ ବାଲିରେ ନୂଆ ସଂସଦ ଭବନ ତିଆରି ହୋଇଛି। ବିଶାଳ ପଥର ଓ ଗ୍ରାନାଇଟ୍‌ ଗୁଣ୍ଡ କଲାବେଳେ ଏହି ବାଲି ବାହାରିଥିବାରୁ ଏହାକୁ ପରିବେଶ ଅନୁକୂଳ ବାଲି ବିବେଚନା କରାଯାଏ। ବିଲ୍ଡିଂରେ ଲାଗିଥିବା ଫ୍ଲାଏ ଆଶ୍‌ ଇଟା ହରିୟାଣା ଓ ଉତ୍ତରପ୍ରଦେଶରୁ ଆସିଥିବାବେଳେ ପିତ୍ତଳ କାର୍ଯ୍ୟ ଏବଂ ପ୍ରି-କାଷ୍ଟ ଟ୍ରେଞ୍ଚ୍‌ ଗୁଜରାଟର ଅହମଦାବାଦରୁ ଅଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ଡିସେମ୍ବର ୧୦ରେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟର ନୂଆ ପାର୍ଲାମେଣ୍ଟ ଭବନର ଶିଳାନ୍ୟାସ କରିବା ପରେ ୨୦୨୧ ପ୍ରଥମ ଭାଗରୁ କାର୍ଯ୍ୟ ଆରମ୍ଭ ହୋଇଥିଲା।

ସଂସଦ ଭବନ ସ୍ଥାପତ୍ୟକୁ କଫିନ୍‌ ସହ ତୁଳନା କଲା ଆର୍‌ଜେଡି

ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନୂଆ ପାର୍ଲାମେଣ୍ଟ ଭବନର ସ୍ଥାପତ୍ୟକୁ କଫିନ୍‌ ସହ ତୁଳନା କରିବା ପରେ ଭାଜପା ଏହାର କଡ଼ା ସମାଲୋଚନା କରିଛି। ୨୦୨୪ ଲୋକ ସଭା ନିର୍ବାଚନରେ ବିହାର ଜନସାଧାରଣ ଆରଜେଡିକୁ ସମାଧି ଦେଇଦେବେ ବୋଲି ଭାଜପା କହିଛି। ଆର୍‌ଜେଡି ପକ୍ଷରୁ କଫିନ୍‌ ଏବଂ ନୂଆ ପାର୍ଲାମେଣ୍ଟ ବିଲ୍ଡିଂର ଫଟୋ ପାଖାପାଖି ଥରଖି ଟୁଇଟ୍‌ କରାଯାଇଥିଲା। ପ୍ରଥମ ଫଟୋ ଆର୍‌ଜେଡିର ଭବିଷ୍ୟତ ଏବଂ ଦ୍ୱିତୀୟଟି ଭାରତର ଭବିଷ୍ୟତ ବୋଲି ବିହାର ଭାଜପା ଶାଖା ପକ୍ଷରୁ ଟୁଇଟ୍‌ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri