ପ୍ରତିଶ୍ରୁତିରେ ଅଟକିଛି ଗ୍ରାମ୍ୟ ଅର୍ଥନୈତିକ କରିଡର

ଜଗତ୍‌ସିଂହପୁର ଅଫିସ,୨୮ା୫: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଶାରଳା। ମା’ଙ୍କ ମନ୍ଦିର ନିକଟରୁ ଲଙ୍କାପଡ଼ା ଭାୟା ଶଙ୍ଖେଶ୍ୱର ଗ୍ରାମ୍ୟରାସ୍ତାକୁ ଅର୍ଥନୈତିକ କରିଡର ଭାବେ କାର୍ଯ୍ୟକାରୀ କରିବାକୁ ଅତୀତରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ସୁପାରିସ୍‌ କରି କରିଡର ନିର୍ମାଣ ହେବାର ଆବଶ୍ୟକତା ଉପରେ ସ୍ପଷ୍ଟ କରିଥିଲେ। ଏହି ଖବର ସେତେବେଳେ ସ୍ଥାନୀୟ ଲୋକଙ୍କ ମନରେ ଖୁସି ଭରି ଦେଇଥିଲା। କିନ୍ତୁ ଜିଲାପାଳଙ୍କ ଏହି ପ୍ରସ୍ତାବ ଫାଇଲ ତଳେ ଚାପିହୋଇ ରହିଛି। ଜଗତ୍‌ସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବ ଯାଇଥିଲେ ସୁଦ୍ଧା ସରକାରୀ ଭାବେ ତାହା ଅନୁମୋଦନ ଲାଭ କରିପାରିନାହିଁ ।
ସେତେବେଳେ ତତ୍କାଳୀନ ଜିଲାପାଳ ମହାପାତ୍ର ଦର୍ଶାଇଥିଲେ, ଏହି ରାସ୍ତା ନିର୍ମାଣ ହେଲେ କନକପୁର ଦେଉଳୀ, କନକପୁର ଶାସନ, ତେନ୍ତୁଳିପଦା, ନାଉସିରା, ତିର୍ତ୍ତୋଲ, ତାର୍ତ୍ତୋଲ, ଧନୁଆ, ଓଳଗଦା, ପୋଷଲ, ବଡ଼ଜିଙ୍ଗଲ, ଗୋପାଳପୁର (ଏସ୍‌), ବିଜିପୁର, ହାୟତପୁର, ମିର୍ଜାପୁର, ସରଳପୁର, ଲଙ୍କାପଡ଼ା ଓ ଆଖପାଖ ଅଞ୍ଚଳର ଗ୍ରାମବାସୀ ଉପକୃତ ହୋଇପାରିବେ। ଏହି ରାସ୍ତା ଏନ୍‌ଏଚ୍‌-୫(ଏ)କୁ ସଂଯୋଗ କରିପାରିବ, ତେଣୁ ଯାତାୟାତ ଓ ମାଲ୍‌ ପରିବହନ ସହଜ ହେବ। ମହାନଦୀ ଓ ପାଇକା ଅବବାହିକା ଲୋକେ ସେମାନଙ୍କ ବଳକା ଉତ୍ପାଦିତ ସାମଗ୍ରୀ କମ୍‌ ପରିବହନ ଖର୍ଚ୍ଚରେ ଉଚିତ ମୂଲ୍ୟ ପାଇପାରିବେ। ଘରୋଇ କୃଷିଜାତ ଦ୍ରବ୍ୟ ଠିକ୍‌ ମୂଲ୍ୟରେ ବିକ୍ରୟ ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଏହି ରାସ୍ତା ଦ୍ୱାରା ଉଦ୍ୟୋଗୀମାନେ କୃଷିଜାତ ଶିଳ୍ପ ପ୍ରତିଷ୍ଠା କରି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇପାରିବେ। ତିର୍ତ୍ତୋଲ ବ୍ଲକର ମହାନଦୀ ପଠାରେ ଏକ ରାଇସ୍‌ ମିଲ କାର୍ଯ୍ୟ କରୁଛି। ଏହି ରାସ୍ତାର ଉନ୍ନତୀକରଣ ଦ୍ୱାରା ଆଖପାଖ ଅଞ୍ଚଳରୁ ଧାନ ପରିବହନ ସୁବିଧା ସହ ଚାଉଳ ଅଧିକ ଉତ୍ପାଦନ ହୋଇପାରିବ। ଜିଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଉଳ ପରିବହନ ସୁବିଧାରେ ହୋଇପାରିବ। ପନିପରିବା ଓ ଦୁଗ୍ଧ ଚାଷୀମାନେ ରାସ୍ତା ଉନ୍ନତୀକରଣରେ ଅଧିକ ଲାଭବାନ୍‌ ହେବେ। ରାସ୍ତାର ଉନ୍ନତୀକରଣ ହେଲେ ହସ୍ପିଟାଲ, ରେଳ ଷ୍ଟେଶନ ସଂଯୋଗୀକରଣ ସମ୍ଭବ। ଲୋକଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷାରେ ଉନ୍ନତି ସାଧନ ହୋଇପାରିବ। ମା’ଶାରଳାଙ୍କ ପବିତ୍ର ପୀଠକୁ ଅଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିବେ । ଏହାଦ୍ୱାରା ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ। ଏସବୁ କାରଣରୁ ଶାରଳା ମନ୍ଦିର ଲଙ୍କାପଡ଼ା ଭାୟା ଶଙ୍ଖେଶ୍ୱର ୨୫,୪୦୦ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ଆନୁମାନିକ ୨୫୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏହାବାଦ୍‌ ଜଗତ୍‌ସିଂହପୁର ଜିଲାର ଗଇଠିପୁରଠାରୁ ରାହାଣ, ଅନନ୍ତପୁର, କୁସୁପୁର, ଆଠଘରିଆ ଏବଂ ଗମରା ଦେଇ ବାଲିଯୋରୀ ପର୍ଯ୍ୟନ୍ତ ଏକ ଦୁର୍ବିପାକ ପ୍ରତିରୋଧ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା। ଗଇଠିପୁରଠାରୁ ବାଲିଯୋରୀ ପର୍ଯ୍ୟନ୍ତ ୧.୫୦ କି.ମି. ରାସ୍ତା ନିର୍ମାଣ ପାଇଁ ୧୮୫୦ ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ ହୋଇଥିଲା। ଏହି ଦୁର୍ବିପାକ ପ୍ରତିରୋଧ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରାଯାଇଥିଲା। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ସରକାର ନିର୍ବାଚନ ପୂର୍ବରୁ ବହୁସଂଖ୍ୟକ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ସ୍ବପ୍ନ ଦେଖାଇଥାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ଅନୁସାରେ କାମ ହୁଏନାହିଁ । ଅନ୍ୟ ସମୟରେ ମଧ୍ୟ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀମାନେ ନୂଆ ନୂଆ ପ୍ରକଳ୍ପ ପ୍ରସ୍ତୁତ କରି ଅନୁମୋଦନ ପାଇଁ ସରକାରଙ୍କ ପାଖକୁ ପଠାଇଥାନ୍ତି। ସେଥିମଧ୍ୟରୁ ଅନେକ ଠିକ୍‌ ସମୟରେ ଅନୁମୋଦନ ଲାଭ କରିପାରୁନାହିଁ । ଏହାଦ୍ୱାରା ଲୋକେ ନିରାଶ ହେଉଛନ୍ତି ବୋଲି ଅଭିଯୋଗରେ କହିଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥୀଙ୍କୁ ପଚାରିବାରୁ ଲଙ୍କାପଡ଼ା ଭାୟା ଶଙ୍ଖେଶ୍ୱର ଗ୍ରାମ୍ୟ ରାସ୍ତାକୁ ଅର୍ଥନୈତିକ କରିଡର ପାଇଁ ଯେଉଁ ପ୍ରସ୍ତାବ ରହିଛି ତାହା ସରକାରୀ ଅନୁମୋଦନ ଅପେକ୍ଷାରେ ଅଛି। ଅନୁମୋଦନ ଲାଭକଲେ ପରବର୍ତ୍ତୀ ପ୍ରକ୍ରିୟା ଅବଲମ୍ବନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri