ବିନା ସିଓଆର୍‌ରେ ଚାଲିଛି ବେସରକାରୀ ବିଦ୍ୟାଳୟ

ଜଗତ୍‌ସିଂହପୁର ଅଫିସ,୨୭ା୫: ବେସରକାରୀ ବିଦ୍ୟାଳୟଗୁଡ଼ିକ ମନଇଚ୍ଛା ଖୋଲି ପାରିବ ନାହିଁ ବୋଲି ସରକାରୀ କଟକଣା ଅଛି। କାରଣ ଏହିସବୁ ଶିକ୍ଷାନୁଷ୍ଠାନ (୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ) କାର୍ଯ୍ୟକ୍ଷମ ହେବାକୁ ହେଲେ ଅନୁମୋଦନ ପ୍ରମାଣପତ୍ର ତଥା ସିଓଆର୍‌ (ସାର୍ଟିଫିକେଟ୍‌ ଅଫ ରେକଗ୍‌ନାଇଜେଶନ୍‌) ବାଧ୍ୟତାମୂଳକ। ଅନୁମୋଦନ ପ୍ରମାଣପତ୍ର ପାଇବାକୁ ହେଲେ ସରକାରଙ୍କ ପକ୍ଷରୁ ରଖାଯାଇଥିବା ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଏହାକୁ ସତ୍ୟପାଠରେ ଦାଖଲ କରିବାକୁ ହେବ। କିନ୍ତୁ ଜଗତ୍‌ସିଂହପୁର ଜିଲାର ଅନେକ ବେସରକାରୀ ବିଦ୍ୟାଳୟ ବିନା ଅନୁମୋଦନ ପ୍ରମାଣପତ୍ରରେ ବର୍ଷାଧିକ କାଳ ଚାଲିଛି। ଅତୀତରେ ବେସରକାରୀ ବିଦ୍ୟାଳୟଗୁଡିକୁ ଏନ୍‌ଓସି (ନୋ ଅବଜେକ୍ସନ ସାର୍ଟିଫିକେଟ୍‌) ଦିଆଯାଉଥିଲା। ଏବେ ସରକାର ୫ ବର୍ଷିଆ ସିଓଆର୍‌ ଦେଉଛନ୍ତି। ଯେଉଁସବୁ ବିଦ୍ୟାଳୟ ସିଓଆର୍‌ ପାଇ ନ ଥିବେ ସେଗୁଡ଼ିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ଯେଉଁ ବେସରକାରୀ ବିଦ୍ୟାଳୟଗୁଡ଼ିକ ସିଓଆର୍‌ ପାଇବାକୁ ଆବେଦନ କରିବେ ସେଗୁଡ଼ିକ ଯୋଗ୍ୟ କି ନାହିଁ ଚେକ୍‌ ଲିଷ୍ଟ ମୁତାବକ ଅନୁଧ୍ୟାନ ହେବା ଜରୁରୀ। ପରେ ସିଓଆର୍‌ ଦିଆଯିବା ବ୍ୟବସ୍ଥା ହେବା ଉଚିତ। ସିଓଆର୍‌ ପାଇ ନ ଥିବା ବିଦ୍ୟାଳୟଗୁଡ଼ିକ ଉପରେ କଟକଣା ଲଗାଯିବ। ବେଆଇନ ଭାବେ କୌଣସି ବିଦ୍ୟାଳୟ (ବିନା ସିଓଆର୍‌ରେ) ଛାତ୍ରୀଛାତ୍ରଙ୍କ ନାମ ଲେଖାଇଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ଏହାର ଶୁଣାଣି କରି ବିଦ୍ୟାଳୟ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯିବ। କାରଣ ଏହା ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ)ର ପରିପନ୍ଥୀ। କିନ୍ତୁ ଜିଲାରେ ଏହି ନିୟମ ଶତପ୍ରତିଶତ କାର୍ଯ୍ୟକାରୀ ହେଉନାହିଁ। ଅନ୍ୟପକ୍ଷରେ କେତେଗୋଟି ବେସରକାରୀ ବିଦ୍ୟାଳୟ କଳ, ବଳ (ରାଜନୈତିକ ଓ ଲାଞ୍ଚ) ଓ କୌଶଳରେ ସିଓଆର୍‌ ହାସଲ ପାଇଁ ଉଦ୍ୟମ କରିବା ସହ ସଫଳ ହେଉଛନ୍ତି। ସେମାନେ କୁଆଡ଼େ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ ମୋଟା ଅଙ୍କର କାରବାର କରୁଛନ୍ତି। ଏଥିରେ ବିଇଓମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।
ମିଳିଥିବା ସୂଚନା ଅନୁଯାୟୀ, ଆବେଦନ ପରେ ବିଇଓମାନେ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଯାଇ ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସୁପାରିସ କରିବା କଥା। କିନ୍ତୁ ତାହା ଅନେକ ସମୟରେ ହେଉ ନ ଥିବା ଅଭିଯୋଗ ହେଉଛି। ଅତୀତରେ ବିଇଓମାନଙ୍କ ଅବହେଳାକୁ ନେଇ ତତ୍କାଳୀନ ଡିଇଓ ଗୋଟିଏ ପରେ ଗୋଟିଏ ଏହିପରି ୪ଟି ଚିଠି ସହ ତୁରନ୍ତ ତଦନ୍ତ ରିପୋର୍ଟ ସହ ସୁପାରିସ ପତ୍ର ପଠାଇବାକୁ ଲେଖିଥିଲେ। ଏହାସତ୍ତ୍ବେ ବିଳମ୍ବ ଯୋଗୁ ଡିଇଓ ଚରମ ଚିଠି କରିବାରୁ ପରିସ୍ଥିତିରେ ସୁଧାର ଆସିଥିଲା। ସୂଚନାଯୋଗ୍ୟ, ଜିଲା ଶିକ୍ଷା ବିଭାଗ ଅଧୀନରେ ଥିବା ୨୦୦ରୁ ଅଧିକ ବେସରକାରୀ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟାୟକ୍ରମେ ସିଓଆର୍‌ ପାଇଁ ଆବେଦନ କରିଥିଲେ। ସେଗୁଡ଼ିକ ମଧ୍ୟରୁ ଜିଲାର ଅଧିକାଂଶ ପ୍ରମୁଖ ବେସରକାରୀ ଶିକ୍ଷାନୁଷ୍ଠାନକୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ କୋହଳ ମନୋଭାବ ପୋଷଣ ପୂର୍ବକ ସିଓଆର୍‌ ଦିଆଯାଇଛି। ପର୍ଯ୍ୟାୟକ୍ରମେ ମଧ୍ୟ ନବୀକରଣ ହେଉଛି। କିନ୍ତୁ ଏହିସବୁ ଶିକ୍ଷାନୁଷ୍ଠାନ ସିଓଆର୍‌ର ସର୍ତ୍ତାବଳୀ ପୂରଣ କରୁ ନ ଥିଲେ ସୁଦ୍ଧା ଧ୍ୟାନ ଦିଆଯାଉନାହିଁ। ନିୟମ ରହିଛି ବେଆଇନ ଭାବେ ଅର୍ଥାତ୍‌ ବିନା ଏନ୍‌ଓସିରେ କୌଣସି ଶିକ୍ଷାନୁଷ୍ଠାନ ଚାଲୁଥିବା ଜଣାପଡ଼ିଲେ ସମ୍ପୃକ୍ତ ସଂସ୍ଥା ତୁରନ୍ତ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବ। ଏହାପରେ ଯେବେ ପୁଣି ବେଆଇନ ଭାବେ ବିଦ୍ୟାଳୟ ଚାଲେ ତେବେ ପ୍ରତିଦିନ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ପଡ଼ିବ। ପ୍ରତି ବେସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨୫% ଗରିବ ଛାତ୍ରୀଛାତ୍ରଙ୍କୁ ନାମ ଲେଖାଇବା ବାଧ୍ୟତାମୂଳକ ଥିଲେ ସୁଦ୍ଧା ତାହା ଅନେକାଂଶରେ କାର୍ଯ୍ୟକାରୀ ହେଉନାହିଁ। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ପୋର୍ଟାଲ ଖୋଲି ନ ଥିବାରୁ ଚଳିତବର୍ଷ ଅନେକ ଶିକ୍ଷାନୁଷ୍ଠାନ ସିଓଆର୍‌ ପାଇଁ ଏ ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି। ଯେଉଁଗୁଡ଼ିକୁ ସିଓଆର୍‌ ଦିଆଯାଇଛି ସେଗୁଡ଼ିକ ସମସ୍ତ ସର୍ତ୍ତାବଳୀ ପୂରଣ କରୁଥିଲେ ନବୀକରଣରେ ବାଧା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ ୧୫ରେ କଟକରେ ଅମିତ ଶାହାଙ୍କ ମେଗା ରୋଡ ଶୋ’

କଟକ,୧୪।୫: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମେ ୧୫ରେ କଟକରେ ଏକ ମେଗା ରୋଡ ଶୋ’ କରିବେ। ଏହି ରୋଡ ଶୋ’ ଅପରାହ୍ନ ୪ଟାରୁ...

ଅବହେଳିତ ଅବସ୍ଥାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ

ପଟ୍ଟାମୁଣ୍ଡାଇ,୧3ା୫ (କଳ୍ପତରୁ ନାୟକ):ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍‌, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ବ୍ୟବସ୍ଥା ଆଦି ଅବ୍ୟବସ୍ଥିତ ଓ ପ୍ରହସନ ପାଲଟିଛି। ଏସବୁ...

ଭୋଟ ବର୍ଜନ କଲେ ଅଞ୍ଚଳବାସୀ

ମୋହନା,୧୪/୫(ମନ୍ମଥ ମିଶ୍ର):ସାଧାରଣ ନିର୍ବାଚନ ପାଇଁ ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି। ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ୨୯୭ଟି ଭୋଟ...

ଜଳକଷ୍ଟରେ ଜଗନ୍ନାଥପ୍ରସାଦବାସୀ

ଖଣ୍ଡପଡ଼ା,୧୪ା୫(ଅଜୟ କୁମାର ମହାରଣା):ଖଣ୍ଡପଡ଼ା ବ୍ଲ୍ଳକ ଅଧୀନ ଜଗନ୍ନାଥପ୍ରସାଦର ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଆବଶ୍ୟକ ପାନୀୟ ଜଳ ନ ପାଇ ଗ୍ରୀଷ୍ମ ପ୍ରବାହ ସମୟରେ...

ପରୀକ୍ଷାଗାରରେ ଯାଞ୍ଚ ପାଇଁ ଅନାଗ୍ରହ

ଯାଜପୁର,୧୪ା୫(ହର୍ଷବର୍ଦ୍ଧନ ବେହେରା):ରାସ୍ତା ଓ ଗୃହ (ଆର୍‌ ଏଣ୍ଡ ବି) ନିର୍ମାଣ ବା ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ମାନ ଯାଞ୍ଚ ପାଇଁ...

ଓଡ଼ିଆ ଅନର୍ସ ପାଇଁ ଅନୁମତି ମିଳିଲା ନାହିଁ

ବରୀ,୧୪ା୫(ମହେନ୍ଦ୍ର ସ୍ବାଇଁ: ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଓଡ଼ିଆ ପାଠ୍ୟକ୍ରମରେ ଅନର୍ସ ନାହିଁ।...

ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କଲେନି ପ୍ରତାପ ଜେନାଙ୍କ ପୁଅ

କଟକ,୧୪ା୫(ଶିଳ୍ପା ପ୍ରିୟଦର୍ଶିନୀ):ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ସୋମବାର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୧ ଘଣ୍ଟା...

ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର-ପ୍ରଦୀପ ପାଣିଗ୍ରାହୀ ହାତାହାତି

ବ୍ରହ୍ମପୁର,୧୩।୫: ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଛନ୍ତି। ଗୋଷାଣୀ ନୂଆଗାଁ ଉତ୍କଳମଣି ୟୁପି ସ୍କୁଲ ବୁଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri