Posted inଜାତୀୟ

ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦିଙ୍କୁ ଟକ୍କର ଦେଉଛନ୍ତି ରାହୁଲ: ମୋଦି ୪୩ ପ୍ରତିଶତଙ୍କ ପସନ୍ଦ, ରାହୁଲଙ୍କୁ ୩୪ ପ୍ରତିଶତ…

ନୂଆଦିଲ୍ଲୀ,୨୪।୫ : ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ପ୍ରାୟ ୧୯ ଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ପଦବୀ ନେଇ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଉଭୟ ଭାଜପା ଏବଂ କଂଗ୍ରେସ ପାଇଁ ଏକ ଖୁସି ଖବର। ବାସ୍ତବରେ ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦନ୍ଦି ସବୁଠାରୁ ଲୋକପ୍ରିୟ ପ୍ରାର୍ଥୀ ଅଟନ୍ତି। କଂଗ୍ରେସର ରାହୁଲ ଗାନ୍ଧୀ ମଧ୍ୟ ଲୋକଙ୍କର ପସନ୍ଦର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସର୍ଭେ ଅନୁଯାୟୀ ରାହୁଲ ଲୋକସଭା ନିର୍ବାଚନରେ ମୋଦିଙ୍କ ଟକ୍କର ଦେବାକୁ ଯାଉଛନ୍ତି। ସେଣ୍ଟର ଫର ଷ୍ଟଡି ଅଫ ଡେଭଲପମେଣ୍ଟ ସୋସାଇଟି (ସିଏସଡିଏସ) ଏବଂ ଏକ ଘରୋଇ ଟିଭି ଚ୍ୟାନେଲ ଦ୍ୱାରା ଏହି ସର୍ଭେ କରାଯାଇଛି।

ସର୍ଭେରେ ୪୩ ପ୍ରତିଶତ ଲୋକ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି। ୩୪ ପ୍ରତିଶତ ଲୋକ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ପସନ୍ଦ କରୁଛନ୍ତି। ଏଥିରୁ ଏହା ନିଶ୍ଚିତ ହେଉଛି ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ଜୋରଦାର ହେବ। ପରିସଂଖ୍ୟାନ ଅନୁଯାୟୀ, ରାହୁଲଙ୍କ ତୁଳନାରେ କେବଳ ଅଧିକ ୯ ପ୍ରତିଶତ ଲୋକ ମୋଦିଙ୍କୁ ପସନ୍ଦ କରୁଛନ୍ତି। ଲୋକମାନେ କହିଛନ୍ତି ତୃତୀୟ ଥର ପାଇଁ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ ନିର୍ବାଚିତ ହେଉ। ଯେତେବେଳେ କି, ୩୮ ପ୍ରତିଶତ ଏହାକୁ ବିରୋଧ କରୁଛନ୍ତି। ସର୍ଭେ ଅନୁଯାୟୀ, ଯଦି ଆଜି ନିର୍ବାଚନ ହୁଏ, ତେବେ ୪୦ ପ୍ରତିଶତ ଉତ୍ତରଦାତା ଭାଜପା ଏବଂ ୨୯ ପ୍ରତିଶତ କଂଗ୍ରେସ ସହିତ ଯିବାକୁ ପ୍ରସ୍ତୁତ ଅଛନ୍ତି।

ଏହି ସର୍ଭେ ଦେଶର ୧୯ ଟି ରାଜ୍ୟରେ ମେ ୧୦ ରୁ ୧୯ ମଧ୍ୟରେ କରାଯାଇଥିଲା। ଅନ୍ୟପକ୍ଷରେ ରାହୁଲଙ୍କ ପରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୧୧ ପ୍ରତିଶତ ସହିତ ତୃତୀୟ ସ୍ଥାନରେ ରହିଥିବାବେଳେ ଅଖିଳେଶ ଯାଦବ ୫ ପ୍ରତିଶତ ସହିତ ଚତୁର୍ଥ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ପ୍ରତିଶତ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି।

ଭାରତ ଯୋଡୋ ଯାତ୍ରା ରାହୁଲଙ୍କୁ ଏକ ନୂତନ ପ୍ରତିଛବି ଦେଇଛି। ଯେତେବେଳେ ଗୁଗଲ ଟ୍ରେଣ୍ଡରେ ଗତ ତିନି ମାସର ଆକଳନକୁ ଦେଖାଗଲା ସେତେବେଳେ ରାହୁଲଙ୍କ ଉପରେ ପପୁ ପରି ଗୁଗୁଲ ପ୍ରଶ୍ନ ପଚରାଯାଇଥିଲା। ଏଥିରେ ରାହୁଲଙ୍କ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପପୁଙ୍କ ବ୍ୟତୀତ ଜଣେ ନେତାଙ୍କ ଭାବମୂର୍ତ୍ତି ଦେଖିବାକୁ ମିଳୁଛିି। ସର୍ବେକ୍ଷଣ ଅନୁଯାୟୀ, ୧୫ ପ୍ରତିଶତ ଲୋକ କହିଛନ୍ତି ଭାରତ ଯୋଡୋ ଯାତ୍ରା ପରେ ସେମାନେ କଂଗ୍ରେସ ନେତାଙ୍କୁ ପସନ୍ଦ କରିବା ଆରମ୍ଭ କରିଛନ୍ତି। ୧୬ ପ୍ରତିଶତ ଲୋକ ତଥାପି ରାହୁଲଙ୍କୁ ପସନ୍ଦ କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri