Odisha Elections 2024

ଜଗତ୍‌ସିଂହପୁର ସହର: ଜବରଦଖଲରେ ଡ୍ରେନ୍‌

ଜଗତ୍‌ସିଂହପୁର ଅଫିସ, ୨୦ା୫: ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍‌ ରୋକାଯାଇପାରିବ ନାହିଁ। ଏହାର ଗତି ବଦଳା ଯିବ ନାହିଁ। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଅଛି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ନାଳ କିମ୍ବା ଡ୍ରେନ୍‌ରୁ ଯେପରି ଜଳ ନିଷ୍କାସନରେ ବାଧା ନ ଉପୁଜିବ ସେନେଇ ଜିଲା ପ୍ରଶାସନକୁ ଚିଠି କରିଛନ୍ତି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଗତ୍‌ସିଂହପୁର ସମେତ ରାଜ୍ୟର ଅନ୍ୟ ପୌର ପରିଷଦ ଓ ମ୍ୟୁନିସିପାଲିଟି ଆଦିକୁ ଏ ସଂକ୍ରାନ୍ତୀୟ ଚିଠି ଆସିଛି। କିନ୍ତୁ ଜଗତ୍‌ସିଂହପୁର ସହରରେ ଡ୍ରେନ୍‌ ସମସ୍ୟାର ସମାଧାନ ହେଉନି। ପ୍ରତିବର୍ଷ ବର୍ଷାଦିନ ପୂର୍ବରୁ ସମୀକ୍ଷା ହେଉଛି। ଯେଉଁସବୁ ସ୍ଥାନରେ ସମସ୍ୟା ଅଛି ସେଗୁଡ଼ିକର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଉଛି। କିନ୍ତୁ ବର୍ଷାଦିନ ପରେ ଏଥିପ୍ରତି ଧ୍ୟାନ ଦିଆଯାଉନାହିଁ। ବାସ୍ତବରେ ଯେଉଁସବୁ ସ୍ଥାନରେ ଜବରଦଖଲ ହେଉ ଅବା ଅନ୍ୟ ସମସ୍ୟା ରହିଛି ସେ ସବୁର ସମାଧାନ ଏବେ ହେବା କଥା। ନଚେତ ଆଉ କିଛିଦିନ ପରେ ବର୍ଷା ଆସିଯିବ ଏବଂ ପୁଣି ସହର, ବସ୍ତିରେ ଅଳିଆ ଭାସିବ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଯଥାଶୀଘ୍ର ସମାଧାନ କରିବାକୁ କେତେଜଣ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ନଗର ଉନ୍ନୟନ ବିଭାଗ ପକ୍ଷରୁ କରାଯାଇଥିବା ଚିଠିରେ ଉଲ୍ଲେଖ ଅଛି, ଡ୍ରେନ୍‌ଗୁଡ଼ିକର ଯେଉଁସବୁ ସ୍ଥାନରେ ପାଣି ଜମି ରହୁଛି ସେଗୁଡିକ ସଫା କରି ଜଳ ନିଷ୍କାସନକୁ ସ୍ବାଭାବିକ କର। ଜବରଦଖଲ ହୋଇଥିଲେ ଉଚ୍ଛେଦ କର। ଡ୍ରେନ୍‌ ବା ନାଳଗୁଡ଼ିକ ଯେଉଁ ବିଭାଗ ଅଧୀନରେ ଯାଉଛି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଜବରଦଖଲ ଉଚ୍ଛେଦ ପାଇଁ ଆବଶ୍ୟକ ପଦକ୍ଷେପ ନିଅ। ଆବଶ୍ୟକ ପଡ଼ିଲେ ପୋଲିସର ସହାୟତା ନେଇ ଏହି କାମ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଅଛି। ଏହି ଚିଠି ପାଇଲା ପରେ ଅତୀତରେ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ବୈଠକ କରାଯିବା ସହ ସହରରେ ଯାଇଥିବା ୩ଟି ଡ୍ରେନେଜ୍‌ କଟ୍‌କୁ ଜବରଦଖଲ ମୁକ୍ତ ଓ ସଫା କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହା କେବଳ ବୈଠକରେ ହିଁ ସୀମିତ ରହିଛି ।
ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ସହର ଦେଇ ନାଗପୁର, ପାଣିଶାଳିଆ ଓ ମାଧପୁର ଡ୍ରେନ୍‌ ଯାଇଛି। ନାଗପୁର ଡେନ୍‌ ଜଗତ୍‌ସିଂହପୁରରୁ ନାଗପୁର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ସେଥିରୁ ୩ କିଲୋମିଟର ଜଗତ୍‌ସିଂହପୁର ପୌର ପରିଷଦ ଅଧୀନରେ ରହିଛି। ଏହା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାର ଅପରପାର୍ଶ୍ୱରୁ ବାହାରି ଟାଉନ ହଲ୍‌ ଛକ-ସିପି-ଖେରସ ମୌଜା ଦେଇ ପୁରୋହିତପୁର ପାଖରେ ନାଳରେ ପଡ଼ିଛି। ଜଗତ୍‌ସିଂହପୁର ସହରରେ ଏହି ଡ୍ରେନ୍‌ର ଓସାର ପାଖାପାଖି ୩୦ ଫୁଟ ହେବ ବୋଲି କୁହାଯାଉଥିବା ବେଳେ ବାସ୍ତବରେ କିନ୍ତୁ ଏହା ଜବରଦଖଲ କାରଣରୁ ସଙ୍କୁଚିତ ହୋଇଯାଇଛି। ଏବେ ଏହାର ଓସାର ମାତ୍ର ୫ରୁ ୬ ଫୁଟ ଭିତରେ ଥିବା କୁହାଯାଉଛି। ସେହିପରି ପାଣିଶାଳିଆ ଡ୍ରେନ୍‌ର ଦୈର୍ଘ୍ୟ ପାଖାପାଖି ୧.୫ କିଲୋମିଟର ହେବ। ଏହା ସହରରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ବାହାରି ବସ୍‌ଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଦେଇ ପାଣିଶାଳିଆ ଅମୁହାଁଦଣ୍ଡା ପର୍ଯ୍ୟନ୍ତ ଲମ୍ବିଛି। ଏହି ଡ୍ରେନ୍‌ ମଧ୍ୟ ଜବରଦଖଲ ହୋଇଛି। ମାଧପୁର ଡ୍ରେନ୍‌ର ଲମ୍ବ ପାଖାପାଖି ୨ କିଲୋମିଟର ହେବ। ଏହି ଡ୍ରେନ୍‌ର କମ୍‌ ସ୍ଥାନ ଜବରଦଖଲ ହୋଇଛି। ଏସବୁ ଡ୍ରେନ୍‌ ଦୀର୍ଘବର୍ଷ ଧରି ଜବରଦଖଲ ଯୋଗୁ ଜଳ ନିଷ୍କାସନରେ ବାଧା ଉପୁଜିଛି। ନାଗପୁର ଡ୍ରେନ୍‌ଟି ସବୁଠାରୁ ଅଧିକ ଅବ୍ୟବସ୍ଥିତ ଅବସ୍ଥାରେ ରହିଛି। ଜବରଦଖଲ ସାଙ୍ଗକୁ ବ୍ୟବସାୟୀମାନେ ଅଳିଆ ଆବର୍ଜନା ପକାଉ ଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ପୌର ପରିଷଦ ପକ୍ଷରୁ ମଧ୍ୟ ସଫେଇ ଠିକ୍‌ ଭାବେ ହେଉନାହିଁ। ସହରର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବାରୁ ପରିଷଦ କ’ଣ, ପ୍ରଶାସନ ବି ପଦକ୍ଷେପ ନେବାକୁ ଆଗପଛ ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ଅଧିକାଂଶ ଡ୍ରେନ୍‌ ମୁକୁଳା ଥିବାରୁ ତା’ର ଉପରେ ସିମେଣ୍ଟ କଂକ୍ରିଟ୍‌ ସ୍ଲାବ୍‌ ପକାଇବାକୁ ପଦକ୍ଷେପ ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ପାଖାପାଖି ୨୭ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ୱାର୍ଡ (୨, ୩, ୪, ୭, ୮, ୧୨, ୧୬, ୧୮, ୧୯ ଓ ୨୦)ରେ ଥିବା ବଡ଼ ଡ୍ରେନ୍‌ ଉପରେ ଏହି କାମ ଚାଲିଛି । ସେଥିମଧ୍ୟରୁ ଅର୍ଦ୍ଧାଧିକରେ କାମ ସରିଲାଣି। ପରବର୍ତ୍ତୀ ସମୟରେ ଛୋଟ ଡ୍ରେନ୍‌ଗୁଡିକ ଉପରେ ସିମେଣ୍ଟ କଂକ୍ରିଟ୍‌ ସ୍ଲାବ୍‌ ପକାଯିବ। ଏଥିସହ ଯେଉଁସବୁ ସ୍ଥାନରେ ଜବରଦଖଲ ଅଛି ସେଗୁଡ଼ିକ ଡ୍ରେନେଜ୍‌ ଡିଭିଜନ ଅଧୀନରେ ରହିଛି। ଏହି ବିଭାଗକୁ ଜବରଦଖଲମୁକ୍ତ ସହ ଭିତ୍ତିଭୂମିରେ ସୁଧାର ପାଇଁ କୁହାଯାଇଛି। ବିଭାଗ ଯଦି ଦାୟିତ୍ୱବାନ ନ ହେବ ତେବେ ପରିଷଦ କିଛି କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନେତାଙ୍କ କଥାରେ ଭଳୁ ନାହାନ୍ତି ଭୋଟର

ବରଗଡ଼ରୁ ଅନିଲ ଦାସ,୧୭ା୫: ଖରାତାତି ସାଙ୍ଗକୁ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା। ଆଉ ଦୁଇଦିନ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ...

ପ୍ରାର୍ଥୀ କିଏ ଆମେ ଜାଣିନୁ, ଚିହ୍ନ ଦେଖି ଭୋଟ୍‌ ଦେବୁ

ବରଗଡ଼ରୁ ଅନିଲ ଦାସ,୧୭ା୫: ବର୍ତ୍ତମାନ ଚାରିଆଡ଼େ ନିର୍ବାଚନ ଉଷ୍ମତା। ରାଜନେତାମାନେ ଘନଘନ ପ୍ରଚାରରେ ଆସୁଛନ୍ତି। ମାତ୍ର ଭୋଟରମାନେ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାନ୍ତି।...

ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ଏସ୍‌ଆଇଟି

କଟକ,୨୭।୫(କାର୍ତ୍ତିକ ସାହୁ): ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର...

କାଠ ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହରପଡା ସେକ୍ସନ ମାଛଗଡ଼ ଦକ୍ଷିଣ ବିଟ ମିରିଖୋଜି ଗ୍ରାମ ବିରଳ ନଦୀକୂଳ ଜଙ୍ଗଲରୁ ଶୁକ୍ରବାର ସକାଳୁ କାଠ...

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିଦେଲେ ପାଣ୍ଡିଆନ୍‌:ଦେଖନ୍ତୁ ଭିଡିଓ

ସମ୍ବଲପୁର,୧୭।୫: ଏବେ ଚାଲିଛି ନିର୍ବାଚନୀ ଋତୁ। ଚାରିଆଡେ ନିର୍ବାଚନ ପ୍ରଚାର। ଗୋଟିଏ ପଟେ କେନ୍ଦ୍ରୀୟ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି ମଧ୍ୟ...

ବିରଞ୍ଚି ହତ୍ୟାକାରୀଙ୍କୁ କୋର୍ଟ ଚାଲାଣ

କେସିଙ୍ଗା,୧୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧିନସ୍ଥ ପରଲସିଙ୍ଗା ପଞ୍ଚାୟତ ନିକଟସ୍ଥ ରଏନ ପଡ଼ାର ବିରଞ୍ଚି ନାଏକ (୩୨)ଙ୍କ ହତ୍ୟାକାରୀ ଜିତୁ ଗୌଡ଼ (୧୯)ଙ୍କ...

ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ସଫଳତା: ପୁନମ-ଦିପ୍ତିମୟୀ ଟପ୍ପର

ପୁରୁଷୋତ୍ତମପୁର, ୧୭।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟ (ସିବିଏସଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତା ଆଣି ଗୌରବାନ୍ବିତ ହୋଇଛି।...

ଫାଇନାନ୍ସ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ରେକର୍ଡପତ୍ର ଜଳିପୋଡ଼ି ପାଉଁଶ

ବାଲେଶର ଅଫିସ,୧୭।୫: ବାଲେଶ୍ୱର ଜିଲାର ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ କାର୍ଯ୍ୟାଳୟର ବହୁ ଦାମୀ ଆସବାବପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri