ଫେରିଆସିଲା ନିଖୋଜ ପୁଅ

ଛେଣ୍ଡିପଦା,୧୮ା୫(ସ୍ବ.ପ୍ର.):ମଧ୍ୟପ୍ରଦେଶର ଏକ ଢାବାରେ ସାଧାରଣ କାମ କରୁଥିଲେ ମଧ୍ୟ ତାଙ୍କ କଥାବାର୍ତ୍ତା ଓ ଚାଲିଚଳଣ ଥିଲା ଉଚ୍ଚଶିକ୍ଷିତଙ୍କ ପରି। ଏହାକୁ ଠଉରାଇ ନେଇଥିଲେ ଜଣେ ଟ୍ରକ୍‌ ଚାଳକ। କିଛି ସମୟର କଥାବାର୍ତ୍ତା ମଧ୍ୟରେ ସେ ମାଗି ନେଇଥିଲେ ସମ୍ପୃକ୍ତ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କ ନାମ ଓ ଠିକଣା ଲେଖା କାଗଜ। ୩ ମାସ ବିଳମ୍ବ ହେଲେ ବି ଅନ୍ୟଜଣେ ଟ୍ରକ୍‌ ଚାଳକଙ୍କ ସହାୟତାରେ ସେ ତାହାକୁ ପହଞ୍ଚାଇ ଦେଇଥିଲେ ଠିକଣା ସ୍ଥାନରେ। ଆଉ ଏହାପରେ ଯାହ ଘଟିଲା ତାହା ଭାଷାରେ ଅବର୍ଣ୍ଣନୀୟ। ମା’କୁ ମିଳିଗଲା ୧୦ ବର୍ଷ ହେଲା ନିଖୋଜ ଥିବା ପୁଅ। ସାବିତ୍ରୀ ପୂର୍ବରୁ ସ୍ତ୍ରୀଙ୍କୁ ମିଳିଗଲେ ସ୍ବାମୀ।
ଘଟଣାଟି ହେଲା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଛେଣ୍ଡିପଦା ଗ୍ରାମର। ଗଁାର ଯଶୋଦା ବେହେରାଙ୍କ କହିବା ଅନୁଯାୟୀ, ପୁଅ ଯତୀନ୍ଦ୍ର ବେହେରା (୪୮) ୧୦ ବର୍ଷ ହେଲା ନିଖୋଜ ଥିଲେ। ୨୦୧୩ ଅକ୍ଟୋବର ୩୧ରେ ସ୍କୁଲ ଯାଇଥିବା ଝିଅଙ୍କୁ ଟିଫିନ ଦେବାକୁ କହି ଘରୁ ଯାଇଥିଲେ ହେଁ ଆଉ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ନିରାଶ ହୋଇ ସେମାନେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଛେଣ୍ଡିପଦା ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ କରିଥିଲେ ମଧ୍ୟ ଯତୀନ୍ଦ୍ରଙ୍କୁ ଠାବ କରିବାରେ ବିଫଳ ହୋଇଥିଲା। ତଥାପି ଆଶା ଛାଡ଼ି ନ ଥିଲେ ମା’ ଯଶୋଦା ଓ ସ୍ତ୍ରୀ ଆରତି ବେହେରା। ଯତୀନ୍ଦ୍ର ଯେ ଦିନେ ନିଶ୍ଚିତ ଫେରିବେ ସେହି ବିଶ୍ୱାସକୁ ଭରସା କରି ଅପେକ୍ଷା କରିଥିବା ବେଳେ ଗତ ରବିବାର ଘରେ ପହଞ୍ଚିଥିଲା ଯତୀନ୍ଦ୍ରଙ୍କ ହାତ ଲେଖା ଏକ କାଗଜ। ୩ ମାସ ତଳୁ ଆସିଥିବା ଉକ୍ତ କାଗଜରୁ ଯତୀନ୍ଦ୍ର ମଧ୍ୟପ୍ରଦେଶର ସତ୍‌ନା ଜିଲା ବରେଁାଧାସ୍ଥିତ ଯାଦବ ଢାବାରେ କାର୍ଯ୍ୟ କରୁଥିବା ଜଣାପଡ଼ିଥିଲା। ଉକ୍ତ ଢାବାରେ ଖାଉଥିବା ଜଣେ ଟ୍ରକ୍‌ ଚାଳକ ଉଚ୍ଚଶିକ୍ଷିତ ଯତୀନ୍ଦ୍ରଙ୍କ ହାବଭାବ ଦେଖି ତାଙ୍କ ଠିକଣା ଲେଖାଇ ଆଣିଥିଲେ। କଟକର ଏକ ଟ୍ରାନ୍ସପୋର୍ଟକୁ ଆସିଥିବା ବେଳେ ସେ ଛେଣ୍ଡିପଦାର ଅନ୍ୟ ଜଣେ ଟ୍ରକ୍‌ ଚାଳକଙ୍କୁ ଯତୀନ୍ଦ୍ରଙ୍କ ଘର ଠିକଣା ଦେବା ସହ ଉକ୍ତ କାଗଜ ପହଞ୍ଚାଇ ଦେବାକୁ ଅନୁରୋଧ କରିଥିଲେ। ସମ୍ପୃକ୍ତ ଟ୍ରକ୍‌ ଚାଳକ ଯତୀନ୍ଦ୍ରଙ୍କ ଘରେ କାଗଜ ପହଞ୍ଚାଇବା ସହ ଘଟଣା ସମ୍ପର୍କରେ କହିବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଥିଲା। ତୁରନ୍ତ ସେମାନେ ସରପଞ୍ଚ ସୁଦୀପ୍ତ କୁମାର ପ୍ରଧାନଙ୍କୁ ଜଣାଇଥିଲେ। ଏହାପରେ ସରପଞ୍ଚଙ୍କ ସହ ସେମାନେ ଛେଣ୍ଡିପଦା ଥାନା ସହିତ ଯୋଗାଯୋଗ କରିଥିଲେ। ଥାନା ଅଧିକାରୀ ଧୀରେନ ବେହେରା ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଏସ୍‌ଆଇ ରାଜେଶ ଶତପଥୀ ଓ କନଷ୍ଟେବଲ ପାପୁନି ସାହୁ ତୁରନ୍ତ ମଧ୍ୟପ୍ରଦେଶ ଯାଇଥିଲେ। ବରେଁାଧା ପୋଲିସ ସହାୟତାରେ ସେମାନେ ଯତୀନ୍ଦ୍ରଙ୍କୁ ଉଦ୍ଧାର କରି ବୁଧବାର ସକାଳେ ଛେଣ୍ଡିପଦାରେ ପହଞ୍ଚିଥିଲେ ବୋଲି ମା’ ଯଶୋଦା ପ୍ରକାଶ କରିଛନ୍ତି। ୧୦ ବର୍ଷ ପରେ ପରିବାର ଲୋକଙ୍କୁ ପାଇ ଯତୀନ୍ଦ୍ର ଖୁସି ହୋଇଯାଇଥିଲେ ବି ସେ କେମିତି ମଧ୍ୟପ୍ରଦେଶରେ ପହଞ୍ଚିଲେ ତାହା କହିପାରୁ ନାହାନ୍ତି। ତେବେ ପୁଅକୁ ପାଇ ମା’ ଯଶୋଦା ଏକ୍‌ଦମ ଖୁସି ବୋଲି କହିଥିବାବେଳେ ସ୍ତ୍ରୀ ଆରତି ସ୍ବାମୀଙ୍କୁ ଫେରାଇ ଆଣିବାରେ ଦେବଦୂତ ସାଜିଥିବା ୨ ଟ୍ରକ୍‌ ଚାଳକ ଓ ସହାୟତା କରିଥିବା ସରପଞ୍ଚ ଏବଂ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି। ଏ ସମ୍ପର୍କରେ ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ ବେହେରା କହିଛନ୍ତି, ବରେଁାଧାସ୍ଥିତ ଉକ୍ତ ଢାବା ଥିବା ସ୍ଥାନକୁ ଗମନାଗମନର ସେପରି ଭଲ ସୁବିଧା ନାହିଁ। ତଥାପି ଯତୀନ୍ଦ୍ରଙ୍କୁ ଉଦ୍ଧାର କରିବାରେ ସ୍ଥାନୀୟ ପୋଲିସ ବହୁ ସହାୟତା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri