Posted inଜାତୀୟ

ଉପ ହେବାକୁ ଶିବକୁମାରଙ୍କ ନା

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୮ା୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳ ମେ’ ୧୩ରେ ଆସିଥିଲା। ୨୨୪ ଆସନ ମଧ୍ୟରୁ କଂଗ୍ରେସ ୧୩୫ ଦଖଲକରି ଅଭୂତପୂର୍ବ ବିଜୟ ହାସଲ କରିଛି। ଗୁରୁବାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଶପଥ ଗ୍ରହଣ ପାଇଁ ମଞ୍ଚ ସଜ୍ଜା ମଧ୍ୟ ହୋଇସାରିଛି। କିନ୍ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବେ ତାଙ୍କ ନାମ ପ୍ରକାଶ କରାଯାଇନାହିଁ। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଡି.କେ. ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ନିଜ ନିଜ ଜିଦ୍‌ରେ ଅଡ଼ିବସିଥିବାରୁ ଦଳର ହାଇକମାଣ୍ଡ ବର୍ତ୍ତମାନ ସୁଦ୍ଧା ନାମ ଘୋଷଣା କରିନାହାନ୍ତି। କର୍ନାଟକରେ କଂଗ୍ରେସ ବିଜୟର ମୁଖ୍ୟ ବିନ୍ଧାଣି କୁହାଯାଉଥିବା ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ନାରାଜ ଥିବାରୁ ଦଳ ପାଇଁ ଚିନ୍ତା ବଢ଼ିଯାଇଛି।
ତୁହାକୁ ତୁହା ଗସ୍ତ, ମାରାଥନ୍‌ ବୈଠକ। ମନେ ହେଉଛି ତଥାପି ଛିଣ୍ଡିନି ହିସାବ। ଶିବକୁମାରଙ୍କୁ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଦୁଇଟି ଅଫର୍‌କୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିବା ଜଣାପଡ଼ିଛି। ଶିବକୁମାର ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ନେତା ରାହୁଲ ଗାନ୍ଧୀଙ୍କୁ ନୂଆଦିଲ୍ଲୀରେ ଭେଟି ନିଜ ପକ୍ଷ ରଖିଥିଲେ। ଅଢ଼େଇ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ଖାର୍ଗେ ଓ ରାହୁଲ ତାଙ୍କୁ ପିସିସି ସଭାପତି ସାଙ୍ଗକୁ ଉପମୁଖ୍ୟମନ୍ତ୍ରୀ ପଦ ଯାଚିଥିଲେ। ଏଥିସହ ୬ଟି ବିଭାଗ ନିଜ ପାଖରେ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ଶିବକୁମାର ମନା କରିଦେଇଥିଲେ। ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ନିୟମ ରାହୁଲ ନିଜେ ବାହାର କରିଥିଲେ, ଯେତେବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବିରୋଧରେ ସଚିନ ପାଇଲଟ୍‌ ବିଦ୍ରୋହ କରିଥିଲେ। କିନ୍ତୁ ଶିବକୁମାରଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ବୋଲି ମାନିନେବା ପରେ କଂଗ୍ରେସ ବୁଝାମଣା ଜରିଆରେ ସମାଧାନ ଚାହୁଁଥିବା ଜଣାପଡ଼ିଛି। ଶିବକୁମାର ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ କ୍ଷମତା ଭାଗବଣ୍ଟା ନେଇ ଦ୍ୱିତୀୟ ବିକଳ୍ପ ଦିଆଯାଇଥିଲା। ପ୍ରଥମେ ସିଦ୍ଦାରାମାୟା ୨ ବର୍ଷ ଓ ପରେ ଶିବକୁମାର ୩ ବର୍ଷ ପାଳିକରି ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଇଥିଲା। କିନ୍ତୁ ଶିବକୁମାର କିମ୍ବା ସିଦ୍ଦାରାମାୟା ଏହି ପ୍ରସ୍ତାବରେ ସହମତି ପ୍ରକାଶ କରି ନ ଥିବା ଜଣାପଡ଼ିଛି। ଏଭଳି ସମୟରେ କର୍ନାଟକରେ ମଧ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। ରାଜସ୍ଥାନରେ ବର୍ତ୍ତମାନ ମଧ୍ୟ ପାଇଲଟ୍‌ ଭାଜପା ଅମଳର ଦୁର୍ନୀତିକୁ ଆଳକରି ଗେହଲଟ୍‌ଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି। ଛତିଶଗଡ଼ରେ ଗତ ବିଧାନସଭା ନିର୍ବାଚନ ପରେ ଭୂପେଶ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ଟି.ଏସ୍‌. ସିଂହଦେଓଙ୍କୁ ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଆସନ ମିଳିବା ଆଶ୍ୱାସନା ଦିଆଯାଇଥିଲା। ବଘେଲ ଓ ସିଂହଦେଓଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଲାଗିରହିଥିବାରୁ ଆଗାମୀ ନିର୍ବାଚନରେ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ିପାରେ। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରା ନ ଯିବାରୁ ସେ ନିଜ ୨୨ ଅନୁଗତ ବିଧାୟକଙ୍କୁ ଧରି ଭାଜପାରେ ସାମିଲ ହେଲେ। ଶେଷରେ କମଲନାଥ ସରକାରଙ୍କ ପତନ ଘଟିଲା। ଅନ୍ୟପକ୍ଷେ ଶିବକୁମାର ଏଭଳି ବିଦ୍ରୋହ ଘଟାଇବେ ନାହିଁ ବୋଲି କହିଛନ୍ତି। ଦଳ ଚାହିଁଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବ, କଂଗ୍ରେସରେ ସେ ବିଭାଜନ ଚାହୁଁ ନ ଥିବା ଶିବକୁମାର କହିଛନ୍ତି। ତେବେ ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ କଲେ ଆଗାମୀ ଦିନରେ ଶିବକୁମାର କ’ଣ ପଦକ୍ଷେପ ନେଉଛନ୍ତି ତା’ ଉପରେ ନଜର ରହିବ। କାରଣ ମଙ୍ଗଳବାର ଶିବକୁମାର ଖାର୍ଗେଙ୍କୁ କହିଥିଲେ, ମୋତେ ମୁଖ୍ୟମନ୍ତ୍ରୀ କରନ୍ତୁ, ନଚେତ୍‌ ଆପଣ ନିଜେ ହୁଅନ୍ତୁ। କିନ୍ତୁ ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଗ୍ରହଣୀୟ ହେବ ନାହିଁ। ଶିବକୁମାର ନିଜ ଅନୁଗତ ବିଧାୟକମାନଙ୍କୁ ନେଇ ତାଙ୍କ ଭାଇ ଡି.କେ. ସୁରେଶ (ଏମ୍‌ପି)ଙ୍କ ସରକାରୀ ବାସଭବନରେ ବୈଠକ କରିଛନ୍ତି। ସିଦ୍ଦାରାମାୟାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନ ଥିଲେ ମଧ୍ୟ ତାଙ୍କ ଅନୁଗତ ଓ ସମର୍ଥକମାନେ ପରସ୍ପରକୁ ମିଠା ଖୁଆଉଛନ୍ତି। ସିଦ୍ଦାରାମାୟା ଶିବିରରେ ଉତ୍ସାହ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ପାଇଁ ପ୍ରଥମ ଦାବିଦାର ଭାବେ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri