୧୯ରୁ ପ୍ରଦର୍ଶନ ହେବ ଚଳଚ୍ଚିତ୍ର ‘ଫାଲଗୁନ – ଚୈତ୍ର’

ପୁରୀ ଅଫିସ, ୧୭।୫: ପୁରୀ ପୌରସଦନ ପରିସରରେ ଆସନ୍ତା ୧୯ ତାରିଖଠାରୁ ୩ଦିନ ଧରି ଓଡ଼ିଆ ଚଳଚ୍ଚିତ୍ର ‘ଫାଲଗୁନ-ଚୈତ୍ର’ ପ୍ରଦର୍ଶନ ହେବାକୁ ଯାଉଛି। ଏନେଇ ମଙ୍ଗଳବାର ଆୟୋଜକମାନଙ୍କ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ ଭକ୍ତ ସାଲବେଗ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ପିନାକୀ ଶ୍ରୀଚନ୍ଦନ ସୂଚନା ଦେଇ କହିଛନ୍ତି, ଗତ କିଛିବର୍ଷ ହେବ ଓଡ଼ିଶାରେ କେତେଜଣ ସ୍ବାଭିମାନୀ ନିର୍ମାତା ଭଲ ସିନେମା ନିର୍ମାଣରେ ଲାଗିଛନ୍ତି। ବର୍ତ୍ତମାନ ଆମ ରାଜ୍ୟରେ ଅନେକ ସ୍ଥାନରେ ଭଲ ସିନେମା ହଲ୍‌ର ଅଭାବ ରହିଛି। ଏପରିକି ଯେଉଁଠାରେ ଓଡ଼ିଆ ସିନେମାର ସୃଷ୍ଟି, ସେହି ପୁରୀରେ ଭଲ ସିନେମା ହଲ୍‌ ନାହିଁ। ମହାବାତ୍ୟା ଫନୀ ପରେ ପୁରୀର କୌଣସି ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ଅବସ୍ଥାରେ ନାହିଁ। ଭିତ୍ତିିଭୂମିର ଅଭାବ ଯୋଗୁ ସ୍ବଳ୍ପ ସମୟ ମଧ୍ୟରେ କୌଣସି ପ୍ରେକ୍ଷାଳୟ କିଛି ମାତ୍ରାରେ ମରାମରି ହୋଇପାରିବା ମଧ୍ୟ ସମ୍ଭବପର ନୁହେଁ। କିନ୍ତୁ ପ୍ରେକ୍ଷାଳୟର ଅଭାବ କୌଣସି ପ୍ରକାରେ ସିନେ ପ୍ରେମୀଙ୍କୁ ଏକ ବଡ଼ ପରଦାରେ ଚଳଚ୍ଚିତ୍ରକୁ ଉପଭୋଗ କରିବାରୁ ବଞ୍ଚତ୍ତ କରିବା ଉଚିତ ନୁହେଁ। ସେଥିପାଇଁ ପୁରୀ ଟାଉନ୍‌ ହଲ୍‌ରେ ଜାନୁୟାରୀରେ ଦମନ ଓ ଫେବୃୟାରୀରେ ପ୍ରତୀକ୍ଷା ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଭଲ ସିନେମା ସହିତ ଉତ୍ତମ ଆତିଥେୟତା ପ୍ରଦାନ କରିବା ଆମ ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପୁରୀବାସୀ ମଧ୍ୟ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ ଏବଂ ଅଧିକାଂଶ ଲୋକଙ୍କ ଦାବି ଥିଲା ନିୟମିତ ବ୍ୟବଧାନରେ ଏଭଳି ସୁବିଧା ସହିତ ସିନେମା ପ୍ରଦର୍ଶନ କରାଯାଉ। ଫଳରେ ଏକ ସୁନ୍ଦର ଓଡ଼ିଆ ଚଳଚ୍ଚିତ୍ର ‘ଫାଲଗୁନ-ଚୈତ୍ର’ ପ୍ରଥମ ଓଡ଼ିଆ ସିନେମା ଭାବେ ସାରା ବିଶ୍ୱରେ ରିଲିଜ୍‌ ହୋଇ ଦର୍ଶକୀୟ ପ୍ରଶଂସା ସାଉଁଟୁଛି। ଓଡ଼ିଆ ଉପନ୍ୟାସ ଲେଖିକା ସୁଲଗ୍ନା ମହାନ୍ତି ଏହାର କାହାଣୀ ଲେଖିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡ୍‌ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର। ପୁରୀବାସୀଙ୍କ ପାଇଁ ଆସନ୍ତା ୧୯, ୨୦, ୨୧ ତାରିଖରେ ଟାଉନ୍‌ ହଲ୍‌ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ୫ଟି ଶୋ’ରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଅଧିକରୁ ଅଧିକ ଲୋକ ଦେଖିପାରିବା ଲାଗି ସକାଳ ୯ଟା, ମଧ୍ୟାହ୍ନ ୧୨ଟା, ଅପରାହ୍ନ ୩ଟ, ସନ୍ଧ୍ୟା ୬ଟା ଏବଂ ରାତି ୯ଟାରେ ସିନେମା ପ୍ରଦର୍ଶନ କରାଯିବ। ଟାଉନ ହଲରେ ୨୪ ଫିଟ୍‌ ୱାଇଡର ବଡ଼ ଏଲ୍‌ଇଡି ପରଦା ଲଗାଯିବ ଏବଂ ସରାଉଣ୍ଡ ସାଉଣ୍ଡ, ଏୟାର କଣ୍ଡିଶନ ହଲ୍‌ ଭଳି ଅନେକ ଅତ୍ୟାଧୁନିକ ସୁବିଧା ଟାଉନ୍‌ ହଲ୍‌ରେ ଆଗରୁ ରହିଛି, ଯାହାକି ସିନେମା ହଲ୍‌ ଅଭାବକୁ ପୂରଣ କରିବ। ଟିକେଟର ମୂଲ୍ୟ ୧୦୦ ଏବଂ ୧୨୦ ଟଙ୍କା ରହିଛି। ସେହିପରି ସାବିତ୍ରୀ ଉପଲକ୍ଷେ ମହିଳା ଦର୍ଶକଙ୍କ ପାଇଁ ଏକ ଲକି ଡ୍ର ପ୍ରତିଯୋଗିତା ହେବ ଏବଂ ୩ଜଣ ଭାଗ୍ୟଶାଳୀ ଦର୍ଶକଙ୍କୁ ଚଳଚ୍ଚିତ୍ରର କଳାକାରମାନଙ୍କ ଗହଣରେ ଆକର୍ଷଣୀୟ ଉପହାର ଦେଇ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି। ଚଳଚ୍ଚିତ୍ର ପାଇଁ ବୁଧବାରଠାରୁ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଟାଉନ୍‌ ହଲ୍‌ ନିକଟରେ ଏବଂ ଭିନ୍ନ ଭିନ୍ନ ସ୍ଥାନରେ ୬ଟି ଦୋକାନରେ ଟିକେଟ ବିକ୍ରି କରାଯିବ। କଲେଜ ଛକସ୍ଥିତ ମଡର୍ଣ୍ଣ ଜେରକ୍ସ ଓ ବିଦ୍ୟାସାଗର ବୁକ୍‌ ଷ୍ଟୋର, ମରିଚିକୋଟ ଲେନ୍‌ସ୍ଥିତ ଦାସ ହାତ୍‌ୱ କେବୁଲ ଅଫିସ୍‌, ଜହ୍ନିମୁଣ୍ଡିଆ ଛକସ୍ଥିତ ଦୀପକ ମହାନ୍ତି ଦୋକାନ, ଲୋକନାଥ ରୋଡସ୍ଥିତ ଚୁଡ଼ି ମହଲ ଏବଂ ଟାଉନ୍‌ ହଲ୍‌ ଛକସ୍ଥିତ ଜଟିଆ ଦୋକାନରେ ଟିକେଟ ଉପଲବ୍ଧ ହେବ। ଉକ୍ତ ଖବରଦାତା ସମ୍ମିଳନୀରେ ସୌମ୍ୟ ରଞ୍ଜନ ଶତପଥୀ, ଅଭିଷେକ ଶ୍ରୀଚନ୍ଦନ, ବାଳକୃଷ୍ଣ ପୂଜାପଣ୍ଡା ଏବଂ ନିହାରିକା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri