ବାଲି ଚୋରାଚାଲାଣରେ ଅଙ୍କୁଶ ନାହିଁ

ଜଗତ୍‌ସିଂହପୁର ଅଫିସ, ୧୭ା୫: ଜଗତ୍‌ସିଂହପୁର ଜିଲାରେ ବେଧଡ଼କ ଚାଲିଛି ବାଲି ଚୋରାଚାଲାଣ। ଏହା ଉପରେ ଅଙ୍କୁଶ ରହୁନି। ପ୍ରବଳ ଗ୍ରୀଷ୍ମରେ ସାରା ଜିଲାବାସୀ ଆଉଟୁପାଉଟୁ ହେଉଥିବାବେଳେ ରାସ୍ତାରେ ଅବାଧରେ ଦିନରାତି ଓଭରଲୋଡିଂ ବାଲି ଚୋରାଚାଲାଣ ଚିନ୍ତାର କାରଣ ପାଲଟିଛି। ଏ ସମ୍ପର୍କରେ ଅଭିଯୋଗ ସତ୍ତ୍ବେ କୌଣସି ପ୍ରତିକାର ହେଉନାହିଁ। ଏନେଇ ସରକାରୀ କର୍ମଚାରୀ, ରାଜନେତା ଓ ବାଲି ମାଫିଆଙ୍କ ମଧ୍ୟରେ ସଲାସୁତୁରା ଥିବା ସନ୍ଦେହ କରାଯାଉଛି। ଅପରପକ୍ଷେ ଓଭରଲୋଡ୍‌ ଯାନ ଯାତାୟାତ ଯୋଗୁ ରାସ୍ତା ଖରାପ ସାଙ୍ଗକୁ ଦୁର୍ଘଟଣା ଘଟୁଛି।
ଜିଲାରେ ପାଖାପାଖି ୩୦ଟି ବାଲିଘାଟ ଚାଲିଛି। ସେଗୁଡିକ ମଧ୍ୟରୁ କିଛି ବେଆଇନ ଭାବେ ଚାଲିଛି। ଏକାଧିକ ସ୍ଥାନରେ ପରିବେଶ ପ୍ରତି ଧ୍ୟାନ ଦିଆଯାଉନାହିଁ। ଏ ସମ୍ପର୍କରେ କେତେଜଣ ବ୍ୟକ୍ତି କହିଛନ୍ତି, ନିୟମ ଅନୁଯାୟୀ ନିଲାମ ସରିଲା ପରେ ପରିବେଶ ମଞ୍ଜୁରୀ ବାଧ୍ୟତାମୂଳକ। ଯେଉଁ ଘାଟଗୁଡିକ ୧୨ ଏକର କିମ୍ବା ତଦୂର୍ଦ୍ଧ୍ୱ ସେଗୁଡିକ ପାଇଁ ଜନଶୁଣାଣି କରାଯିବ। ଏହି ଅନୁଯାୟୀ ତହସିଲଗୁଡିକ ପକ୍ଷରୁ ଷ୍ଟେଟ୍‌ ଏନଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟିକୁ ପତ୍ର ଲେଖାଯିବ। ଅଥରିଟି ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡକୁ ଚିଠି କରି ଜନଶୁଣାଣି କରିବାକୁ ନିର୍ଦ୍ଦେଶ ଦେବେ। କିନ୍ତୁ କେତୋଟି ବାଲିଘାଟ ସରକାରୀ ନିୟମର ଖୋଲା ଉଲ୍ଲଂଘନ କରୁଛନ୍ତି । ସେହିପରି କେତେଜଣ ବାଲି ମାଫିଆ ସରକାରଙ୍କ ସହ ହେବାକୁ ଥିବା ରାଜିନାମାକୁ ଜାଣିଶୁଣି ବିଳମ୍ବ କରିବାକୁ ଉଦ୍ୟମ କରୁଛନ୍ତି । କାରଣ ରାଜିନାମା ନ ହେବା ଯାଏ ସେମାନେ ଚୋରାରେ ବାଲି ବିକ୍ରି କରି ମୋଟା ଅଙ୍କର ଅର୍ଥ ରୋଜଗାର କରିପାରିବେ । ସରକାରଙ୍କୁ ରାଜସ୍ବ ନ ଦେଇ ଏହି ନିଲାମଧାରୀମାନେ କିଛି ସ୍ଥାନରେ ସରକାରୀ ଅଧିକାରୀ ଓ ରାଜନେତାଙ୍କୁ ମୋଟା ଅଙ୍କର ଉତ୍କୋଚ୍ଚ ଦେଇ ସେମାନଙ୍କ ଉଦ୍ଦେଶ୍ୟ ପୂରଣ କରିପାରୁଛନ୍ତି । ଏହାର ଜ୍ୱଳନ୍ତ ପ୍ରମାଣ ଅତୀତରେ ଦେଖିବାକୁ ମିଳିଛି। ୧ା୪ା୨୧ରୁ ୩୧ା୮ା୨୧ ମଧ୍ୟରେ ଜୋରଦାର ଖୋଳତାଡ଼ ହୋଇଥିଲା। ଏହି ସମୟରେ ଜିଲାର ବିଭିନ୍ନ ତହସିଲ ଅଞ୍ଚଳରେ ବାଲି ଚୋରା ଚାଲାଣକାରୀଙ୍କଠାରୁ ପାଖାପାଖି ୪୮ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିଲା । ଏହା ପରଠୁ ନାମକୁ ମାତ୍ର ଚଢ଼ାଉ ହୋଇଛି। କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଦୈନିକ ପାଖାପାଖି ୮/୧୦ ଲକ୍ଷ ଟଙ୍କାର ବାଲି ଚୋରାଚାଲାଣ ହେଉଛି। ମାତ୍ର ବାଲି ମାଫିଆମାନେ ଚଢ଼ାଉବେଳେ ଧରାପଡ଼ିଲେ ଖୁବ କମ୍‌ ଟଙ୍କାର ଜରିମାନା ଦେବାକୁ ଭୟ କରୁନାହାନ୍ତି । ଏହାଛଡ଼ା ପ୍ରତ୍ୟହ ଚଢ଼ାଉ ହେଉନାହିଁ। ଅନେକ ସମୟରେ ଏ ବିଷୟରେ ସେମାନଙ୍କୁ ପୂର୍ବ ସୂଚନା ମିଳିଯାଉଛି।
ପ୍ରତ୍ୟେକ ନିଲାମଧାରୀଙ୍କୁ ନିର୍ଦ୍ଦିଷ୍ଟ ଏରିଆ ଓ କେତେ ଗଭୀରର ଓ କେତେ ବାଲି ଉତ୍ତୋଳନ କରାଯିବ ସେନେଇ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ବାଲି ପରିମାଣ ଜାଣିବା ପାଇଁ ଗୋଟିଏ ଟ୍ରାକ୍ଟରକୁ ୨.୫ ସେଣ୍ଟିମିଟର (ସେମି), ୪୦୭କୁ ୪ ସେମି, ଟ୍ରକ୍‌ ୬ ସେମି ଓ ହାଇୱାକୁ ୧୪ ସେମି ବୋଲି ହିସାବ କରାଯାଏ। ଏସବୁ ଗାଡିରେ ଯେତେ ବାଲି ଚାଲାଣ ହେବ ତାହା ହିସାବକୁ ନିଆଯାଇଥାଏ। ଅନୁମତି ଠାରୁ ଅଧିକ ବାଲି ଉତ୍ତୋଳନ କଲେ ତା’ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ବ୍ୟବସ୍ଥା ଅଛି। ସେହିପରି ଗାଡି ଚାଳକଙ୍କୁ ପରିବହନ ପାଇଁ ନିଲାମଧାରୀମାନେ ୱାଇ ଫର୍ମ ଦେବା କଥା । ସ୍ଥାନୀୟ ତହସିଲଦାରଙ୍କ ପକ୍ଷରୁ ଏହି ଫର୍ମ ସମ୍ପୃକ୍ତ ନିଲାମଧାରୀଙ୍କୁ ଦିଆଯାଇଥାଏ। କିନ୍ତୁ ପ୍ରାୟତଃ ନିଲାମଧାରୀ ରାଜସ୍ବ ଫାଙ୍କିବା ପାଇଁ ଗାଡି ଚାଳକଙ୍କୁ ୱାଇ ଫର୍ମ ଦେଉନାହାନ୍ତି। ଗାଡି ଚାଳକ କିମ୍ବା ମାଲିକମାନେ ବାରମ୍ବାର ଘାଟରୁ ବାଲି ଉଠାଉଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ଗୋଟିଏ ଲେଖାଏ ଅସମ୍ପୂର୍ଣ୍ଣ ୱାଇ ଫର୍ମ ଦେଉଛନ୍ତି । ରାସ୍ତାରେ ଚେକିଂ ବେଳେ ଧରାପଡ଼ିଲେ ଚାଳକ ଏହି ଅସମ୍ପୂର୍ଣ୍ଣ ୱାଇ ଫର୍ମ ପୂରଣ କରି ମୁକୁଳି ଯାଉଛନ୍ତି। ଓଭରଲୋଡିଂ କରି ଦିନ ଦି ପ୍ରହରରେ ଅଧିକାଂଶ ହାଇୱା ବାଲି ପରିବହନ କରୁଥିଲେ ସୁଦ୍ଧା ସେମାନଙ୍କ ଉପରେ ଅଙ୍କୁଶ ରହୁ ନ ଥିବାରୁ ରାସ୍ତା ଖରାପ ସାଙ୍ଗକୁ ଦୁର୍ଘଟଣା ହେଉଛି । ଜିଲାରେ ସବ୍‌ଡିଭିଜିନାଲ ଓ ତହସିଲସ୍ତରୀୟ ଏନ୍‌ଫୋର୍ସମେଣ୍ଟ କମିଟି ଅଛି । କିନ୍ତୁ କମିଟି ପକ୍ଷରୁ ଆଶାଜନକ ଚଢ଼ାଉ ନ ହେବା ଆଲୋଚନାର ବିଷୟ ପାଲଟିଛି। ଏ ସମ୍ପର୍କରେ ଜିଲାପାଳ ପାରୁଲ ପଟାୱରିଙ୍କ ସହ ମୋବାଇଲ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରା ଯାଇଥିଲେ ସୁଦ୍ଧା ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri