Posted inଜାତୀୟ

ଆଇସିଏସଇ ଦ୍ୱାଦଶ-ଦଶମ ପରୀକ୍ଷା ଫଳ ପ୍ରକାଶ…

ନୂଆଦିଲ୍ଲୀ,୧୪।୫ : କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ(ଆଇସିଏସଇ)ର ଦ୍ୱାଦଶ ଏବଂ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି।

ବୋର୍ଡ ଦ୍ୱାରା ପ୍ରକାଶିତ ଅପଡେଟ ଅନୁଯାୟୀ, ଆଇସିଏସଇ, ଆଇଏସସି ଫଳାଫଳ ୨୦୨୩ ରବିବାର ଅପରାହ୍ନ ୩ଟାରେ ପ୍ରକାଶ ପାଇଛି।
ଛାତ୍ରୀଛାତ୍ରମାନେ ଅଫିସିଆଲ ୱେବସାଇଟ cisce.org ରେ ଫଳାଫଳ ସମ୍ବନ୍ଧୀୟ ବିବରଣୀ ପାଇଁ  ଯାଞ୍ଚ କରିପାରିବେ।

ଦ୍ୱାଦଶ ଛାତ୍ରୀଛାତ୍ରମାନଙ୍କର ସାମଗ୍ରିକ ପାସ ପ୍ରତିଶତ ୯୬.୯୩ ପ୍ରତିଶତ ଯାହା ଗତ ବର୍ଷ ତୁଳନାରେ ୨.୪୫ ପ୍ରତିଶତ କମ ଅଟେ । ସେହିପରି ଦଶମ ଫଳାଫଳରେ ସାମଗ୍ରିକ ପାସ ପ୍ରତିଶତ ୯୮.୯୪ ପ୍ରତିଶତ । ଏହା ୧.୦୩ ପ୍ରତିଶତ ହ୍ରାସ ପାଇଛି।

ଦଶମରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରୁଶୀଲ କୁମାର, ଅନନ୍ୟା କାର୍ତ୍ତିକ, ଶ୍ରେୟା ଉପାଧ୍ୟାୟ, ଉଦୟ ସରଦେଶାଇ, ଯଶ ମନୀଷ ଭାସିନ, ତନୟ ସୁଶୀଲ ଶାହା, ହିୟା ସାଙ୍ଗଭି, ଅଭିଷି ସିଂ, ସମ୍ବିଟ ମୁଖୋପାଧ୍ୟାୟ ରହିଛନ୍ତି।

ଦଶମ ଶ୍ରେଣୀରେ ନଅ ଜଣ ଛାତ୍ରୀ ୪୯୯ ମାର୍କ ହାସଲ କରି ପରୀକ୍ଷାରେ ଶୀର୍ଷରେ ରହିଛନ୍ତି। ଛାତ୍ରୀଅମାନଙ୍କର ପାସ ପ୍ରତିଶତ ୯୯.୨୧ ପ୍ରତିଶତ। ଯାହା ଛାତ୍ରମାନଙ୍କ ତୁଳନାରେ ୦.୫ ପ୍ରତିଶତ ଅଧିକ। ଛାତ୍ରଙ୍କ ପାସ ପ୍ରତିଶତ ୯୮.୭୧ ପ୍ରତିଶତ ରହିଛି।

ଦ୍ୱାଦଶ ଫଳାଫଳରେ ଛାତ୍ରୀମାନଙ୍କର ପ୍ରଦର୍ଶନ ଛାତ୍ରମାନଙ୍କ ଅପେକ୍ଷା ଭଲ ହୋଇଛି। ଛାତ୍ରୀମାନଙ୍କ ପାସ ପ୍ରତିଶତ ୯୮.୦୧ ପ୍ରତିଶତ ଥିବାବେଳେ ଛାତ୍ରମାନଙ୍କ ପାସ ପ୍ରତିଶତ ୯୫.୯୬ ପ୍ରତିଶତ ରହିଛି।
ଦ୍ୱାଦଶ ଟପ୍ପରଙ୍କ ମଧ୍ୟରେ ରିୟା ଅଗ୍ରୱାଲ,ଇପ୍ସିତା ଭଟ୍ଟାଚାର୍ଯ୍ୟ, ମୋହଦ ଆର୍ଯ୍ୟ ତାରିକ, ସୁଭମ କୁମାର ଅଗ୍ରୱାଲ, ମାନିଆ ଗୁପ୍ତା ରହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri