Posted inଜାତୀୟ

‘ୟେଦୁରପ୍ପା ଇଫେକ୍ଟ’ ଭାଜପା ପରାଜୟର ମୁଖ୍ୟ କାରଣ: ରୋଡ ଶୋରେ ସାମିଲ କରିଥିଲେ ଫଳାଫଳ ହୋଇଥାନ୍ତା ଅନ୍ୟ କିଛି…

ବେଙ୍ଗାଲୁରୁ,୧୩।୫ : ବଡ଼ ଧରଣର ପ୍ରଚାର ଏବଂ ବଡ ପ୍ରସଙ୍ଗରେ ରଣନୀତି କରିବା ପରେ ମଧ୍ୟ କର୍ନାଟକ ଭାଜପା ହାତରୁ ଖସି ଯାଇଛି। ଦଳ ପାଇଁ ସବୁଠୁ ବଡ ଝଟକା ସେହି ଲିଙ୍ଗାୟତ ଆସନରେ ହୋଇଛି ଯାହା ରାଜ୍ୟର ସବୁଠାରୁ ବଡ ରାଜନୈତିକ ଶକ୍ତି ଭାବରେ ବିବେଚିତ ହୋଇଥିଲା। ରାଜନୈତିକ ମହଲରେ ଏହାକୁ ’ୟେଦୁରପ୍ପା ଇଫେକ୍ଟ’ କୁହାଯାଉଛି। ଭାଜପା ଦଳର ବୁଢ଼ା ସିଂହଙ୍କୁ ଅବହେଳିତ ଅଣଦେଖା କରିବା ଯୋଗୁ ଫଳାଫଳ ଏଭଳି ହୋଇଥିବା କୁହାଯାଉଛି। ଦଳର ନେତାମାନେ ଏବେ ଟୁପଟାପ ହେଉଛନ୍ତି।

ଯଦି କେନ୍ଦ୍ରୀୟ ନେତୃତ୍ୱ ନିର୍ବାଚନରେ ସବୁକିଛି ନିଜଦ୍ୱ ନିଷ୍ପତ୍ତି ନେଇ ନ ଥାନ୍ତେ, ଏବଂ ୟେଦୁରପ୍ପାଙ୍କୁ ପ୍ରଚାରରେ ସାମିଲ କରିଥାନ୍ତେ ତେବେ ଆଜି ନିର୍ବାଚନ ଫଳାଫଳ ହୁଏତ ଭିନ୍ନ ହୋଇଥାନ୍ତା।

ଯେତେବେଳେ ରାଜ୍ୟରେ ୟେଦୁରପ୍ପା ଇସ୍ତଫା ଦେଇଥିଲେ ସେତେବେଳେ ଭାଜପା କର୍ନାଟକରେ ଭୁଲ କରିବା ଆରମ୍ଭ କରିଥିଲା। ପିଢ଼଼ିର ପରିବର୍ତ୍ତନ ଏବଂ ଦୁର୍ନୀତି ନିବାରଣ କାରକକୁ ଦୁର୍ବଳ କରିବା ପାଇଁ ଏହି ରାଣନୀତି ଗ୍ରହଣ କରାଯାଇଥିଲା। କିନ୍ତୁ ସମସ୍ତେ ଜାଣନ୍ତି ୟେଦୁରପ୍ପା ଏହି ନିଷ୍ପତ୍ତିରେ ଖୁସି ନ ଥିଲେ। ଏହା ପରେ ମଧ୍ୟ ୟେଦୁରପ୍ପା ତାଙ୍କ ପୁଅ ବିଜୟନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ବଂଶବାଦ ଏଡ଼ାଇବା ପାଇଁ ଦଳ ତାଙ୍କ ଦାବିକୁ ଅଣଦେଖା କରିଥିଲା।

ନିର୍ବାଚନରେ ଟିକେଟ ବଣ୍ଟନ ସମୟରେ ୟେଦୁରପ୍ପା ଅବହେଳିତ ହୋଇଥିଲେ। ଏହା ପାର୍ଟିରେ ଆଲୋଚନା ହୋଇଛି ଶକ୍ତିଶାଳୀ କେନ୍ଦ୍ରୀୟ ନେତା ପ୍ରହ୍ଲାଦ ଯୋଶୀ ଏବଂ ବି.ଏଲ ସନ୍ତୋଷ କର୍ନାଟକର ସମସ୍ତ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥିର କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ସଙ୍କେତ ମଧ୍ୟ ଭାଜପା ପାଇଁ ଭଲ ବୋଲି ପ୍ରମାଣିତ ହୋଇନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ୟେଦୁରପ୍ପା ଫ୍ୟାକ୍ଟର୍‌ ଉପରେ ଭାଜପାର ସବୁଠୁ ବଡ ଭୁଲ ଯେତେବେଳେ ତାଙ୍କ ପାରମ୍ପାରିକ ଆସନ ଶିକାରିପୁରାରୁ ପୁଅକୁ ଟିକେଟ ଦେବାରେ ବିଳମ୍ବ ହୋଇଥିଲା। ଦଳ ଶେଷରେ ୟେଦୁରପ୍ପାଙ୍କ ପୁଅକୁ ତାଙ୍କ ଆସନରେ ଟିକେଟ ଦେଇଥିଲା, କିନ୍ତୁ ନିଷ୍ପତ୍ତି ଏତେ ବିଳମ୍ବ ହେଲା ସେତେବେଳକୁ ଲିଙ୍ଗାୟତ ନେତାଙ୍କ ମଧ୍ୟରେ ଏକ ବାର୍ତ୍ତା ପହଞ୍ଚିଥିଲା ଭାଜପା ଲିଙ୍ଗାୟତମାନଙ୍କୁ ଅବହେଳା କରୁଛି ।

ଲିଙ୍ଗାୟତ ନେତା ଜଗଦୀଶ ଶେଟ୍ଟର ଏବଂ ଲକ୍ଷ୍ମଣ ସାୱାଡିଙ୍କୁ ଟିକେଟ ପ୍ରତ୍ୟାଖ୍ୟାନ କରିବା ମଧ୍ୟ ୟେଦୁରପ୍ପା ଫ୍ୟାକ୍ଟର୍‌ ଉପରେ ଜନସାଧାରଣଙ୍କ ଭୁଲ ଧାରଣାକୁ ସ୍ପଷ୍ଟ କରିଦେଇଥିଲା, ଯାହା ସେମାନଙ୍କୁ ଅନୁଭବ କରାଇଲା ଦଳ ସେମାନଙ୍କ ନେତାମାନଙ୍କୁ ଅବହେଳା କରୁଛି ।ଏହି କାରଣରୁ ବହୁ ସଂଖ୍ୟକ ଲିଙ୍ଗାୟତ ଭୋଟର କଂଗ୍ରେସକୁ ଯାଇଥିଲେ କିମ୍ବା ନିଜ ଘରେ ବସିଥିଲେ।

ନେତାମାନେ ଆଶା କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟେଦୁରପ୍ପାଙ୍କୁ ତାଙ୍କ ରୋଡ ଶୋ’ରେ ନେବେ। ମାତ୍ର ସେଭଳି କିଛି ହୋଇ ନ ଥିଲା। ଫଳରେ ଲିଙ୍ଗାୟତଙ୍କ ମଧ୍ୟରେ ଅସନ୍ତୋଷ ଅଧିକ କୁହୁଳି ଥିଲା।

ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ ଶୋ କରୁଥିବା ସମୟରେ ୟେଦୁରପ୍ପାଙ୍କୁ ସାଙ୍ଗରେ ନେଇଥାନ୍ତେ ଏବଂ ତାଙ୍କୁ ଆସନ ଦେଇଥାନ୍ତେ, ତା’ହେଲେ ସମଗ୍ର ରାଜ୍ୟକୁ ଏକ ବାର୍ତ୍ତା ଦିଆଯାଇଥାନ୍ତା ଭାଜପା ଲିଙ୍ଗାୟତଙ୍କ ସହ ଦୃଢ଼ ଼ ଭାବରେ ଠିଆ ହେବ। ଛିଡା ହୋଇଛି। କିନ୍ତୁ ଏହା ଘଟି ନ ଥିଲା ଯେଉଁଥି ପାଇଁ ଦଳକୁ ଏଭଳି ଫଳାଫଳ ମିଳିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri