ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଚିନ୍ତା ନାହିଁ

ଖଣ୍ଡପଡ଼ା,୧୧ା୫(ସ୍ବ.ପ୍ର.): ମହାନଦୀ ତଟରେ ନୟାଗଡ଼ ଜିଲାର ଏକାଧିକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରହିଛି। ବିଶେଷ କରି କଣ୍ଟିଲୋ ନୀଳମାଧବଙ୍କ ମନ୍ଦିର, ସିଧମୂଳାସ୍ଥିତ ଗୋକୁଳାନନ୍ଦ ଜୀଉଙ୍କ ମନ୍ଦିର ଓ ଭାପୁର ବ୍ଳକ ଅଧୀନ ପଦ୍ମାବତୀ ନିକଟ ହନୁମନ୍ତପ୍ରସାଦସ୍ଥିତ ପ୍ରଭୁ ଶ୍ରୀରାମାଶ୍ରମ ରହିଛି। ଏ ସମସ୍ତ ପର୍ଯ୍ୟଟନସ୍ଥଳୀ ମହାନଦୀ କୂଳ ପାହାଡ଼ ଉପରେ ଠିଆ ହୋଇଛି। ଅନ୍ୟପକ୍ଷେ କଂସା ପିତଳ ବାସନ ଶିଳ୍ପ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ନୀଳମାଧବଙ୍କ ଦର୍ଶନ କରିବା ସହିତ ଆଖପାଖ ପର୍ଯ୍ୟଟନସ୍ଥଳୀ ବୁଲି ଥାଆନ୍ତି। ସେଥିପାଇଁ ବର୍ଷ ସାରା ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥାଏ। ବିଶେଷ କରି ବର୍ଷର ପ୍ରାୟ ସବୁ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟେହ ଶତାଧିକ ପର୍ଯ୍ୟଟକ ନୀଳମାଧବ ଓ ଗୋକୁଳାନନ୍ଦଙ୍କ ପୀଠକୁ ଆସିଥାଆନ୍ତି। ଅଧିକାଂଶ ସମୟରେ ନିକଟସ୍ଥ ମହାନଦୀରେ ସ୍ନାନ ଶୌଚାଦି କରୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ କେତେଜଣ ଅସାବଧାନତା ଯୋଗୁ ନଦୀର ପ୍ରଖରସ୍ରୋତରେ ଭାସିଯାଇ ଅକାଳରେ ପ୍ରାଣ ହରଇଥାଆନ୍ତି। ଏପରି ଦୁଃଖଦ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରାୟ ପ୍ରତିବର୍ଷ ମହାନଦୀରେ ଏମିତି ଦୁଃଖଦ ଘଟଣା ଘଟିଥାଏ। ତଥାପି ଏଦିଗରେ ପ୍ରଶାସନ ଚେତୁ ନ ଥିବା ଅଭିଯୋଗହୋଇଛି।
ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକ ଅଧୀନ ସିଧାମୂଳା ଗ୍ରାମ ନିକଟ ମହାନଦୀ କୂଳରେ ଗୋକୁଳାନନ୍ଦଜୀଉ ପୀଠ ଅବସ୍ଥିତ। ଉକ୍ତ ପୀଠ ନୟାଗଡ଼ ଓ କଟକ ଜିଲା ସୀମାନ୍ତ ସିଧାମୂଳା ପଞ୍ଚାୟତର ମହାନଦୀ ତଟବର୍ତ୍ତୀ ମଧୁକର୍ଣ୍ଣିକା ପାହାଡ ଉପରେ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ପୀଠ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ସେମାନଙ୍କ ରହଣି ପାଇଁ ବନ ବିଭାଗ ପକ୍ଷରୁ ପ୍ରାୟ ୫୩ ଲକ୍ଷ ଟଙ୍କା ବ୍ୟୟରେ ପାହାଡ଼ ଉପରେ ଏକ ମହାନଦୀ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ମହୁକୋଣ ପାହାଡ଼ ଉପର ପାର୍ଶ୍ୱ ଏହି ବିସ୍ତୃତ ସ୍ଥାନରେ ପର୍ଯ୍ୟଟକମାନଙ୍କ ରହଣି ତଥା ରାତ୍ରୀ ଯାପନ ପାଇଁ ୨ କଟେଜ୍‌ ଓ ଅନ୍ୟାନ୍ୟ ଗୃହ ନିର୍ମାଣ କରାଯାଇଛି। ଏପରି ପରିବେଶ ଦୃଷ୍ଟିରୁ ଏଠାରେ ରାତ୍ରୀ ରହଣି, ସିନେମା ସୁଟିଂ, ଠାକୁର ଦର୍ଶନ, ବିବାହ ଓ ବଣ ଭୋଜି କରିବା ପାଇଁ ପ୍ରତ୍ୟେହ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଯାନବାହନରେ ହଜାର ହଜାର ପର୍ଯ୍ୟଟକ ଉକ୍ତ ପୀଠକୁ ଆସିଥାନ୍ତି। ଏହାଛଡା କଣ୍ଟିଲୋ ଆସି କଂସା ପିତଳ ବାସନ କ୍ରୟ କରିବା ସହିତ ଶ୍ରୀ ନୀଳମାଧବଙ୍କ ଦର୍ଶନ କରିଥାଆନ୍ତି।
ସେହିପରି ହନୁମନ୍ତପ୍ରସାଦ ରାମାଶ୍ରମରେ ବି ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥାଏ। ଏହି ପୀଠଗୁଡ଼ିକ ମହାନଦୀ ତଟଦେଶରେ ଅବସ୍ଥିତ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସୁଥିବା ଛାତ୍ରୀଛାତ୍ରମାନେ ଏପରି ପ୍ରାକୃତିକ ମନଲୋଭା ପରିବେଶରେ ମହାନଦୀରେ ସ୍ନାନ କରିବାର ଲୋଭ ସମ୍ବରଣ କରି ପାରି ନ ଥାଆନ୍ତି। ହେଲେ ମହାନଦୀର ନୀଳ ଜଳରାଶିର ସ୍ଥିତି ଓ ଏହାର ଗଭୀରତା ସମ୍ପର୍କରେ ସେମାନେ ନ ଜାଣି ସ୍ନାନ କରିଥାନ୍ତି। ପୁରୀ ସମୁଦ୍ର ବେଳାଭୂମିରେ ସ୍ନାନ କରିବା ଭଳି ଏଠାରେ ପର୍ଯ୍ୟଟକ ଓ ଛାତ୍ରୀଛାତ୍ରମାନେ ବହୁ ସଂଖ୍ୟାରେ ସ୍ନାନ କରିଥାଆନ୍ତି। ହେଲେ ସ୍ନାନ କରିବାର ମଜା ଉଠାଉ ଥିବା ବେଳେ ଅଧିକାଂଶ ନଦୀର ଗଭୀର ସ୍ରୋତରେ ଭାସି ଯାଇ ପ୍ରାଣ ହରାଉଥିବା ନଜିର ରହିଛି।
ସୂଚନାଯୋଗ୍ୟ, ପ୍ରତିବର୍ଷ ୨ରୁ ୩ଜଣ ପର୍ଯ୍ୟଟକ କିମ୍ବା ଛାତ୍ରୀଛାତ୍ର ନଦୀରେ ବୁଡ଼ି ପ୍ରାଣ ହରାଇଥାଆନ୍ତି। ଏପରି ଅଘଟଣ ବାରମ୍ବାର ଘଟୁଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ନୀରବ ଦ୍ରଷ୍ଟା ସାଜିଛି। ସତର୍କତା ଅବଲମ୍ବନ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ସୂଚନା ଫଳକ ଅଦ୍ୟାବଧି ଲଗାଯାଇନାହିଁ। ୨୦୨୨ ଡ଼ିସେମ୍ବର ୨୮ରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବିଜୟନଗର ପଞ୍ଚାୟତ ଶଙ୍ଖପଦା ଗ୍ରାମର ସରୋଜ କୁମାର ଦାସ କଣ୍ଟିଲୋ ଅଞ୍ଚଳକୁ ବୁଲି ଆସି ମହାନଦୀ ଘାଟରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ଏହି ଘଟଣାର ୩ ମାସ ପରେ ମହାନଦୀ ଘାଟରେ ଗାଧୋଉଥିବା ବେଳେ କଣ୍ଟିଲୋ ଅଞ୍ଚଳର ବୃଦ୍ଧ ସାରଙ୍ଗଧର ସାହୁଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାଛଡା ମହାନଦୀର ଉପରମୁଣ୍ଡ ସାତକୋଶିଆ ଗଣ୍ଡରୁ ବିଭିନ୍ନ ସମୟରେ କୁମ୍ଭୀରମାନ ମହାନଦୀର ତଳିଆ ଅଞ୍ଚଳକୁ ଆସି ବିପଦ ସୃଷ୍ଟି କରିଥାନ୍ତି। ଅପରପକ୍ଷେ ଶ୍ରାବଣ ମାସରେ ମହାନଦୀରେ ବନ୍ୟା ସୃଷ୍ଟି ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ବହୁ କାଉଡିଆ ମହାନଦୀ ଘାଟରୁ ଜଳ ନେଇ ବିଭିନ୍ନ ଶୈବପୀଠକୁ ଯାଇଥାଆନ୍ତି। ମହାନଦୀର ପ୍ରଖର ସ୍ରୋତରେ ଏକାଧିକ କାଉଡ଼ିଆ ଭାସିଯାଇଥିବାରୁ ନଜିର ରହିଛି। ଜିଲା ପର୍ଯ୍ୟଟନ ବିଭାଗ, ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ କଣ୍ଟିଲୋ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri