କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ

ଖୋର୍ଦ୍ଧା ଅଫିସ,୧୦ା୫: ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଏନ୍‌ଇଇଟିରେ କେତେଜଣ ଛାତ୍ରୀଛାତ୍ର ଡାକ୍ତରୀ ପାଠ ପଢୁଛନ୍ତି। ୨୦୨୦-୨୧ ବ୍ୟାଚରେ ବିନା ଏନ୍‌ଇଇଟିରେ ଦୁଇଜଣ ପାଠ ପଢୁଥିବା ବେଳେ ୨୦୧୬ରେ ଜଣେ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ୨୦୧୭ରେ ଦୁଇଜଣ ଛାତ୍ରୀଛାତ୍ର ପାଠପଢ଼ା ପରେ ହାଉସ ସର୍ଜନ ଭାବେ କାର୍ଯ୍ୟରତ ଅଛନ୍ତି। ଏନେଇ ଗତ ୧ ତାରିଖରେ ‘ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହି ଘଟଣାକୁ ରାଜ୍ୟ ଆୟୁଷ ବିଭାଗ ଗୁରୁତ୍ୱର ସହିତ ନେଇଛନ୍ତି। ଆୟୁଷ ନିର୍ଦ୍ଦେଶକ କଲ୍ୟାଣ ରଥ ନିଜ ଆଡୁ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସଂକ୍ରାନ୍ତରେ କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ଦୁଇଜଣ ଛାତ୍ରୀଛାତ୍ର ବିନା ଏନ୍‌ଇଇଟିରେ ପାଠ ପଢୁଥିବା ନେଇ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିଛି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ କମ୍ପିଟେଣ୍ଟ ଅଥୋରିଟି ପକ୍ଷରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବକ୍ରମେ ଏହି ଘଟଣାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଲାଗି ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ଡିସେମ୍ବର ୧୪ରେ ନ୍ୟାଶନାଲ କମିଶନ ଫର ଇଣ୍ଡିଆନ ସିଷ୍ଟମ ଅଫ୍‌ ମେଡିସିନ (ଏନ୍‌ସିଆଇଏସ୍‌ଏମ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ସିଆଇଏସ୍‌ଏମ୍‌ ଏପ୍ରିଲ ୧୩ରେ ଏ ସଂକ୍ରାନ୍ତରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଚିଠି ପାଇବାର ୨ ସପ୍ତାହ ମଧ୍ୟରେ ଏହାର ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଏନ୍‌ସିଆଇଏସ୍‌ଏମ୍‌ ପକ୍ଷରୁ ଚିଠି ପାଇବା ପରେ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଚିଠି ନଂ.୭୦୨୩/୨୬ା୪ା୨୩ ପ୍ରକାରେ ଗୋପବନ୍ଧୁ ଆୟୁର୍ବେଦ କଲେଜକୁ ଚିଠି ପାଇବାର ସପ୍ତାହକ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ୨୦୨୦ ବ୍ୟାଚରେ ଆୟୁଷ ବିଭାଗ ପକ୍ଷରୁ ଆସିଥିବା ଏକ ଚିଠିକୁ ନକଲ କରାଯାଇ ୫ଜଣ ଛାତ୍ରୀଛାତ୍ର ପରିବର୍ତ୍ତେ ୭ଜଣଙ୍କୁ ଟ୍ରାନ୍ସଫର କେସ୍‌ରେ ନାମଲେଖା ସୁଯୋଗ ଦିଆଯାଇଥିବା ଜଣାପଡ଼ିଛି। ତେବେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଖାଲିଥିବା ସିଟ୍‌(ଟ୍ରାନ୍ସଫର ବେସିସ୍‌) ନାମଲେଖା ପାଇଁ କଲେଜ ଅଧ୍ୟକ୍ଷଙ୍କ ଚିଠି ନଂ .୩୪୧୦/୧୭ା୧୨ା୨୦୨୧ ପ୍ରକାରେ ତତ୍କାଳୀନ ଆୟୁଷ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ନାମଲେଖା କମିଟିରେ ଆୟୁଷ ନିର୍ଦ୍ଦେଶକଙ୍କ ବ୍ୟତୀତ, ଅତିରିକ୍ତ ଆୟୁଷ ନିର୍ଦ୍ଦେଶକ ଏବଂ ପୁରୀ ସମେତ ବଲାଙ୍ଗୀର ଓ ବ୍ରହ୍ମପୁର କଲେଜ ଅଧ୍ୟକ୍ଷମାନେ ଏହାର ସଦସ୍ୟ ରହିଥିଲେ। ସେହି ସମୟରେ ଏହି କମିଟି ଆବେଦନକାରୀଙ୍କ ମଧ୍ୟରୁ ୫ଜଣଙ୍କୁ ମନୋନୀତ କରିଥିବା ଆୟୁଷ ବିଭାଗ ପକ୍ଷରୁ ଉପରୋକ୍ତ ୩କଲେଜ ଅଧ୍ୟକ୍ଷଙ୍କୁ ଜାରି କରିଥିବା ଚିଠି କ୍ରମାଙ୍କ ୬୦୧/୧୯ା୦୧ା୨୨ରେ ଦର୍ଶାଇଛନ୍ତି। ଆୟୁଷ ବିଭାଗ ପକ୍ଷରୁ ଆସିଥିବା ଚିଠିକୁ ଗୋପବନ୍ଧୁ ଆୟୁର୍ବେଦ କଲେଜ ଡାଏରୀ ନଂ.୨୭୨/୩ା୨ା୨୨ ଉଲ୍ଲେଖ କରାଯାଇଛି। ତେବେ କଲେଜ ପକ୍ଷରୁ ଆୟୁଷ ବିଭାଗର ଏକା ଚିଠି ନମ୍ବର(୬୦୧/୧୯ା୧ା୨୨) ଡାଏରୀ ନମ୍ବର ୨୨୧/୨୮ା୧ା୨୨ରେ ମନୋନୀତ ୫ଜଣ ବିଦ୍ୟାର୍ଥୀଙ୍କ ପରିବର୍ତ୍ତେ ୭ଜଣଙ୍କୁ ନାମଲେଖା ସୁଯୋଗ ଦିଆଯାଇଥିବା ଉଲ୍ଲେଖ ରହିଛି। ତେବେ ଆୟୁଷ ବିଭାଗ ପକ୍ଷରୁ ଜାରି ଗୋଟିଏ ଚିଠିରେ ଦୁଇ ପ୍ରକାର ନାମଲେଖା ନୋଟିସକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ଆୟୁର୍ବେଦ କଲେଜ(ସିଏସି) ବଲାଙ୍ଗୀର ଅଧ୍ୟକ୍ଷ ଡା. ଅରୁଣ କୁମାର ଦାଶ ଏବଂ କେଏଟିଏସ୍‌ ଆୟୁର୍ବେଦ କଲେଜ ଆଣ୍ଡ ହସ୍ପିଟାଲ ଆଙ୍କୁଶପୁର, ବ୍ରହ୍ମପୁର ଅଧ୍ୟକ୍ଷ ଡା. ବିପିନ ବିହାରୀ ଖୁଣ୍ଟିଆ ନାମଲେଖା କମିଟିରେ ସଦସ୍ୟ ରହିଥିଲେ। ତେବେ ଏମାନେ ୫ଜଣଙ୍କ ଜାଗାରେ ଆଉ ଦୁଇଜଣ ବାହାର କଲେଜ ବିଦ୍ୟାର୍ଥୀଙ୍କୁ ସୁଯୋଗ ଦିଆଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆୟୁଷ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟଠାରେ ହୋଇଥିବା ବୈଠକରେ ୫ଜଣଙ୍କୁ ମନୋନୀତ କରାଯାଇଥିଲା। ଯଦି ତା’ ପରେ ଆଉ ଦୁଇଜଣଙ୍କୁ ନାମଲେଖାରେ ସୁଯୋଗ ଦିଆଯାଇଛି, ସେଥିରେ ଆମର କୌଣସି ସମ୍ପୃକ୍ତି ନାହିଁଁ। ଆବଶ୍ୟକ ପଡିଲେ କଲେଜକୁ ଆସିଥିବା ନୋଟିସ ଆୟୁଷ ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରାଯିବ ବୋଲି ଉଭୟ କହିଛନ୍ତି।
ଆୟୁର୍ବେଦ କଲେଜରେ ଖାଲିଥିବା ସିଟ୍‌ରେ ନାମଲେଖା ଲାଗି ୧୨ଜଣ ଆବେଦନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ନାମଲେଖାର ସୁଯୋଗ ପାଇଥିବା ୨ବିଦ୍ୟାର୍ଥୀ (ବିନା ଏନ୍‌ଇଇଟି ଷ୍ଟୁଡେଣ୍ଟ) ଶ୍ରୀଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜ ଓ ଗବେଷଣା ପ୍ରତିଷ୍ଠାନ (ଏସ୍‌ଏସ୍‌ଏନ ଏୱାଇ ଆଣ୍ଡ ଆର୍‌ଆଇ) ପାଇକମାଲ, ବରଗଡ ଜିଲା ଛାତ୍ରୀଛାତ୍ର ବୋଲି ଆୟୁଷ ବିଭାଗ ଚିଠିରେ ଉଲ୍ଲେଖ ରହିଛି। ଏହି ଦୁଇଜଣ ୨୦୨୦-୨୧ ବ୍ୟାଚରେ ସମ୍ପୃକ୍ତ କଲେଜର ଛାତ୍ର ନୁହନ୍ତି ବୋଲି କଲେଜ ଅଧ୍ୟକ୍ଷା କ୍ଷୀରାବ୍ଧ ତନୟା ରାଉତରାୟ କହିଛନ୍ତି। ଅନ୍ୟପକ୍ଷରେ ଆୟୁଷ ନିର୍ଦ୍ଦେଶକ କଲ୍ୟାଣ ରଥ କୁହନ୍ତି, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଦୁଇଜଣ ଛାତ୍ର ବିନା ଏନ୍‌ଇଇଟିରେ ପାଠ ପଢୁଥିବା ନେଇ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନୋଟିସ ଆସିଛି। ୨୦୧୬ ଏବଂ ୨୦୧୭ମଧ୍ୟରେ ସମାନ ଢଙ୍ଗରେ ୩ ଜଣଙ୍କୁ ସୁଯୋଗ ଦିଆଯାଇଥିବା ନେଇ ଅଭିଯୋଗ ହସ୍ତଗତ ହୋଇଛି। ଉଭୟ ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ସହ ସବିଶେଷ ତଥ୍ୟ ଉପସ୍ଥାପନ ଲାଗି ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ଥାନାରେ ପହଞ୍ଚି ନିଶା ବେପାରୀଙ୍କୁ ଦଣ୍ଡ ଦେଲେ କଂସ ମହାରାଜ: କାନ ଧରି ଉଠ ବସ ହେଲେ…

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri