Posted inଜାତୀୟ

ଛତିଶଗଡ଼ରେ ୨,୦୦୦ କୋଟିର ମଦ ଦୁର୍ନୀତି

ରାୟପୁର, ୮ା୫ : ଛତିଶଗଡ଼ରେ ବେଆଇନ ମଦ ସିଣ୍ଡିକେଟ୍‌ ପଛରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ର ଜଣେ ଅଧିକାରୀ କିଙ୍ଗ୍‌ପିନ୍‌ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୋଗ କରିଛି। ଆଇଏଏସ୍‌ ଅଫିସର ଅନିଲ ତୁତେଜା ମଦ ବ୍ୟବସାୟୀ ଅନଓ୍ବର ଧେବାରଙ୍କ ସହ ମିଶି ଏହି ବେଆଇନ କାରବାର ଚଳାଇଥିଲେ। ଦୁର୍ନୀତିରୁ ଉପାର୍ଜିତ ଅର୍ଥକୁ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରାଯାଉଥିଲା ବୋଲି ଇଡି କହିଛି। ଛତିଶଗଡ଼ରେ ୨୦୧୯ରୁ ୨୦୨୨ ମଧ୍ୟରେ ବିକ୍ରି ହୋଇଥିବା ମୋଟ ମଦରୁ ୩୦ରୁ ୪୦ ପ୍ରତିଶତ ହେଉଛି ହିସାବ ବହିର୍ଭୂତ ବେଆଇନ ମଦ ବୋଲି ଇଡି ତଦନ୍ତରୁ ଜାଣିବାକୁ ପାଇଛି। ରାଜ୍ୟରେ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀ, ଘରୋଇ ବ୍ୟକ୍ତିବିଶେଷ ଏବଂ ରାଜନୈତିକ ପଦାଧିକାରୀମାନଙ୍କୁ ନେଇ ବେଆଇନ ମଦ ବ୍ୟବସାୟର ସିଣ୍ଡିକେଟ୍‌ ଚାଲିଥିଲା। ଏହି ଦୁର୍ନୀତିରୁ ୨,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ କରାଯାଇ ନିର୍ବାଚନରେ ଖର୍ଚ୍ଚ କରାଯାଇଥିଲା। ଅନଓ୍ବର ହେଉଛନ୍ତି କଂଗ୍ରେସ ନେତା ତଥା ରାୟପୁର ମେୟର ଐଜାଜ୍‌ ଧେବରଙ୍କ ବଡ଼ଭାଇ। ୨୦୦୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ତୁତେଜା ଏବେ ଛତିଶଗଡ଼ ସରକାରରେ ଶିଳ୍ପ ଓ ବାଣିଜ୍ୟ ବିଭାଗ ଯୁଗ୍ମ ସଚିବ ଅଛନ୍ତି। ଶନିବାର ଅନଓ୍ବରଙ୍କୁ ଗିରଫ କରାଯିବା ପରେ ୪ ଦିନିଆ ଇଡି ରିମାଣ୍ଡରେ ପଠାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡରେ ୮ ନକ୍ସଲଙ୍କୁ ଏନକାଉଣ୍ଟର, ଜଣେ ଯବାନ ସହିଦ

ମାଲକାନଗିରି,୧୫।୬( ଦୁର୍ଯ୍ୟୋଧନ ପାତ୍ର ): ଛତିଶଗଡ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷା ବଳ ମଧ୍ୟରେ ବଡ଼ ଏନକାଉଣ୍ଟର ହୋଇଛି। ଏହି...

ଓ୍ବାୟନାଡରୁ ନିର୍ବାଚନ ଲଢିବେ କି ପ୍ରିୟଙ୍କା? ଇସାରାରେ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୧୫।୬: ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜର ଆସନ ବୃଦ୍ଧି କରିଛି। ଏଥର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେରଳର ଉଭୟ ୱାୟନାଡ ଲୋକ...

ୟୁଟ୍ୟୁବର ଏହି ଥମ୍ବନେଲରେ ହେବ ଖୁବ ରୋଜଗାର, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୫।୬: ୟୁଟ୍ୟୁବର୍ସ ଏହାର କ୍ରିଏଟରଙ୍କୁ ଧ୍ୟାନରେ ରଖି ୟୁଟ୍ୟୁବ ‘ଥମ୍ବନେଲ ଟେଷ୍ଟ ଆଣ୍ଡ କମ୍ପେୟାର’ ନାମକ ଏକ ନୂତନ ଉପକରଣ ବାହାର କରିଛି। ୟୁଟ୍ୟୁବ ବ୍ୟବହାରକାରୀଙ୍କ...

କାହିଁକି ବିହାର ଯିବାକୁ ତରବର ହେଉଛନ୍ତି ମୋଦି, ନିଆଯାଇପାରେ କି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଲାଭ ଲଶ୍କରଙ୍କ ସହ ଜୁନ ୧୯ରେ ରାଜଗିର ଆନ୍ତର୍ଜାତୀୟ ନାଲନ୍ଦା ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବେ। ସୂଚନାନୁସାରେ, ନାଲନ୍ଦା ବିଶ୍ୱବିଦ୍ୟାଳୟର...

ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିଯିବ ଏନଡିଏ ସରକାର, ଖାର୍ଗେଙ୍କ ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୧୫।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସର ମନୋବଳ ଅଧିକ ଶକ୍ତିଶାଳୀ ହୋଇଛି। ଯଦିଓ ଏନଡିଏ ମିଳିତ ମଞ୍ଚ ସରକାର ଗଠନ କରିଛି, I.N.D.I....

ପିତା ୟେଦୁରପ୍ପାଙ୍କ ଉପରେ ଲାଗିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ପୁଅ

ବେଙ୍ଗାଲୁରୁ,୧୫।୬: ପୋକସୋ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁୟୁରପ୍ପାଙ୍କୁ ଗିରଫ କରିବାରେ ସିଆଇଡି ରୋକିବାରୁ କର୍ନାଟକ ହାଇକୋର୍ଟ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କ ପୁଅ ବିଓ୍ବାଇ...

ହାଇ ସ୍ପିଡ ରେଲ ପରିଯୋଜନାକୁ ନେଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ/ଆପୁଲିଆ,୧୫।୬: ଇଟାଲୀର ଆପୁଲିଆରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ଭେଟିଥିଲେ। ଏହି ଦୁଇ ନେତା...

ଇଡିର ବଡ ଆକ୍ସନ, ପୂର୍ବତନ ଏମଏଲସିଙ୍କ ଘରୁ ୪,୪୪୦ କୋଟିର ସମ୍ପତ୍ତି ଜବତ

ଲକ୍ଷ୍ନୌ,୧୫।୬: ସାହାରନପୁରରେ ବେଆଇନ ଖଣି ଖନନ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ ପଦକ୍ଷେପ ନେଇଛି। ଇଡି ୧୨୧ ଏକର ଜମି ଏବଂ ପୂର୍ବତନ ବିଏସପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri