ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ୍‌: ଲକ୍ଷ୍ୟ ବହୁ ଦୂର

ଭୁବନେଶ୍ୱର,୮।୫(ବ୍ୟୁରୋ): କେରଳରେ ୨୦୧୦ରେ ପ୍ରଥମେ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ଯୋଜନା ଆରମ୍ଭ ହୋଇଥିଲା। ଏହାର ସଫଳତା ଦେଖିବା ପରେ ଦେଶବ୍ୟାପୀ ଏହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୮ ଜୁଲାଇ ୨୧ରେ ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଏହି ଯୋଜନାକୁ ଜାତୀୟସ୍ତରରେ ଶୁଭାରମ୍ଭ କରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ‘ପୋଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ’ ପକ୍ଷରୁ ଏଥିପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଓଡ଼ିଶାରେ ୨୦୧୯ ଜାନୁୟାରୀ ୨୪ରେ ରାଜ୍ୟ ପୋଲିସ ପକ୍ଷରୁ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଏହି ଯୋଜନାକୁ ରାଜ୍ୟସ୍ତରୀୟ ଶୁଭାରମ୍ଭ କରାଯାଇଥିଲା। ତତ୍‌କାଳୀନ ପୋଲିସ ଡିଜି ରାଜେଦ୍ର ପ୍ରସାଦ ଶର୍ମା ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ତତ୍‌କାଳୀନ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ ବିଭାଗ) ଅସିତ ତ୍ରିପାଠୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ଟି ପର୍ଯ୍ୟାୟରେ ୩ କୋଟି ୬୨ ଲକ୍ଷ ୯୦ ହଜାର ଟଙ୍କା ରାଜ୍ୟ ପୋଲିସ ବିଭାଗକୁ ଦିଆଯାଇଛି। ଏହି ଅର୍ଥରୁ ୧ କୋଟି ୮୪ ଲକ୍ଷ ୫୦ ହଜାର ଟଙ୍କା ଯୋଜନା ପାଇଁ ଖର୍ଚ୍ଚ କରାଯାଇଥିବା ତଥ୍ୟ ରଖାଯାଇଥିବାବେଳେ ବାକି ଟଙ୍କା ଖର୍ଚ୍ଚ ନେଇ କୌଣସି ତଥ୍ୟ ଦିଆଯାଇ ନାହିଁ। ଅନ୍ୟ ରାଜ୍ୟଗୁଡ଼ିକରେ ଏହା ଚାଲୁଥିବାବେଳେ ଓଡ଼ିଶାରେ କାହିଁକି ଆଗକୁ ବଢ଼ିପାରୁ ନାହିଁ ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ଏହି ଯୋଜନା ୨ବର୍ଷିଆ କାର୍ଯ୍ୟକ୍ରମ ହୋଇଥିବାବେଳେ ପ୍ରତି ସ୍କୁଲର କେବଳ ଅଷ୍ଟମ ଓ ନବମ ଶ୍ରେଣୀର ୪୪ଜଣ ପିଲା ଏଥିରେ ଭାଗ ନେଇିପାରିବେ। ଶିକ୍ଷକଙ୍କ ସହାୟତାରେ ପୋଲିସ ଟିମ୍‌ ପକ୍ଷରୁ ପିଲାମାନଙ୍କୁ ସପ୍ତାହରେ ଦୁଇଥର ଇନ୍‌ଡୋର ଓ ଆଉଟ୍‌ଡୋର ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଲାଗୁ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟରେ ୭୬୫ଟି ସ୍କୁଲ ଚିହ୍ନଟ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୪୦ଟି ସ୍କୁଲରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନାରେ ରାଜ୍ୟରେ ମୋଟ ୧ହଜାର ୬୫୨ ଜଣ ଛାତ୍ରୀଛାତ୍ର ପଞ୍ଜୀକୃତ ହୋଇଥିଲେ। କ୍ୟାପିଟାଲ ହାଇସ୍କୁଲର ଜଣେ କର୍ମଚାରୀଙ୍କ କହିବା ହେଲା, ଶୁଭାରମ୍ଭ ସମୟରେ ପିଲାମାନଙ୍କୁ ୟୁନିଫର୍ମ ଦିଆଯାଇଥିଲା। ଅତିଥିମାନେ ଛାତ୍ରୀଛାତ୍ରଙ୍କ ସହ ଫଟୋ ଉଠାଇବା ସହ ଗଣମାଧ୍ୟମ ଜରିଆରେ ଏହାକୁ ପ୍ରଚାର ପ୍ରସାର କରାଯାଇଥିଲା। ହେଲେ ଏହାପରଠାରୁ ଥରୁଟିଏ ବି ସ୍କୁଲକୁ ପୋଲିସ ଟିମ୍‌ ଆସି ପ୍ରଶିକ୍ଷଣ ଦେଇନାହାନ୍ତି। ଏପରିକି କଟକ କେନ୍ଦ୍ରୀୟ ବିଦ୍ୟାଳୟ, ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ, ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଆଦିରେ ମଧ୍ୟ ଏହି ଯୋଜନାର ସମାନ ସ୍ଥିତି ଥିବା ସୂଚନା ମିଳିଛି। ତେଣୁ ଏହି ଯୋଜନାକୁ ରାଜ୍ୟରେ ଶୁଭାରମ୍ଭ କରିବା କେବଳ ଲୋକ ଦେଖାଣିଆ ଥିଲା ବୋଲି ଚର୍ଚ୍ଚା ହେଉଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟସ୍ତରରେ ଏକ ମନିଟରିଂ କମିଟି ଥିବାବେଳେ ପ୍ରତ୍ୟେକ ଜିଲାରେ ଷ୍ଟିୟରିଂ କମିଟି ରହିଛି। ତେଣୁ ଏହି କମିଟି କ’ଣ କରୁଛି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। କ୍ୟାପିଟାଲ ହାଇସ୍କୁଲର ସୋନିରାଣୀ ଦାଶ ନାମ୍ନୀ ଜଣେ ଛାତ୍ରୀ କହିଛନ୍ତି, ଏହା ଆମ ପାଇଁ ଏକ ଭଲ ଯୋଜନା ହୋଇଥିବାବେଳେ ଏହାକୁ ଶୁଭାରମ୍ଭ ପରେ ଆଉ କାର୍ଯ୍ୟକାରୀ କରାଯାଉନାହିଁ। ଯୋଜନା କାର୍ଯ୍ୟକାରୀ ହେଲେ ଅନେକ ଛାତ୍ରୀଛାତ୍ର ଏଥିରେ ଅନ୍ତର୍ଭୁକ୍ତ ହୋଇ ନିଜକୁ ସୁନାଗରିକ ଭାବେ ଗଢ଼ିପାରନ୍ତେ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟର ନୋଡାଲ ଅଫିସର ଦାୟିତ୍ୱରେ ଥିବା ପୋଲିସ ମୁଖ୍ୟାଳୟର ଏଆଇଜି ସୁରେଶ ଚନ୍ଦ୍ର ଜେନା କହିଛନ୍ତି, ଯୋଜନାକୁ ଆଗକୁ ନେବା ପାଇଁ ଜିଲା ପୋଲିସ ଏବଂ ଶୁଭାରମ୍ଭ ହୋଇଥିବା ସ୍କୁଲଗୁଡ଼ିକୁ ନିୟମିତ ବ୍ୟବଧାନରେ ଚିଠି ଲେଖାଯାଉଛି। ହେଲେ ଏ ଦିଗରେ ଜିଲା ଏସ୍‌ପି ଓ ସ୍କୁଲ କର୍ତ୍ତୃପକ୍ଷ କୌଣସି ତତ୍ପରତା ଦେଖାଉ ନାହାନ୍ତି ବୋଲି ସେ କହିଛନ୍ତି।

‘ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ’ ଯୋଜନା କ’ଣ

ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ୍‌ (ଏସ୍‌ପିସି) ସ୍ବରାଷ୍ଟ୍ର ମନ୍ତ୍ରାଳୟ ଅଧୀନ ଏକ ଯୋଜନା। ଏଥିରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଅନ୍ତର୍ଭୁକ୍ତ କରାଯାଇଥାଏ। ଏହି ପାଠ୍ୟକ୍ରମରେ ନିୟମକୁ ସମ୍ମାନ ଦେବା, ଶୃଙ୍ଖଳିତ ହେବା ଏବଂ ସମାଜର ପଛୁଆବର୍ଗଙ୍କ ପାଇଁ ନାଗରିକ ଚେତନା ଏବଂ ସହାନୁଭୂତି ବିକାଶ ପାଇଁ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ। ଏଥିସହ ଏହି ଯୋଜନା ଛାତ୍ରୀଛାତ୍ରଙ୍କ ପରିବାର, ସମ୍ପ୍ରଦାୟ ଏବଂ ସମାଜ ପ୍ରତି ପ୍ରତିବଦ୍ଧତାକୁ ମଧ୍ୟ ଦୃଢ଼ କରିଥାଏ। ଯାହା ସେମାନଙ୍କୁ ମାଦକ ଦ୍ରବ୍ୟର ଅପବ୍ୟବହାର, ବିଭ୍ରାନ୍ତିକର ଆଚରଣ, ଅସହିଷ୍ଣୁତା ଏବଂ ସାମାଜିକ ବ୍ୟାଧି ଭଳି ନକାରାତ୍ମକ ପ୍ରବୃତ୍ତିକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ। ଏହି ବ୍ୟବସ୍ଥାର ପ୍ରଶିକ୍ଷଣ ଦ୍ୱାରା ଯୁବପିଢ଼ିଙ୍କ ସାମର୍ଥ୍ୟକୁ ବିକଶିତ କରିବା ଏବଂ ସେମାନଙ୍କୁ ସମାଜ ପାଇଁ ସୁନାଗରିକ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ରଖାଯାଇଛି। ଏହା ୨ବର୍ଷିଆ ପାଠ୍ୟକ୍ରମ ହୋଇଥିବାବେଳେ ପିଲାମାନଙ୍କୁ ପୋଲିସ ପୋଷାକ, କ୍ୟାପ୍‌ ଓ ଏସ୍‌ପିସି ବ୍ୟାଚ୍‌ ଆଦି ପିନ୍ଧାଯାଇଥାଏ। ଏଥିସହ ଫିଲ୍ଡ ଭିଜିଟ୍‌, ପ୍ରାକ୍ଟିକାଲ ଟ୍ରେନିଂ ଓ କ୍ୟାମ୍ପ କରାଯାଇ ମଧ୍ୟ ସେମାନଙ୍କୁ ସୁନାଗରିକ ହେବା ଉଦ୍ଦେଶ୍ୟରେ ଦକ୍ଷ କରାଯାଇଥାଏ। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତି ରାଜ୍ୟର ୫ ଜଣ ପୋଲିସ କର୍ମଚାରୀଙ୍କୁ ମାଷ୍ଟର ଟ୍ରେନର୍‌ ଭାବେ ପ୍ରଶିକ୍ଷଣ ଦିଆଯାଇଥାଏ।

ସତ୍ୟଜିତ୍‌ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri