ସନ୍ଦେହ ଘେରରେ ନାବାଳିକାଙ୍କ ମୃତ୍ୟୁ, ୫ ଦିନ ପରେ ଥାନାର ଦ୍ୱାରସ୍ଥ ହେଲେ ଦୁଇ ଗୋଷ୍ଠୀ

କୋରୁକୋଣ୍ଡା,୩ା୫(ଡି.ଏନ୍‌.ଏ.): ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ୫ ଦିନ ପରେ ଦୁଇ ଗୋଷ୍ଠୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଆଦର୍ଶ ଥାନା ପରିସରରେ।
ସୂଚନାନୁଯାୟୀ, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ୍‌ଭି-୪୯ ଗ୍ରାମର ହର କର୍ମକାରଙ୍କ ସାନ ଝିଅ ୫ ଦିନ ପୂର୍ବେ  ଆମ୍ବଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ଏମ୍‌ଭି-୪୯ ଗ୍ରାମର ଗ୍ରାମବାସୀ ଝିଅର ମୃତଦେହକୁ ଘରକୁ ଆଣିବା ସହ ରାତାରାତି ଶେଷକୃତ୍ୟ ସମ୍ପନ୍ନ କରିଦେଇଥିଲେ। ଗ୍ରାମବାସୀ ଝିଅର ମୃତଦେହ ସତ୍କାର କରିଥିବା ବେଳେ ଝିଅଙ୍କ ବାପାକୁ ଏସମ୍ପର୍କରେ ଜଣାଇ ନ ଥିବା ବାପା ହର କରମାର ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ କୌଣସି ଏକ ସୂତ୍ରରୁ ଖବର ପାଇ ଜିଲାର ମାନବ ଅଧିକାର କର୍ମୀମାନେ ଏମ୍‌ଭି ୪୯ ଗ୍ରାମରେ ପହଞ୍ଚି ପରିବାରବର୍ଗଙ୍କ ସହ କଥା ହୋଇଥିଲେ। ଗ୍ରାମବାସୀ ମିଶି ଝିଅଟିକୁ ହତ୍ୟା କରିଥିବା ନେଇ ମାନବାଧିକାର କର୍ମୀଙ୍କ ପାଖରେ ମୃତ ସ୍ବପ୍ନାଙ୍କ ମା’ କହିଥିଲେ। ଏହାପରେ ମାନବ ଅଧିକାର କର୍ମୀମାନେ ପୋଲିସକୁ ନ ଜଣାଇ କାହିଁକି ମୃତ ଝିଅଟିର ମୃତଦେହକୁ ଅନ୍ତିମ ସଂସ୍କାର କଲ ବୋଲି ଗ୍ରାମବାସୀଙ୍କୁ ପ୍ରଶ୍ନ କରିବା ସହ ମାନବ ଅଧିକାରକର୍ମୀମାନଙ୍କ ସହାୟତାରେ ମୃତ ସ୍ବପ୍ନାଙ୍କ ପରିବାର ବୁଧବାର ଏମ୍‌ଭି ୪୯ ଗ୍ରାମର ଗ୍ରାମବାସୀଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ତେବେ ଗ୍ରାମବାସୀ ମୃତ ସ୍ବପ୍ନାଙ୍କ ପରିବାର ଗରିବ ହୋଇଥିବା ବେଳେ ଆମେ ସମସ୍ତ ଗ୍ରାମବାସୀ ମିଳିତ ଭାବେ ଝିଅଟି ଅନ୍ତିମ କ୍ରିୟା ସମ୍ପାଦନା କରିଥିଲୁ କିନ୍ତୁ ମାନବ ଅଧିକାର କର୍ମୀମାନେ ଆମକୁ ଭୟଭୀତ କରାଇବା ସହ ୨ ଲକ୍ଷ ଟଙ୍କା ଚାନ୍ଦା ନ ଦେଲେ ସମସ୍ତ ଗ୍ରାମବାସୀଙ୍କୁ ମିଛ କେସ୍‌ରେ ଫସାଇ ଦିଆଯିବ ବୋଲି ଧମକ ଦେଇଥିବାରୁ ଆମେ ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ସତ୍ୟ ସାମ୍ନାକୁ ଆସୁ ବୋଲି ଚିନ୍ତା କରିବା ସହ ମାନବଅଧିକାର କର୍ମୀଙ୍କ ନାମରେ ଅଭିଯୋଗ କରିଛୁ। ଅଙ୍ଗନଓ୍ବାଡି କର୍ମୀଙ୍କ ରିପୋର୍ଟରେ ଝିଅକୁ ସାପ କାମୁଡିଥିବା ବେଳେ ମୃତ ଝିଅର ବେକରେ ଦଉଡ଼ି ଚିହ୍ନ ଆସିଲା କେମିତି..? ଯାହା ଏବେ ସମ୍ପୂର୍ଣ୍ଣ ଘଟଣାକୁ ସନ୍ଦେହଘେରକୁ ଟାଣିନେଇଛି। ଏପଟେ ମାଲକାନଗିରି ଆଦର୍ଶ ଥାନାରେ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରାଯାଇ ଉଭୟଙ୍କ ନାମରେ କେସ୍‌ ରୁଜୁ କରାଯାଇଛି। ଏହା ସହ ଘଟଣାର ତଦନ୍ତ କରାଯାଉଛି। ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri