Posted inଜାତୀୟ

ଦିଲ୍ଲୀରେ ରାଜନୈତିକ ବିସ୍ଫୋରଣକୁ ଅପେକ୍ଷା

ମୁମ୍ବାଇ/ନୂଆଦିଲ୍ଲୀ,୩ା୫: ଏପ୍ରିଲ ୧୯ରେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ କହିଥିଲେ, ୧୫ ଦିନ ମଧ୍ୟରେ ଦୁଇଟି ବଡ଼ ବିସ୍ଫୋରଣ ଘଟିବାକୁ ଯାଉଛି, ଗୋଟିଏ ଦିଲ୍ଲୀରେ ଓ ଅନ୍ୟଟି ମହାରାଷ୍ଟ୍ରରେ। ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର ଭାଜପା ଆଡ଼କୁ ଢଳୁଥିବାବେଳେ ଏନ୍‌ସିପିର ବାରାମତୀ ଏମ୍‌ପି ସୁପ୍ରିୟା ଏହା ପ୍ରକାଶ କରିଥିଲେ। ପାଓ୍ବାର ଦଳୀୟ ମଙ୍ଗ ଛାଡ଼ିବା ଘୋଷଣା ଯଦି ଗୋଟିଏ ବିସ୍ଫୋରଣ ହୋଇଥାଏ ତେବେ ଅନ୍ୟଟି କ’ଣ? ଦିନେ ଦୁଇଦିନ ମଧ୍ୟରେ ଦିଲ୍ଲୀ ରାଜନୀତିରେ ମଧ୍ୟ କିଛି ବଡ଼ ପରିବର୍ତ୍ତନ ହୋଇପାରେ କି? ବର୍ତ୍ତମାନ ଏଭଳି କିଛି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛନ୍ତି ରାଜନୈତିକ ବିଶ୍ଳେଷକ।

 

ମହାରାଷ୍ଟ୍ର ପ୍ରତିଷ୍ଠା ଦିବସରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ଦଳର ମଙ୍ଗ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ଏହା ପରେ ତାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ କସରତ ଆରମ୍ଭ ହୋଇଛି। ବରିଷ୍ଠ ଏନ୍‌ସିପି ନେତା ତଥା ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର ଏବଂ ଝିଅ ସୁପ୍ରିୟା ସୁଲେଙ୍କ ମଧ୍ୟରୁ ଜଣେ ଦଳର ନୂଆ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ପାଓ୍ବାର ନିଜ ନିଷ୍ପତ୍ତି ପ୍ରତ୍ୟାହାର ନ କରିବା ଯାଏ ସଭାସ୍ଥଳ ଛାଡ଼ିବେ ନାହିଁ ବୋଲି ଦଳର ବହୁ ନେତା ଓ କର୍ମୀ କହିଥିଲେ। ଏହାସତ୍ତ୍ୱେ ଅପରାହ୍ନ ୨ଟା ୩୦ରେ ପାଓ୍ବାର ନିଜ ‘ସିଲ୍‌ଭର ଓକ୍‌’ ବାସଭବନକୁ ଫେରିଯାଇଥିଲେ। ପାଓ୍ବାର ଏଭଳି ସମୟରେ ଏନ୍‌ସିପି ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଘୋଷଣା କରିଛନ୍ତି ଯେତେବେଳେ ଅଜିତ ଭାଜପା ଆଡ଼କୁ ଢଳୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅଜିତ କହିଛନ୍ତି, ପାଓ୍ବାର ସାହେବ ଏନ୍‌ସିପି ନେତୃତ୍ୱରେ ପରିବର୍ତ୍ତନ ନେଇ କିଛିଦିନ ପୂର୍ବେ କହିଥିଲେ। ତେଣୁ ନିଜ ବୟସ ଓ ସ୍ବାସ୍ଥ୍ୟ ଦୃଷ୍ଟିରୁ ସେ ଏହି ନିଷ୍ପତ୍ତି ନେଇଥିବା ଆମେ ମନେକରିବା ଉଚିତ। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ବିରୋଧରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାରେ ପାଓ୍ବାର ଉଦ୍ୟମ ଚଳାଇଥିବାବେଳେ ସେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ୪ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ପାଓ୍ବାର କେନ୍ଦ୍ରରେ ପ୍ରତିରକ୍ଷା ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିଲେ। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଏନ୍‌ସିପି ଏବଂ କଂଗ୍ରେସକୁ ଦୁଇଦଳର ଆଦର୍ଶଗତ ଶତ୍ରୁ ଶିବସେନା ସହ ମିଶାଇ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ସରକାର ଗଠନ କରାଇବାରେ ସଫଳ ହୋଇଥିଲେ। ମହାରାଷ୍ଟ୍ର ଷ୍ଟ୍ରଙ୍ଗ୍‌ମ୍ୟାନ୍‌ଙ୍କ ଉଦ୍ଦେଶ୍ୟ ଥିଲା ଭାଜପାକୁ କ୍ଷମତାରୁ ଦୂରେଇ ରଖିବା। ଏନେଇ ତାଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ତଥା ବର୍ତ୍ତମାନର କଂଗ୍ରେସ ନେତା ତାରିକ୍‌ ଅନ୍‌ଓ୍ବର କହିଛନ୍ତି, ପାଓ୍ବାର ଭବିଷ୍ୟତ ପାଇଁ ନିଶ୍ଚିତ ଭାବେ କିଛି ଯୋଜନା କରିଥିବେ। କାରଣ ବିନା କୌଣସି ପୂର୍ବ ଯୋଜନାରେ ସେ କିଛି ନିଷ୍ପତ୍ତି ନେଇ ନ ଥାଆନ୍ତି ବୋଲି ଏନ୍‌ସିପିର ସହ ପ୍ରତିଷ୍ଠାତା ଅନ୍‌ଓ୍ବର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri