Posted inଜାତୀୟ

୩୯% ଭାରତୀୟ ପରିବାର ଅନ୍‌ଲାଇନ ଠକେଇର ଶିକାର

ନୂଆଦିଲ୍ଲୀ,୩ା୫: ଗତ ୩ ବର୍ଷ ମଧ୍ୟରେ ଭାରତର ପ୍ରାୟ ୩୯% ପରିବାର ଅନ୍‌ଲାଇନ୍‌ରେ ଆର୍ଥିକ ଠକେଇର ଶିକାର ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲୋକାଲ୍‌ ସର୍କଲ ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣରେ ସାମିଲ ପରିବାରଗୁଡ଼ିକ ମଧ୍ୟରୁ ମାତ୍ର ୨୪% ସେମାନଙ୍କ ଅର୍ଥ ଫେରିପାରିଥିବା କହିଛନ୍ତି।
ମଙ୍ଗଳବାର ପ୍ରକାଶିତ ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ଜରିଆରେ ସର୍ବାଧିକ ୨୩% ଠକେଇର ଶିକାର ହୋଇଛନ୍ତି। କିଣାବିକା ବେଳେ ଓ କ୍ଲାସିଫାଏଡ୍‌ ସାଇଟ୍‌ ଜରିଆରେ ୧୩% ୟୁଜର୍ସ ନିଜ ଟଙ୍କା ହରାଇଛନ୍ତି। ୧୩ ପ୍ରତିଶତଙ୍କ ଠାରୁ ବିଭିନ୍ନ ଓ୍ବେବ୍‌ସାଇଟ୍‌ରେ ଟଙ୍କା ନିଆଯାଇଥିଲେ ହେଁ ଅର୍ଡର ସାମଗ୍ରୀ ସେମାନଙ୍କୁ ଡେଲିଭର କରାଯାଇ ନାହିଁ। ୧୦% ଲେଖାଏ ଏଟିଏମ୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ତଥ୍ୟା ୧୬% ଅନ୍ୟ ପ୍ରକାର ଠକେଇର ଶିକାର ହୋଇଛନ୍ତି। ତଥ୍ୟରୁ ଜଣାପଡ଼ିଛି ଯେ, ସର୍ଭେରେ ସାମିଲ ହୋଇଥିବା ୟୁଜର୍ସଙ୍କ ମଧ୍ୟରୁ ୩୦% ପରିବାରର ଜଣେ ଲେଖାଏ ସଦସ୍ୟ ଠକେଇରେ ପଡ଼ିଛନ୍ତି। ୯ ପ୍ରତିଶତଙ୍କ ପରିବାରର ଏକାଧିକ ସଦସ୍ୟ ଗତ ୩ ବର୍ଷ ମଧ୍ୟରେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି। ଅବଶିଷ୍ଟ ୫୭% ଏଭଳି ଜାଲରେ ଫସିବାରୁ ବର୍ତ୍ତିଯାଇଥିବା କହିଛନ୍ତି। ୪% କୌଣସି ଉତ୍ତର ଦେଇନାହାନ୍ତି। ଦେଶର ୩୩୧ ଜିଲାର ପ୍ରାୟ ୩୨,୦୦୦ ଉତ୍ତରଦାତାଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୬% ପୁରୁଷ ଓ ୩୪% ମହିଳା। ୧୮% ନିଜ ଟଙ୍କା ଫେରିପାଇବା ପାଇଁ ସମ୍ପୃକ୍ତ ପ୍ଲାଟ୍‌ଫର୍ମରେ ଅଭିଯୋଗ ଦାଖଲ କରିଥିବାବେଳେ ୬% ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୪୧% ୟୁଜର୍ସ ସେମାନଙ୍କ ଅଭିଯୋଗର ଶୁଣାଣି ହୋଇ ନ ଥିବା କହିଥିବାବେଳେ ୧୭% କେଉଁଠି କମ୍ପ୍ଲେନ୍‌ ଫାଇଲ୍‌ କରିବେ ତାହା ଜାଣିନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri