ସମୁଦ୍ର ଚଟାଣରେ ‘ମୃତ୍ୟୁ ଗହ୍ବର’

ପ୍ରକୃତି ରହସ୍ୟମୟୀ-କେତେବେଳେ କାନ୍ତ ତ କେତେବେଳେ ଭୀମ। ତା’ର ଶାନ୍ତ କାନ୍ତ ରୂପ ଆମେ ଉପଲବ୍ଧି କରୁ ପ୍ରତି ମୁହୂର୍ତ୍ତରେ ଏବଂ ତାହା ଧାରଣ କରି ସେ ଆମକୁ ଲାଳନପାଳନ କରିଥାଏ ସନ୍ତାନସନ୍ତତି ରୂପେ। ତେବେ ତା’ର ଭୀମ ରୂପ ପ୍ରକଟିତ ହୁଏ କେବେ କେବେ ମହାମାରୀ, ବନ୍ୟା, ବାତ୍ୟା, ଭୂକମ୍ପ, ସୁନାମି ଆଦି ମାଧ୍ୟମରେ। ଯୁକ୍ତରାଷ୍ଟ୍ର ଆମେରିକାର ଓରେଗନ୍‌ ପ୍ରବେଶ ନିକଟବର୍ତ୍ତୀ ସମୁଦ୍ର ଉପକୂଳରେ, ସ୍ଥଳଭାଗଠାରୁ ପ୍ରାୟ ୯୦ କି.ମି. ଦୂରରେ ସମୁଦ୍ର ତରଳ ଚଟାଣରେ ଥିବା ‘କାମ୍ଳାଡିଆ ଅବନମିତ ମଣ୍ଡଳ’ର ତ୍ରୁଟିରେଖା ଉପରେ ସୃଷ୍ଟି ହୋଇଥିବା ଏକ ଗହ୍ବର ଏହାର ଅନ୍ୟ ଏକ ପରିପ୍ରକାଶ। ସେ ଅଞ୍ଚଳରେ ଭୂଭାଗକୁ ଧାରଣ କରୁଥିବା ‘ଟେକ୍ଟୋନିକ୍‌ ପ୍ଲେଟ’ର ଚଳନ ଯୋଗୁ ଏହା ଘଟିଛି ବୋଲି କୁହାଯାଉଥିଲେ ହେଁ ଏହାର କାରଣ ନିର୍ଦ୍ଦିଷ୍ଟ ରୂପେ ଜଣାପଡିନାହିଁ। ତେବେ ଏଥିଯୋଗୁ ଭୂମଧ୍ୟସାଗର ଉତ୍ତର ପଶ୍ଚିମସ୍ଥ ଏକ ବ୍ୟାପକ ଅଞ୍ଚଳରେ ଭୟଙ୍କର ଭୂକମ୍ପ ହେବାର ଆଶଙ୍କା ରହିଛି ବୋଲି ଚଳିତ ବର୍ଷ ଏପ୍ରିଲ ଶେଷ ସପ୍ତାହରେ ସୂଚନା ଦେଇଛନ୍ତି ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନୀମାନେ। ଏଥି ଅନୁଯାୟୀ ଉପରୋକ୍ତ ତ୍ରୁଟିରେଖାଟି ଦକ୍ଷିଣ କାଲିଫର୍ନିଆଠାରୁ କାନାଡ଼ା ପର୍ଯ୍ୟନ୍ତ ପ୍ରାୟ ୬୦୦ ମାଇଲ ପରିବ୍ୟାପ୍ତ। ଏଣୁ ଏହାର ସ୍ଥାନେ ସ୍ଥାନେ ଏପ୍ରକାର ଆଉ କିଛି ଗହ୍ବର ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଅତଏବ ଏ ସମଗ୍ର ଅଞ୍ଚଳ ଦ୍ୱାରା ପ୍ରଭାବିତ ହୋଇପାରେ ବୋଲି ସେମାନେ ମତ ଦେଲେଣି।
ସମୁଦ୍ର ବା ମହାସମୁଦ୍ର ଚଟାଣରେ ଏ ପ୍ରକାର ଗହ୍ବରକୁ ‘ପାଇଥିଆସ ଓଏସିସ୍‌’ ବୋଲି କୁହାଯାଏ। ପ୍ରଥମଥର ପାଇଁ ୨୦୧୫ ମସିହାରେ ଏହା ଆବିଷ୍କୃତ ହୋଇଥିବାର ସୂଚନାଟିଏ ନିକଟରେ ପ୍ରକାଶିତ ହୋଇଛି ଗବେଷଣା ପତ୍ରିକା ‘ସାଇନ୍‌ସ ଆଡ୍‌ଭାନ୍‌ସ’ରେ। ଏଥି ଅନୁଯାୟୀ ସାଧାରଣ ଜଳ ଭଳି ପ୍ରତୀୟମାନ ହେଉଥିବା ଏକ ତରଳ ପଦାର୍ଥ ‘ଟେକ୍ଟୋନିକ ପ୍ଲେଟ’କୁ ତୈଳାକ୍ତ କରି ରଖିଥାଏ। ଏହି ଗହ୍ବର ଦେଇ ତାହା ନିଷ୍କାସିତ ହୋଇଗଲେ ସେଗୁଡ଼ିକର ବଡ଼ ଧରଣର ଚଳନ ଏବଂ ଘର୍ଷଣ ଘଟିଥାଏ, ଯାହା ଭୂକମ୍ପର କାରଣ ହୁଏ।
ଏହି ଅପ୍ରତ୍ୟାଶିତ ଆବିଷ୍କାର ହୋଇଥିଲା ଯେତେବେଳେ ମହାସମୁଦ୍ର ଚଟାଣର ପ୍ରାୟ ଚାରି ଭାଗରୁ ତିନି ଭାଗ ମାଇଲ ତଳୁ ଉକ୍ତ ତୈଳାକ୍ତକାରୀ ପଦାର୍ଥର ଫୋଟକାମାନ ବୈଜ୍ଞାନିକମାନଙ୍କର ଦୃଷ୍ଟିଗୋଚର ହେଲା। ଏଣୁ ସେମାନେ ସମୁଦ୍ର ଚଟାଣ ଅନୁଧ୍ୟାନକାରୀ ରୋବଟ୍‌ ବ୍ୟବହାର କରି ଏହାର ଅନୁସନ୍ଧାନ କଲେ। ଅତଏବ ଜଣାପଡିଲା ଯେ, ସେଗୁଡିକ ସମୁଦ୍ର ତଳେ ଜମା ହୋଇଥିବା ଖାଦରୁ ନିର୍ଗତ ଉଷ୍ମ ତଥା ସ୍ବତନ୍ତ୍ର ରାସାୟନିକ ଗୁଣଧାରୀ ତରଳ ପଦାର୍ଥର ଏହା ଏକ କ୍ଷୁଦ୍ରତର ଉପାଦାନ।
ତତ୍ପରେ ସେମାନେ ଏହି ଦିଗରେ ଅନୁସନ୍ଧାନ ଚଳାଇଲେ ଏବଂ ଦେଖିଲେ ଯେ ତାହା କେବଳ ମିଥେନ୍‌ ଫୋଟକା ନୁହେଁ। ବରଂ ସେଥିରେ ମିଶି ରହିଛି ଅନ୍ୟାନ୍ୟ ଉପାଦାନ।
ଗହ୍ବରରୁ ନିର୍ଗତ ଏହି ତରଳ ପଦାର୍ଥ ଏହାର ଚତୁଃପାର୍ଶ୍ୱର ଜଳଠାରୁ ଅଧିକ ଉଷ୍ମ। ତାହା ପ୍ରାୟ ୧୨ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ଅଧିକ। ଏହାର ଅର୍ଥ ହେଲା, ଏହା ୧୫୦ରୁ ୨୫୦ ଡିଗ୍ରୀ ସେଲସିୟସ ତାପମାତ୍ରା ହୋଇଥିବା ‘କାସ୍‌କାଡିଆ’ରୁ ପ୍ରଚଣ୍ଡ ଧକ୍କା ହେତୁ ନିର୍ଗତ ହୋଇ ଆସୁଛି। ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ସମୁଦ୍ର ବିଜ୍ଞାନୀ ବିଶାରଦ ଇଭାନ୍‌ ସୋଲୋମନ୍‌ଙ୍କ ମତରେ ଏହା ଭୂମିକମ୍ପର ସମ୍ଭାବନା ସୃଷ୍ଟି କରିବାର କାରଣ ହେଲା ଯେ’ ତାହା ଫଳରେ ନିର୍ଗତ ହେଉଥିବା ସ୍ଥାନର ଶୂନ୍ୟସ୍ଥାନ ସୃଷ୍ଟି ହେବା ସଙ୍ଗେସଙ୍ଗେ ଟେକ୍ଟୋଟିକ୍‌ ପ୍ଲେଟ୍‌ମାନଙ୍କ ମଧ୍ୟରେ ଘର୍ଷଣ ବୃଦ୍ଧି ପାଉଛି। ଏ ପ୍ରକ୍ରିୟା ଏପରି ଚାଲିଲେ ଏବଂ ଅଧିକରୁ ଅଧିକ ସଂଖ୍ୟକ ଗହ୍ବର ସୃଷ୍ଟି ହେଲେ ଏହାର ସମ୍ଭାବନା ବଢ଼ି ବଢ଼ି ଚାଲିବ। ସେଥିପାଇଁ ସେ ଏ ଗହ୍ବରକୁ ‘ମୃତ୍ୟୁର ଗହ୍ବର’ ନାମରେ ନାମିତ କରିଛନ୍ତି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ : ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri