ବଢ଼ୁଛି ୨ ନଦୀବନ୍ଧ ବିସ୍ଥାପିତଙ୍କ ଦୁଃଖ

ନୟାଗଡ଼ ଅଫିସ,୨୮।୪: ନୟାଗଡ଼ ଜିଲାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଥାନୀୟ ଆଦିବାସୀଙ୍କୁ ଲୋଭ ଦେଖାଇ ଭୋଗ ଦଖଲ ଜମିରେ କାଜୁ କର୍ପୋରେଶନ କାଜୁ ଗଛ ଲଗାଇଲେ। କାଜୁ ଗଛକୁ ଆଦିବାସୀଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କରାଗଲା । ହେଲେ ଫଳ ଧରିବା ପରେ ସେଗୁଡିକୁ ନିଲାମ କରିବା କାରଣରୁ ନିଲାମଧାରୀ ଓ ଆଦିବାସୀଙ୍କ ମଧ୍ୟରେ ବିବାଦ ତେଜିଛି। ଏହି ବିବାଦକୁ ନେଇ ବୁଢ଼ାବୁଢ଼ିଆଣୀ ଡ୍ୟାମ୍‌ ଓ ବାଘୁଆ ନଦୀବନ୍ଧର ବିସ୍ଥାପିତ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିଛି । ଏଣୁ ୩୮ ଖଣ୍ଡ ଗାଁର ଆଦିବାସୀ ମିଳିତ ହୋଇ କାଜୁ ପଦରରେ ସେମାନଙ୍କ ପାରମ୍ପରିକ ଅଧିକାର ଫେରି ପାଇବା ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ଏନେଇ ଶାଳିଆଝରି ଗାଁର ଭଗବାନ ପ୍ରଧାନ କୁହନ୍ତି, ଶାଳିଆଝରି ଓ ପୋକରାଆମ୍ବା ଗାଁର ଆଦିବାସୀ ବୁଢ଼ାବୁଢ଼ିଆଣୀ ଡ୍ୟାମ୍‌ ପରିସରରେ ରହୁଥିଲେ । ଡ୍ୟାମ୍‌ ନିର୍ମାଣ ହେବା ସମୟରେ ଆମ୍ଭମାନଙ୍କୁ ବିସ୍ଥାପିତ କରାଗଲା । ଆମେ ଆମ ଘର ପାଖରେ ଥିବା ସରକାରୀ ଜମିରେ ବିରି, ମୁଗ ପରି ଅନେକ ଫସଲ କରି ଗୁଜୁରାଣ ମେଣ୍ଟାଉଥିଲୁ । ୧୯୯୦-୯୧ରେ ଆମ ଗାଁକୁ କାଜୁ କର୍ପୋରେଶନ କର୍ମଚାରୀ ଆସି ଗ୍ରାମବାସୀଙ୍କୁ ବୁଝାଶୁଝା କରି ଗାଁ ପଦାରେ କାଜୁ ଗଛ ଲଗାଇବାକୁ କହିଲେ। କାଜୁ ଗଛରେ ଫଳ ଆସିଲେ ତାକୁ ବିକି ଚଳିବାକୁ କହିବା ପରେ ଗାଁ ଲୋକେ ରାଜି ହେଲେ । ଗାଁର ଆଦିବାସୀମାନେ କାଜୁ କର୍ପୋରେଶନ ସହଯୋଗରେ କାଜୁ ଗଛ ଲଗାଇ ଛୋଟରୁ ବଡ କଲେ। ଗଛରେ ଫଳ ଆସିଲା । ଆଦିବାସୀଙ୍କ ଜୀବନଜୀବିକାରେ ପରିର୍ତ୍ତନ ଆସିଲା । ତେବେ ଚଳିତ ବର୍ଷ ଆମ ହେପାଜତରେ ଥିବା କାଜୁ ଜଙ୍ଗଲକୁ କାଜୁ କର୍ପୋରେଶନ ଆମକୁ ନ ଜଣାଇ ନିଲାମ କରିଛନ୍ତି । ଗଞ୍ଜାମର ଜଣେ ବ୍ୟକ୍ତି ଏହି ନିଲାମ ନେଇଛନ୍ତି । ଓଡ଼ଗାଁର କେତେଜଣ ବ୍ୟକ୍ତି ଆସି କାଜୁ ଜଙ୍ଗଲକୁ ନେଇ ଗଣ୍ଡଗୋଳ ମାରପିଟ୍‌ କରୁଛନ୍ତି । ଏଣୁ ଆମେ କାଜୁ ପଦରରେ ପାରମ୍ପରିକ ଅଧିକାର ପାଇଁ ଲଢ଼େଇ ଆରମ୍ଭ କରିଛୁ। ମରିବୁ ପଛେ କାଜୁ ଜଙ୍ଗଲକୁ ଅନ୍ୟ କାହାରିକୁ ଦେବୁ ନାହିଁ । ହଳଦାପଲ୍ଲର ଜଗବନ୍ଧୁ ଜାନୀ କୁହନ୍ତି, ବାଘୁଆଡ୍ୟାମ୍‌ ହେବା ସମୟରେ ହଳଦାପଲ୍ଲୀ, ବରପଲ୍ଲୀ ଓ ଜୟମଙ୍ଗଳପ୍ରସାଦ ଗାଁର ଆଦିବାସୀଙ୍କୁ ବିସ୍ଥାପନ କରାଯାଇଥିଲା । ବିସ୍ଥାପିତ ଲୋକମାନେ ଯେଉଁ ଅଞ୍ଚଳରେ ରହିଲେ ତାର ଆଖପାଖ ଅଞ୍ଚଳରେ ସରକାରୀ ଜମିରେ ଫସଲ କରି ଜୀବିକା ନିର୍ବାହ କରୁଥିଲେ । କାଜୁ କର୍ପୋରେଶନ ପକ୍ଷରୁ ପ୍ରାୟ ୩୦ ଏକର ଜମିରେ କାଜୁ ଗଛ ଲଗାଇଯାଇ ସ୍ଥାନୀୟ ଆଦିବାସୀଙ୍କୁ ସୁରକ୍ଷା ଭାର ଦିଆଯାଇଥିଲା । ହଳଦାପଲ୍ଲୀ, ବରପଲ୍ଲୀ ଓ ଜୟମଙ୍ଗଳପ୍ରସାଦ ଗାଁର ଆଦିବାସୀ ଉପକୃତ ହେଲେ । ତେବେ ଆମେ ଭୋଗ କରୁଥିବା କାଜୁ ଜଙ୍ଗଲକୁ ନିଲାମ କରିଦେବା ପରେ ଆମର ଜୀବନଜୀବିକା ଉପରେ ପ୍ରଭାବ ପଡିଛି । ଆମେ ଏକତ୍ରିିତ ହୋଇ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଛୁ । ଶାଳିଆଝରି ଲୋକଙ୍କ ସହ ମିଶି ଆମେ ଆନ୍ଦୋଳନକୁ ଓହ୍ଲାଇଛୁ। ଖତିଆର ଶଶୀଭୂଷଣ ମାନସିଂ କୁହନ୍ତି, ରଣପୁର ବ୍ଳକର ସୁରୁକାବାଡି ପଞ୍ଚାୟତର କୋଦଳାପଲ୍ଲୀ ଓ ସିନ୍ଦୁରିଆରେ କାଜୁ ଜଙ୍ଗଲ ନିଲାମ ପରେ ବିବାଦ ବଢ଼ିଥିଲା। ଆଦିବାସୀମାନେ ଜଙ୍ଗଲ ଅଧିକାରୀ ନିୟମ ଅନୁସାରେ ଆନ୍ଦୋଳନ କରି ନିଲାମ ପ୍ରତ୍ୟାହାର କରି ନିଜେ ଭୋଗ ଦଖଲ କରୁଛନ୍ତି । ସେହିପରି ଖତିଆ ପଞ୍ଚାୟତର ଜଗନ୍ନାଥପ୍ରସାଦ (ଗୋଡିସାହି)ରେ କାଜୁ କର୍ପୋରେଶନ ନିଲାମ ଦେଇ ଅନୁରୂପ ବିବାଦ କରିଥିଲେ । ସ୍ଥାନୀୟ ଲୋକ ଆନ୍ଦୋଳନ କରି କାଜୁ ଜଙ୍ଗଲ ଉପଭୋଗ କରୁଛନ୍ତି । ଏଣୁ ଶାଲିଆଝରି ଆଦିବାସୀଙ୍କ ସହ ଆମେ ମିଶି ଆନ୍ଦୋଳନରେ ସାମିଲ ହୋଇଛୁ । ଆମ ଅଧିକାର ଆମେ ପାଇ କାଜୁ ଜଙ୍ଗଲ ଆମେ ଅଧିକାର କରିବୁ ବୋଲି କହିଛନ୍ତି । ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର ଓ କୃଷକ ନେତା ପବିତ୍ର ଇନ୍ଦ୍ରଜିତ୍‌ କୁହନ୍ତି, ଶାଳିଆଝରିରେ ୨୩ ଏକର ୪୦ ଡେସିମିଲ କାଜୁ ଜଙ୍ଗଲ ଅଛି । ଏହାକୁ ଶାଳିଆଝରି ଆଦିବାସୀ ଭୋଗ ଦଖଲ କରି ଆସୁଥିଲେ । ଏହାକୁ ନିଲାମ ଦେବା ପରେ ଅଶାନ୍ତି ବଢ଼ିଛି । ୩୮ଟି ପଲ୍ଲୀର ଲୋକ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପରେ ବାଘୁଆପଲ୍ଲୀ କାଜୁ ଜଙ୍ଗଲ ନିଲାମ ଉପରେ ପ୍ରତିବାଦ କରାଯିବ । ଜିଲାପାଳ ରବୀନ୍ଦ୍ର ନାଥ ସାହୁ କୁହନ୍ତି, ଶାଳିଆଝରିରେ କାଜୁ ଜଙ୍ଗଲ ପ୍ରଥମ ବର୍ଷ ନିଲାମ ପରେ ବିବାଦ ଦେଖା ଦେଇଛି । ଏନେଇ କାଜୁ କର୍ପୋରଶନର ଦଶପଲ୍ଲା ସବ୍‌ଡିଭିଜିନାଲ ମ୍ୟାନେଜରଙ୍କ ସହ ଶୁକ୍ରବାର ଆଲୋଚନା କରାଯାଇ ବିବାଦକୁ ସମାଧାନ କରାଯିବାକୁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri