Posted inଖେଳ

ଓଡ଼ିଶା ଏଫ୍‌ସି ଅପରାଜେୟ

ଭୁବନେଶ୍ୱର,୨୭ା୪ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଏହାର ପ୍ରଥମ ଟାଇଟଲ୍‌ ଭାବରେ ମଙ୍ଗଳବାର ସୁପର୍‌ କପ୍‌ ଫୁଟବଲ୍‌ ଚାମ୍ପିୟନ ହୋଇଥିଲା। ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ପୂର୍ବତନ ଚାମ୍ପିୟନ ଦଳ ବେଙ୍ଗାଲୁରୁ ଏଫ୍‌ସିକୁ ୨-୧ରେ ପରାସ୍ତ କରି ଓଏଫ୍‌ସି ସଫଳ ଦଳ ଭାବରେ ଉଭା ହୋଇଥିଲା। ଆଇଏସ୍‌ଏଲ୍‌ର ସମସ୍ତ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ଓଏଫ୍‌ସି ନିଜ ପ୍ରଦର୍ଶନ ଜରିଆରେ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲା। ସମୁଦାୟ ୫ଟି ମ୍ୟାଚ ଖେଳି ଅପରାଜେୟ ରହିଥିବା ଓଏଫ୍‌ସି ୪ ବିଜୟ ଓ ଗୋଟିଏ ମ୍ୟାଚ୍‌ ଡ୍ର ରଖିଥିଲା। ଏହା ମଧ୍ୟରେ ଦଳ ୧୧ ଗୋଲ ସ୍କୋର କରିଥିବା ବେଳେ ବିଜୟର ୪ ପ୍ରମୁଖ କାରଣ ଉପରେ ଆସନ୍ତୁ ନଜର ପକାଇବା।

ହାଇଦ୍ରାବାଦ ଏଫ୍‌ସି ବିପକ୍ଷରେ ବିଜୟ

ଉଭୟ ଓଏଫ୍‌ସି ଓ ହାଇଦ୍ରାବାଦ ଗ୍ରୁପ୍‌ ବିରେ ସ୍ଥାନ ପାଇଥିଲେ। ଗ୍ରୁପ୍‌ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ ମୁହଁାମୁହିଁ ହୋଇଥିବା ବେଳେ ଉଭୟ ଦଳର ପଏଣ୍ଟ ସଂଖ୍ୟା ସମାନ ରହିଥିଲା। ଏହି ମ୍ୟାଚରେ ଆରମ୍ଭରୁ ହାଇଦ୍ରାବାଦ ଅଗ୍ରଣୀ ହାସଲ କରିଥିଲା। ତେବେ ପଛରୁ ଆସି ମ୍ୟାଚକୁ ଜିତିବା ସହିତ ବିପକ୍ଷ ଦଳଙ୍କ ପାଇଁ ଏକ ଦୃଢ ମେସେଜ ପ୍ରଦାନ କରିଥିଲା। ଡିଏଗୋ ମରିସିଓ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିବା ବେଳେ ଭିକ୍ଟର ରୋଡ୍ରିଗୁଏଜ ଦଳକୁ ବିଜୟୀ କରିଥିଲେ।
ମରିସିଓଙ୍କ ପ୍ରଭାବୀ ପ୍ରଦର୍ଶନ
ଚଳିତ ସିଜନରେ ଓଏଫ୍‌ସିର ଟାଇଟଲ ବିଜୟରେ ବ୍ରାଜିଲିଆନ୍‌ ଖେଳାଳି ଡିଏଗୋ ମରିସିଓଙ୍କ ଭୂମିକା ସବୁଠାରୁ ବେଶୀ ରହିଥିଲା। ଟୁର୍ନାମେଣ୍ଟର ଦ୍ୱିତୀୟ ହାଇଏଷ୍ଟ ସ୍କୋରର ତଥା ଓଏଫ୍‌ସି ପକ୍ଷରୁ ସର୍ବାଧିକ ଗୋଲ ସ୍କୋର କରିଥିଲେ ମରିସିଓ। ଆଇଏସ୍‌ଏଳ୍‌ର ଗୋଲ୍ଡେନ ବୁଟ୍‌ ବିଜେତା ମରିସିଓ କେବଳ ଗୋଲ୍‌ ସ୍କୋର କରୁଥିଲେ ତାହା ନୁହେଁ ବରଂ ଏକାଧିକ ସ୍କୋରିଂ ସୁଯୋଗ ସୃଷ୍ଟି କରିବା ସହିତ ଆସିଷ୍ଟ ମଧ୍ୟ କରୁଥିଲେ। କେବଳ ଇଷ୍ଟ ବେଙ୍ଗଲ ବିପକ୍ଷ ମ୍ୟାଚକୁ ବାଦ ଦେଲେ ମରିସିଓ ସମସ୍ତ ମ୍ୟାଚରେ ସ୍କୋର କରିଥିଲେ।
ଦୃଢ଼ ରକ୍ଷଣଭାଗ
ଓଏଫ୍‌ସିର ରକ୍ଷଣଭାଗ ଏହି ଟୁର୍ନାମେଣ୍ଟରେ ସବୁଠାରୁ ଦୃଢ ପ୍ରଦର୍ଶନ କରିଥିଲା। ବ୍ୟାକ୍‌ ଲାଇନର ଖେଳାଳି ପ୍ରତିପକ୍ଷ ଖେଳାଳିଙ୍କୁ ଗୋଲ ପୋଷ୍ଟ ପର୍ଯ୍ୟନ୍ତ ପହଞ୍ଚିବାର ସୁଯୋଗ ଦେଉ ନ ଥିଲେ। ଅଧିନାୟକ କାର୍ଲୋସ ଡେଲଗାଡୋ ରକ୍ଷଣଭାଗର ନେତୃତ୍ୱ ନେଉଥିବା ବେଳେ ଗୋଲକିପର ଅମରିନ୍ଦର ସିଂ କିଛି ଚମତ୍କାର ସେଭ୍‌ ମଧ୍ୟ କରିଥିଲେ।
ମ୍ୟାଜିସିଆନ୍‌ ମିରାଣ୍ଡା
ଆଇଏସ୍‌ଏଲ୍‌ ଶେଷ ହେବା ପରେ ଯୋଶେପ୍‌ ଗୋମ୍ବାଉ କୋଚ୍‌ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ତାଙ୍କ ସ୍ଥାନରେ କ୍ଲିଫୋର୍ଡ ମିରାଣ୍ଡାଙ୍କୁ ନିଯୁକ୍ତି ମିଳିଥିବା ବେଳେ ପ୍ରଥମ ଟୁର୍ନାମେଣ୍ଟରେ ସେ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ କୋଚ୍‌ ଭାବରେ ମିରାଣ୍ଡାଙ୍କ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଗୋମ୍ବାଉଙ୍କ ପରେ ନୂତନ ଆଇଡିଆ ସହ ସେ ଦଳକୁ ପରିଚାଳନା କରିଥିଲେ। ଭିକ୍ଟର ରୋଡ୍ରିଗୁଏଜ୍‌, ପ୍ରିନ୍ସଟନ୍‌ ରେବେଲୋ ଓ ଥୋଇବା ସିଂଙ୍କ ପରି ଖେଳାଳିଙ୍କୁ ଦଳରେ ସାମିଲ କରିବା ସହିତ ଯୁବ ଦଳ ଉପରେ ଭରସା ଦେଖାଇଥିଲେ ଯାହା ଫଳପ୍ରସୂ ହୋଇଥିଲା। ଏହା ସହିତ ବିଜୟ ପାଇଁ କ୍ଲବର ମାଲିକ ଓ ଥିଙ୍କ ଟ୍ୟାଙ୍କକୁ ଧନ୍ୟବାଦ ଜଣାଇଛନ୍ତି ମିରାଣ୍ଡା। ଜଣେ ଭାରତୀୟ କୋଚଙ୍କ ଉପରେ ଭରସା ଦେଖାଇଥିବାରୁ ମୁଁ କ୍ଲବ ନିକଟରେ କୃତଜ୍ଞ ବୋଲି ମିରାଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri